/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702361419.jpg)
PM Modi may visit Odisha this month: BJP's Mohan Majhi
ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିସେମ୍ବର ଶେଷ ସୁଦ୍ଧା ମୋଦି ଓଡ଼ିଶା ଆସିବା ନେଇ ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ ନେଇ ବରିଷ୍ଠ ବିଜେପି ନେତା ମୋହନ ମାଝୀ ସୂଚନା ହେଇଛନ୍ତି । ପଶ୍ଚିମ ଓଡ଼ିଶାର ଏକ କାର୍ଯ୍ୟକ୍ରମରେ ମୋଦୀ ଯୋଗ ଦେବାକୁ ଆସିପାରନ୍ତି ବୋଲି କହିଛନ୍ତି ମୋହନ ।
ସେପଟେ ୩ ରାଜ୍ୟରେ ବିଜେପିର ବିଜୟ ପରେ ରାଜ୍ୟ ବିଜେପି ଆକ୍ଟିଭ୍ ରହିଛି । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ବିଜୟ ହେବା ନେଇ ଦୃଢ଼ୋକ୍ତି ବାଢ଼ିଛି ରାଜ୍ୟ ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏନେଇ ଦୃଢ଼ୋକ୍ତି ବାଢ଼ିବା ସହ ଦଳ ସାଧାରଣ ଲୋକଙ୍କ ଆହୁରି ନିକଟତର ହେବ ବୋଲି କହିଛନ୍ତି ମନମୋହନ ।
ରାଜ୍ୟରେ ଏପରି ରାଜନୀତି ସରଗରମ ରହିଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଆହୁରି ଦଳକୁ ଆକ୍ଟିଭ୍ କରାଇବା ନେଇ ସାଧାରଣରେ କୁହାଯାଉଛି । ଖାଲି ଏତିକି ଯେ ତାହାନୁହେଁ, ପୂର୍ବରୁ ଡବଲ ଇଞ୍ଜିନ୍ ସରକାର ଗଢ଼ିବାକୁ ନେଇ ବିଜେପି ପକ୍ଷରୁ ବାରମ୍ବାର କୁହାଯାଉଥିଲା । ଯାହା ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଦଳ କରିଦେଖାଇଛି ।
ବର୍ତ୍ତମାନ ଓଡ଼ିଶା ଉପରେ ବିଜେପିର ଫୋକସ ରହିଥିବା ବିଜେପିର ନେତାମାନେ କହିଆସୁଛନ୍ତି । ଏପରି ସମୟରେ ମୋଦୀଙ୍କ ଓଡ଼ିଶା ଗସ୍ତ ଆହୁରି ରାଜ୍ୟ ରାଜନୀତିକୁ ସରଗରମ କରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)