• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Police held beggar looters gang in Bhadrak; forwarded to the court
ଭିକ ବାହାନାରେ ଘରକୁ କରୁଥିଲେ ଟାର୍ଗେଟ୍; ଲୁଟୁଥିଲେ ସୁନା, ବାନ୍ଧିଲା ପୋଲିସ

ଘଟଣାର ତଦନ୍ତ ପରେ ମୋଟ ୫ ଜଣ ଚୋରଙ୍କ ସହ ଜଣେ ଦୋକାନୀ ମାଲିକକୁ ଗିରଫ କରିଛି ପୋଲିସ । ଗିରଫ ହେଲେ ପଗଡ଼ ଗାଁର ଅଜୁ ଦାସ , ରାଜୁ ଦାସ ଓ ରାମ ଦାସ, କେନ୍ଦ୍ରାପଡା ଅଞ୍ଚଳର ବଳିଆ ଦାସ ଓ ତିହିଡି ଥାନା ଅଞ୍ଚଳର ଦୁଃଖକୁ ଗିରଫ କରାଯାଇଥିଲା ।

organiser apologises
ଜଗନ୍ନାଥଙ୍କ ବିସର୍ଜନକୁ ନେଇ ଉଠିଲା ପ୍ରଶ୍ନ, ବିବାଦ ପରେ କ୍ଷମା ମାଗିଲେ ଆୟୋଜକ

ମହାପ୍ରଭୁ ଜଗନ୍ନାଥଙ୍କ ବିସର୍ଜନକୁ ନେଇ ଉଠିଥିଲା ପ୍ରଶ୍ନ। ଜଗନ୍ନାଥ ଦାରୁ ଦିଅଁ ହେଇଥିବାରୁ ତାଙ୍କ ମାଟି ପ୍ରତିମା ହୋଇନଥାଏ କି ବିସର୍ଜନ କରାଯାଇନଥାଏ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି ।

Credit card
କ୍ରେଡିଟ୍ କାର୍ଡରେ ୮ କୋଟି ଟଙ୍କା ଠକେଇ, ୫ଜଣଙ୍କୁ ବାନ୍ଧିଲା ପୋଲିସ

କ୍ରେଡିଟ୍ କାର୍ଡ ମାଧ୍ୟମରେ ୮ କୋଟି ଠକେଇ ହୋଇଛି । ୫ ଜଣ ଠକଙ୍କୁ ବାନ୍ଧିଛି ସାଇବର ଥାନା ପୋଲିସ । ରାକେଶ କୁମାର ନାମକ ବ୍ୟକ୍ତି ଅଭିଯୋଗ କରିବା ପରେ ସାମ୍ନାକୁ ଆସିଲା ଏଭଳି ଠକେଇ ।

Crimes In Odisha
ଘର ଛାଡ଼ିବାକୁ କହିବାରୁ ମାଲିକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା

ଘର ଛାଡ଼ିବା ପାଇଁ କହିବାରୁ ମାଲିକଙ୍କୁ ପିଟି ପିଟି ହତ୍ୟା କଲା ଭଡ଼ାଟିଆ। ପରେ ଜଙ୍ଗଲରେ ଯାଇ ଲୁଚିଥିବା ବେଳେ ଅଭିଯୁକ୍ତକୁ କାବୁ କରିଛି ପୋଲିସ।

Mask For COVID
ପଜିଟିଭ୍‌ ଚିହ୍ନଟ ପରେ ବଢ଼ିଲା ଚିନ୍ତା; ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ପରାମର୍ଶ..

କରୋନା କଡ଼ ଲେଉଟାଇବା ପରେ ତତ୍ପର ହେଲା ସ୍ୱାସ୍ଥ୍ୟ ବିଭାଗ । କରୋନା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।

National Farmer’s Day 2023
National Farmer’s Day 2023: ଚାଷୀ ଭାଇର ହାତରେ କୋଟି କୋଟି ଜନତାଙ୍କ ପେଟର ଭାର

ଦେଶର ଅର୍ଥନୀତିକୁ ମଜବୁତ କରିବା ନେଇ କୃଷକ ଭୂମିକା ଅତୁଳନୀୟ। କୋଟି କୋଟି ଜନତାଙ୍କ ପେଟର ଚିନ୍ତା ହିଁ ଚାଷୀ ଭାଇଟିଏ କରିଥାଏ। ଚାଷୀଙ୍କ ଯୋଗୁଁ ସାରା ଦେଶର ଭୋକ ମେଣ୍ଟିଥାଏ। ସେଥିପାଇଁ ସେମାନଙ୍କୁ ସମ୍ମାନ ଦେବା ନେଇ ପ୍ରତି ବର୍ଷ ୨୩ ଡିସେମ୍ବରରେ ‘ଜାତୀୟ କୃଷଜ ଦିସବ’ ପାଳନ କରାଯାଏ।

Kamiya Jani
ଧର୍ମେନ୍ଦ୍ରଙ୍କ ପରେ ଗିରିରାଜଙ୍କ ଆପତ୍ତି: କାମିୟାଙ୍କୁ ମନ୍ଦିରକୁ କେମିତି ନେଲେ ପାଣ୍ଡିଆନ ? କାର୍ଯ୍ୟାନୁଷ୍ଠାନ କେବେ ?

