Advertisment

କେରଳ ରାଜ୍ୟପାଳଙ୍କ ସାଂଘାତିକ ଅଭିଯୋଗ ! ‘ମୁଖ୍ୟମନ୍ତ୍ରୀ ମୋତେ ମାରିବାକୁ ଷଡ଼ଯନ୍ତ୍ର କରିଛନ୍ତି’

ରାଜ୍ୟପାଳ କହିଛନ୍ତି ଯେ, ‘ଯଦି ମୁଖ୍ୟମନ୍ତ୍ରୀ ମୋର କୌଣସି କଥା ସହ ସହମତ ନୁହଁନ୍ତି, ତେବେ ଏହାର ଅର୍ଥ ନୁହେଁ ଯେ ସେ ମୋତେ ଶାରୀରିକ ଭାବେ ଆଘାତ ଦେବାକୁ ଷଡ଼ଯନ୍ତ୍ର କରିବେ ।’

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Arif Mohammad Khan

Arif Mohammad Khan

କେରଳ ମୁଖ୍ୟମନ୍ତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ କେରଳ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ । କହିଲେ ‘ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟ ମୋତେ ମାରିଦେବାକୁ ଷଡ଼ଯନ୍ତ୍ର କରିଥିଲେ । ମୋ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ । ମୋତେ ଶାରୀରିକ ଭାବେ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲେ ପିନାରାୟୀ ।’

Advertisment

ରାଜ୍ୟପାଳ ଖାନ ଆହୁରି କହିଛନ୍ତି, ‘ମୁଁ ଥିରୁବନନ୍ତପୁରମ୍‌ ବିମାନବନ୍ଦରକୁ ଯାଉଥିବା ବେଳେ ସିପିଏମ୍‌ର ଛାତ୍ର ଗୋଷ୍ଠୀ ମୋ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ । ମୋ ଗାଡ଼ିକୁ ଧକ୍କା ମାରିଥିଲେ । ସେମାନେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଇଙ୍ଗିତରେ ଏଭଳି କରିଛନ୍ତି । ମୁଁ ସେତେବେଳେ ଥିରୁବନନ୍ତପୁରମ୍‌ରୁ ଦିଲ୍ଲୀ ଅଭିମୁଖେ ଯାଉଥିଲି ।’

ଏହି ଘଟଣାରେ ରାଜ୍ୟପାଳ କ୍ରୋଧିତ ହୋଇଛନ୍ତି । ସେ ନିଜ କାରରୁ ବାହାରି ଗଣମାଧ୍ୟମକୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବିଜୟ ହିଁ ତାଙ୍କୁ ଶାରୀରିକ ଆଘାତ ଦେବା ପାଇଁ ଏକ ଷଡଯନ୍ତ୍ର ରଚିଛନ୍ତି ଯେମିତି ସେ ପୂର୍ବରୁ କନ୍ନୁରରେ କରିଥିଲେ । ଖାନ୍ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ଭୁଶୁଡି ପଡୁଛି ।

Advertisment

କାରକୁ ଉଭୟ ପଟୁ କରିଥିଲେ ଆକ୍ରମଣ

ରାଜ୍ୟପାଳ କହିଛନ୍ତି ଯେ, ‘ଯଦି ମୁଖ୍ୟମନ୍ତ୍ରୀ ମୋର କୌଣସି କଥା ସହ ସହମତ ନୁହଁନ୍ତି, ତେବେ ଏହାର ଅର୍ଥ ନୁହେଁ ଯେ ସେ ମୋତେ ଶାରୀରିକ ଭାବେ ଆଘାତ ଦେବାକୁ ଷଡ଼ଯନ୍ତ୍ର କରିବେ ।’ ଗଣମାଧ୍ୟମକୁ ରାଜ୍ୟପାଳ କହିଛନ୍ତି ଯେ,  ବିକ୍ଷୋଭକାରୀମାନେ କେବଳ ତାଙ୍କ କାର ସମ୍ମୁଖରେ କଳା ପତାକା ଦେଖାଇଲେ ତାହା ନୁହେଁ, ବରଂ ତାଙ୍କ କାର୍‌କୁ ଦୁଇ ପଟୁ ଆକ୍ରମଣ କରିଥିଲେ ।

ଯେତେବେଳେ ବିକ୍ଷୋଭକାରୀଙ୍କ ଆଚରଣକୁ ଦେଖି ରାଜ୍ୟପାଳ କାର୍‌ରୁ ଓହ୍ଲାଇଥିଲେ, ସେତେବେଳେ ବିକ୍ଷୋଭକାରୀମାନେ ସେଠାରୁ ଦୌଡ଼ିବା ଆରମ୍ଭ କରିଥିଲେ । ସେମାନେ ପୂର୍ବରୁ ଏକ କାରରେ ବସିଥିଲେ । ପାଖରେ ପୋଲିସ ମଧ୍ୟ ଥିଲା । ଅର୍ଥାତ୍‌ ପୋଲିସ ପୂର୍ବରୁ ଜାଣିଥିଲା, ସେମାନେ ସେଠାରେ ଏଭଳି କାଣ୍ଡ ଭିଆଇବେ । ଏଭଳି କାଣ୍ଡ ପାଇଁ ଯଦି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ରହିଥିବ, ପୋଲିସ ବା କ’ଣ କରିପାରିବ ।

Kerala
Advertisment
Advertisment