Advertisment

ରାଜଧାନୀରେ ଅସୁରକ୍ଷିତ ଆପାର୍ଟମେଣ୍ଟ ! ଚୋରଙ୍କ ଟାର୍ଗେଟ୍‌ରେ ଫ୍ଲାଟ୍‌, ହେଲେ ଧରିପାରୁନି ପୋଲିସ...

ଏକାଧିକ ଲୁଟ୍ ମାମଲାରେ ଲୁଟେରା ସିସିଟିଭି ନଜରକୁ ଆସିଥିଲେ ବି ପୋଲିସ୍ କିନ୍ତୁ ସେମାନଙ୍କ ପାଖରେ ପହଞ୍ଚି ପାରିନାହିଁ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Bhubaneswar Apartment

Bhubaneswar Apartment

ଚୋରଙ୍କ ଚରାଭୂଇଁ ପାଲଟି ଗଲାଣି କି ରାଜଧାନୀ। ନିୟମିତ ବ୍ୟବଧାନରେ ହେଉଛି ଚୋରି । ଲୁଟପାଟର ଖବର ସବୁ ସାମ୍ନାକୁ ଆସୁଛି। ଏପରିକି ସିକ୍ୟୁରିଟି ଗାର୍ଡ ଓ ପୋଲିସକୁ ଚକମା ଦେଇ ଆପାର୍ଟମେଣ୍ଟରୁ ଚୋରି ହେଉଛି । ଭୁବନେଶ୍ୱର ଗାଡ଼କଣରେ ଗତ ରାତିରେ ଏକ ଆପାର୍ଟମେଣ୍ଟରୁ ଚୋରି ହୋଇଛି। ଗୋଟିଏ ରାତିରେ ଗୋଟିଏ ଆପାର୍ଟମେଣ୍ଟର ୫ଟି ଫ୍ଲାଟରେ କଳାକନା ବୁଲାଇଛନ୍ତି ଚୋର। ଆଲମିରା ଲକର ଭାଙ୍ଗି ଟଙ୍କା ଓ ସୁନା ଗହଣା ନେଇଯାଇଛନ୍ତି। ସିରିଜ ଚୋରି ନେଇ ମଞ୍ଚେଶ୍ୱର ଥାନାରେ ଏତଲା ହୋଇଛି ।

Advertisment

ଗୋଟିଏ ପରେ ଗୋଟିଏ ଲୁଟ୍ ସହ ସତେ ଯେମିତି ଏବେ ଲୁଟେରାଙ୍କ ଚରାଭୂଇଁ ପାଲଟିଛି ରାଜଧାନୀ ଭୁବନେଶ୍ୱର। ଗତ କିଛି ଦିନ ମଧ୍ୟରେ ପାଖାପାଖି ୧୨ଟି ଆପାର୍ଟମେଣ୍ଟରୁ କୋଟିଏରୁ ଅଧିକ ଟଙ୍କାର ସୁନା ଗହଣା ଚୋରି ମାମଲାରେ ପୋଲିସ୍ ର ହାତ ଏପର୍ଯ୍ୟନ୍ତ ଖାଲି। ନନ୍ଦନକାନନ ଅଞ୍ଚଳରେ ଦମ୍ପତିଙ୍କୁ ବାନ୍ଧି ସଶସ୍ତ୍ର ଡକାୟତି ମାମଲାରେ ମଧ୍ୟ ପୋଲିସ କାହାକୁ ପାଉନାହିଁ। ଏକାଧିକ ଲୁଟ୍ ମାମଲାରେ ଲୁଟେରା ସିସିଟିଭି ନଜରକୁ ଆସିଥିଲେ ବି ପୋଲିସ୍ କିନ୍ତୁ ସେମାନଙ୍କ ପାଖରେ ପହଞ୍ଚି ପାରିନାହିଁ।

ଏସବୁ କମିଶନରେଟ୍ ପୋଲିସର ମୁଣ୍ଡବଥା ପାଲଟିଥିବା ବେଳେ ଲୁଟେରା ଗ୍ୟାଙ୍ଗର ଏବେ ଟାର୍ଗେଟ୍ ପାଲଟିଛି ସରକାରୀ କ୍ୱାର୍ଟର। ରବିବାର ରାତିରେ ମଞ୍ଚେଶ୍ବର ଥାନା ଅଂଚଳରେ ଥିବା ରେଳବାଇ କଲୋନୀରେ ପଶି କରିଛନ୍ତି ଲୁଟପାଟ। ଯେଉଁଥିରେ ଲୁଟେରାଙ୍କ ସମସ୍ତ କାରନାମା ସିସିଟିଭିରେ କଏଦ୍ ହୋଇଛି। ନା ପୋଲିସର ପାଟ୍ରୋଲିଂ ବ୍ୟବସ୍ଥା କାମ କରୁଛି ନା ଧନଜୀବନ ସୁରକ୍ଷିତ ହୋଇପାରୁଛି। ଏବେ ଯେମିତି କ୍ୟାପିଟାଲ ସିଟିର ଗଳି କନ୍ଦିରେ ଚାଲିଛି ଲୁଟେରାଙ୍କ ରାଜ୍।

Advertisment

ସେହିଭଳି ରବିବାର ରାତିରେ ଲୁଟେରାଙ୍କ ନିଶାନା ପାଲଟିଥିଲା ଲିଙ୍ଗରାଜ ଥାନା ଅଞ୍ଚଳ। ସ୍ଥାନୀୟ ହାଟସାହିର SBI ATMରୁ ଦୁର୍ବୃତ୍ତ ଲୁଟିନେଇଛନ୍ତି ୧୦ ଲକ୍ଷରୁ ଅଧିକ ଟଙ୍କା। ଗ୍ୟାସ୍ କଟରରେ ଏଟିଏମକୁ କାଟିବା ପରେ ପୁରା କ୍ୟାସ୍ ଚ୍ୟାମ୍ବରରେ କଳାକନା ବୁଲାଇ ଚଂପଟ୍ ମାରିଥିଲେ ଲୁଟେରା। ସିସିଟିଭିରୁ ବର୍ତ୍ତିବା ପାଇଁ ତା ଉପରେ କିଛି ଲିକୁଇଡ୍ ସ୍ପ୍ରେ କରିଥିଲେ।

ସେପଟେ ଲୁଟ୍ ଖବର ପାଇବା ପରେ ଖୋଦ୍ ଡିସିପି ଘଟଣା ସ୍ଥଳକୁ ଯିବା ସହ ଲୁଟେରାଙ୍କ ଲୁଟ୍ ଷ୍ଟାଇଲ ନେଇ ଅନୁଧ୍ୟାନ କରିଛନ୍ତି। ଏଥିସହ ଆଖପାଖରେ ଲାଗିଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରିଛନ୍ତି। ଗତ କିଛି ଦିନ ଧରି ରାଜଧାନୀରେ ଚାଲିଥିବା ଲୁଟପାଟ୍  ସହ ଏଟିଏମ୍ ଲୁଟରେ ରାଜ୍ୟ ବାହାର ଲୁଟେରା ଗ୍ୟାଙ୍ଗର ହାତ ଥିବା ପୋଲିସ ସନ୍ଦେହ କରୁଛି। ଲିଙ୍ଗରାଜ ମନ୍ଦିରଠାରୁ ମାତ୍ର ୨ ଶହ ମିଟର ଦୂରରେ ଥିବା SBI ଏଟିଏମ୍ ରୁ କିଭଳି ଲୁଟ୍ ହେଲା, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Loot
Advertisment
Advertisment