କାମିୟାଙ୍କୁ ଜଗନ୍ନାଥ ମନ୍ଦିର ପ୍ରବେଶ ଏବଂ ଅବଢା ଖୁଆଇବାକୁ ନେଇ ବିଜେପି ଲଗାତାର ଭାବେ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ କରି ଆସୁଛି ।

COVID-19
ବଢୁଛି ସଂକ୍ରମଣ ! ରାଜ୍ୟରେ ଆଉ ଏକ କରୋନା ପଜିଟିଭ୍‌ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Wallaby, Livingstone Turaco
ନନ୍ଦନକାନନରେ ୪ ନୂଆ ଅତିଥି; ଦୁଇଟି ୱାଲାବି ସାଙ୍ଗକୁ ୨ଟି ଲିଭିଂଷ୍ଟୋନ

ନନ୍ଦନକାନନର ପ୍ରତିଷ୍ଠା ଦିବସ ଡିସେମ୍ବର ୨୯ ତାରିଖରେ ପର୍ଯ୍ୟଟକମାନେ ଏହି ୪ ନୂଆ ଜନ୍ତୁଙ୍କୁ ଦେଖିପାରିବେ ।

Panchanga
Panchang Today 23rd Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୩ ତାରିଖ ଶନିବାର ଚନ୍ଦ୍ର- ମେଷ ରାତ୍ରି ୦୩.୧୭ ଗତେ ବୃଷ ତିଥି- ୧୧ଶୀ ପ୍ରାତଃ ୦୭.୧୨ ଗତେ ୧୨ଶୀ ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୦୩.୧୭ ଗତେ ବିଛା ରାଶିର ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ

Raghubar Das
ରାୟଗଡ଼ା ଗସ୍ତରେ ରାଜ୍ୟପାଳ; ଅସହାୟ ଲଳିତାଙ୍କୁ ଦେଲେ ୨୫ ହଜାର ଟଙ୍କା

ରାୟଗଡ଼ା ବ୍ଲକ୍ ହାଲୁଆରେ ଚାଷୀଙ୍କୁ ଭେଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ରାଜ୍ୟପାଳ । ଚାଷୀଙ୍କୁ ରାସାୟନିକ ସାର ବଦଳରେ ପ୍ରାକୃତିକ ପଦ୍ଧତିରେ ଚାଷ କରିବାକୁ ପରାମର୍ଶ ଦେଇଥିଲେ ।

Arvind Kejriwal
ଲଗାତାର ତୃତୀୟଥର କେଜ୍ରିୱାଲଙ୍କୁ ଇଡି ସମନ୍‌; ଏଥର ହାଜର ନହେଲେ..

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେରା ପାଇଁ କେଜ୍ରିୱାଲଙ୍କୁ ତୃତୀୟ ଥର ପାଇଁ ସମନ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Emmanuel Macron
୨୦୨୪ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍

ସୋସିଆଲ ମିଡିଆରେ ମୋଦିଙ୍କୁ ପ୍ରିୟ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି ମାକ୍ରନ୍ ।

Flight
ଫ୍ରାନ୍ସରେ ଅଟକିଲା ବିମାନ, ମାନବଚାଲାଣ ସନ୍ଦେହ; ଥିଲେ ଭାରତୀୟ

୩୦୩ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ମାନବଚାଲାଣ ସନ୍ଦେହରେ ଏହାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଫ୍ରାନ୍ସ ।

Weather
ଖସୁଛି ପାରଦ, ବଢ଼ୁଛି ଶୀତ; ଘନ କୁହୁଡ଼ିରେ ଚାରିଆଡ଼େ ଧୂଆଁ ଧୂଆଁ

ସାରା ରାଜ୍ୟରେ ଅସହ୍ୟ ଜାଡ । ପାରଦ ତଳକୁ ତଳକୁ ଖସୁଛି । ଥଣ୍ଡାରେ ଥରୁଛନ୍ତି ସମସ୍ତେ । ତେବେ ରାଜ୍ୟ ମଧ୍ୟକୁ ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ଦୁର୍ବଳ ଏବଂ ଆକାଶ ନିର୍ମଳ ଥିବାରୁ ଆଜିଠୁ ଶୀତର ପ୍ରକୋପ ସାମାନ୍ୟ କମିବା ସମ୍ଭାବନା ରହିଛି ।

