• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜେଲରୁ ମୁକୁଳିଲେ ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ । ଅର୍ଚ୍ଚନାଙ୍କୁ ହାଇକୋର୍ଟ ପକ୍ଷରୁ ଜାମିନ ମିଳିବା ପରେ ଆଜି ସେ ଜେଲରୁ ବାହାରିଛନ୍ତି । ମୋଟ୍‌ ୩ଟି ମାମଲାରେ ତାଙ୍କୁ କୋର୍ଟ ଜାମିନ ପ୍ରଦାନ କରିବା ପରେ ଆଇନ୍‌ ଅନୁସାରେ ବାହାରକୁ ବାହାରିଛନ୍ତି ଅର୍ଚ୍ଚନା । 

୧୪ ମାସ ପରେ ଝାରପଡ଼ା ଜେଲରୁ ବାହାରିଲେ ଅର୍ଚ୍ଚନା । ଇଡି ମାମଲାରେ ହାଇକୋର୍ଟରୁ ଜାମିନ ମିଳିବା ପରେ ମୁକୁଳିଲେ । ଅର୍ଚ୍ଚନାଙ୍କୁ ନେବାକୁ ଜେଲ୍‌କୁ ଆସିଥିଲେ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଅନ୍ୟପଟେ ଜେଲ୍‌ରୁ ବାହାରିବା ପରେ ଗଣମାଧ୍ୟମକୁ ଅର୍ଚ୍ଚନା ନାଗ କହିଛନ୍ତି କୋର୍ଟଙ୍କ ଦ୍ୱାରସ୍ଥ ହେବେ । କୋର୍ଟଙ୍କ ନିକଟରେ ସବୁ ତଥ୍ୟ ପ୍ରମାଣ ଦାଖଲ କରିବେ ।

୨ ଲକ୍ଷ ଟଙ୍କା ଓ ଦୁଇଜଣ ଜାମିନଦାର ବଦଳରେ । ହାଇକୋର୍ଟ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ପୂର୍ବରୁ ଖଣ୍ଡଗିରି ଓ ନୟାପଲ୍ଳୀ ଥାନା ମାମଲାରେ ସେ ବେଲ ପାଇଥିଲେ । ବଡବଡିଆଙ୍କୁ ବ୍ଲାକମେଲ ଓ ହନିଟ୍ରାପ୍ କରି ସେ ତିଆରି କରିଥିଲେ କଳା ସାମ୍ରାଜ୍ୟ । ପୂର୍ବରୁ ଅର୍ଚ୍ଚନା ନାଗର ଦାମି ଗାଡି ଓ ଆଲିସାନ୍ ଘରକୁ ସିଜ୍ କରିଥିଲା ଇଡି ।

ସୂଚନା ଥାଉ କି ଗତ ୪ ତାରିଖରେ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଥିଲା । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ତେଣୁ ସେ ଆଜି ଜେଲରୁ ମୁକୁଳିଛନ୍ତି । ପୂର୍ବରୁ ୨ଟି ମାମଲାରେ ମଧ୍ୟ ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଥିଲେ କୋର୍ଟ । ସମସ୍ତ ୩ଟି ମାମଲାରେ ଜାମିନ ମିଳିଥିବାରୁ ଅର୍ଚ୍ଚନା ଜେଲରୁ ମୁକୁଳିବା ସ୍ପଷ୍ଟ ହୋଇଥିଲା । ଆଇନ୍‌ ଅନୁସାରେ ଆଜି ଅର୍ଚ୍ଚନା ଜେଲରୁ ବାହାରିଛନ୍ତି ।

ଅର୍ଚ୍ଚନାଙ୍କ ନାଁରେ ପୂର୍ବରୁ ନୟାପଲ୍ଲୀ ଥାନାରେ ମାମଲା ହୋଇଥିଲା । ସେହିପରି ଖଣ୍ଡଗିରି ଥାନା ମାମାଲାରେ ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ଏପ୍ରିଲ ୧୧ରେ ନୟାପଲ୍ଲୀ ଥାନା ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରିବା ସହ ବାହାରକୁ ନଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ଅଗଷ୍ଟ ୨ରେ ଖଣ୍ଡଗିରି ଥାନା ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା ।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହେବା ପରେ ସମଗ୍ର ରାଜ୍ୟରେ ଏହା ଚହଳ ପକାଇଥିଲା । ଏହି ଘଟଣାରେ ଜଣକ ପରେ ଜଣେ ନେତାଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଥିଲା । ଘଟଣାକୁ ନେଇ ଯାଞ୍ଚ କରିବା ପରେ ଜଣକ ପରେ ଜଣକୁ ଅଫିସକୁ ଡକାଇ ଜେରା କରିଥିଲା ଇଡି ।

  • Reported by:
  • ATULYA BOUT