• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପାକିସ୍ତାନ ଆର୍ମିବେସ୍‌ରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୨୩ଜଣଙ୍କ ମୃତ୍ୟୁ ଘଟିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ତାଲିବାନ ସହ ଜଡ଼ିତ ଆତଙ୍କବାଦୀଙ୍କ ଦ୍ୱାରା ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି । ଜଣେ ସ୍ଥାନୀୟ ଅଧିକାରୀଙ୍କ କହିବାନୁସାରେ, ଆଫଗାନିସ୍ତାନ ସୀମା ନିକଟସ୍ଥ ଖାନ ଜିଲ୍ଲାର ଏକ ବେସକୁ ଟାର୍ଗେଟ କରାଯାଇଛି ।

ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ, ଶୋଇଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା । ତେଣୁ ସମସ୍ତେ ସାଧା ପୋଷାକ ପିନ୍ଧିଥିଲେ । ହେଲେ ସମସ୍ତ ମୃତକମାନେ ସାମରିକ କର୍ମଚାରୀ ବୋଲି ଅନୁମାନ କରାଯାଉଛି ।

ସେହିପରି ଏଥିରେ ୨୭ଜଣ ଆହତ ହୋଇଛନ୍ତି । ୩ଟି ଘର ଭୁଶୁଡ଼ିପଡ଼ିଛି । ଧ୍ୱଂସାବଶେଷରୁ ମୃତଦେହ ଗୁଡ଼ିକୁ ଉଦ୍ଧାର ପାଇଁ ପ୍ରୟାସ କରାଯାଉଛି । ଏନେଇ ପାକିସ୍ତାନ ତାଲିବାନ ସହିତ ଜଡିତ ଏକ ନୂତନ ଗୋଷ୍ଠୀ କହିଛି ଯେ, ଏହି ଆକ୍ରମଣ ରାତି ପ୍ରାୟ ସାଢ଼େ ୨ଟାରେ ହୋଇଛି । ହେଲେ ଏ ସମ୍ପର୍କରେ ପାକିସ୍ତାନର ସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ । ୨୦୨୧ରୁ ତାଲିବାନ୍‌ କ୍ଷମତାକୁ ଆସିବା ପରେ ଏପରି ଘଟଣା ସାମ୍‌ନାକୁ ଆସୁଛି ।

ଘଟଣାକୁ ନେଇ ବିଶ୍ଳେଷକମାନେ ପ୍ରତିକ୍ରିୟା ରଖିଛନ୍ତି । ବିଶ୍ଳେଷକମାନେ କହିଛନ୍ତି ଯେ, ୨୦୨୧ ମସିହାରେ ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ପଡୋଶୀ ବିଦ୍ରୋହର ସଫଳତା ଦ୍ୱାରା ଇସଲାମବାଦୀ ସଂଗ୍ରାମୀମାନେ ଉତ୍ସାହିତ ହୋଇଥିଲେ । ଇସଲାମାବାଦ ଅଭିଯୋଗ ଅନୁସାରେ ଶତ୍ରୁ ଗୋଷ୍ଠୀ ସୀମାରେ ସକ୍ରିୟ ରହିଛନ୍ତି । ହେଲେ ତାଲିବାନ ସରକାର ଏହାକୁ ବାରମ୍ବାର ଅସ୍ୱୀକାର କରୁଛନ୍ତି । ବର୍ତ୍ତମାନ ପାକିସ୍ତାନ ପାଇଁ ସବୁଠାରୁ ବଡ ବିପଦ ହେଉଛି ତାଲିବାନର ତେହେରିକ-ଇ-ତାଲିବାନ ଯାହାକି (ଟିଟିପି) ଭାବରେ ବେଶ୍‌ ଜଣାଶୁଣା ।