19000 Km In 40 Days
ଟାଣି ଆଣିଲା ସ୍ୱଦେଶ ପ୍ରେମ; ୪୦ ଦିନରେ ୧୮ ଦେଶ ଡେଇଁ ପହଞ୍ଚିଲେ ଭାରତ

ଦୃଢ ଇଚ୍ଛାଶକ୍ତି ଆଉ ମନରେ ଉତ୍ସାହ ଥିଲେ ସବୁକିଛି ସମ୍ଭବ, ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଜସମିତ ସିଂହ । ଜସମିତ ଜଣେ ନିର୍ଭିକ ଭ୍ରମଣକାରୀ । ସେ ନିଜ ଗାଡିରେ ବୁଲାବୁଲି କରିବାକୁ ଭଲ ପାଆନ୍ତି ।

Bhubaneswar Winter
ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା; ଫୁଟପାଥରେ ଶୀତ ସହ ଯୁଦ୍ଧ କରୁଛନ୍ତି ନିରାଶ୍ରୟ

କାଲୁଆ ରାତିରେ କେମିତି ଶୋଇଛି ସାହି ଗଳିର ସହର କଟକ । ଏଠି ବି ରାସ୍ତା କଡ଼, ଫୁଟଫାଥ୍ ସବୁଠି ସ୍ପଷ୍ଟ ନଜରକୁ ଆସିଥିଲେ ନିରାଶ୍ରୟ । ବୁଲି ବୁଲି ପହଞ୍ଚିଗଲୁ ବଡ଼ ମେଡିକାଲରେ । ଗଛ ମୂଳ, ପାର୍କିଂ ସ୍ଥଳ, ଡଷ୍ଟବିନ୍ ପାଖ । ଯୁଆଡ଼େ ଚାହିଁଲେ, ଲୋକ ଶୋଇଛନ୍ତି ।

Car Scam
ଫିଟୁଛି ଡିସକାଉଣ୍ଟ ଗାଡ଼ି ରାକେଟର ଗୁମର, ଧରାପଡ଼ିଲା ଅଭିଯୁକ୍ତ ଗଞ୍ଜାମ ଦଂପତ୍ତିଙ୍କ ସହ ପୋଲିସ ଲିଙ୍କ୍

ଠକ ଦମ୍ପତ୍ତିଙ୍କୁ ଦିନିକିଆ ରିମାଣ୍ଡରେ ନେଇ ଜେରା କରୁଛି ନୟାପଲ୍ଲୀ ପୋଲିସ। ଜେରା ବେଳେ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବି ମିଳିଛି। ଠକେଇ ଟଙ୍କାରେ ଅଭିଯୁକ୍ତ ଅକ୍ଷୟ ବହୁ ମୂଲ୍ୟବାନ ଜମି କିଣିଥିବା ଜଣାପଡ଼ିଛି।

maoist
ପୁଣି ଲାଲବାହିନୀ ହାତକୁ ଚାଲିଯାଉଛି କି ଓଡ଼ିଶା ସୀମା ଇଲାକା, ହିଂସା ଭିଆଇ ଉପସ୍ଥିତି ଜାହିର ଚେଷ୍ଟାରେ ମାଓବାଦୀ

ଗତ କିଛିଦିନ ହେଲା, ଓଡ଼ିଶା ସୀମାନ୍ତ ରାଜ୍ୟ ଗୁଡ଼ିକରେ ହିଂସା ଭିଆଇ ନିଜର ଉପସ୍ଥିତି ଜାହିର କରିଆସୁଛନ୍ତି ମାଓବାଦୀ। ଛତିଶଗଡ଼ ସୁକମା ଅଞ୍ଚଳର ଚିତ୍ର ହିଁ ବୟାନ କରୁଛି ଓଡ଼ିଶା ସୀମାନ୍ତରେ କେତେ ସକ୍ରିୟ ମାଓବାଦୀ।

HC puts stay order on new district
ପଦ୍ମପୁର ଜିଲ୍ଲା ଗଠନକୁ ହାଇକୋର୍ଟ ଝଟ୍‌କା, କାଠଗଡ଼ାରେ ରାଜ୍ୟ ସରକାର

ତେବେ ଏଠି ପ୍ରଶ୍ନ ବିନା ଗାଇଡ୍ ଲାଇନ କିମ୍ବା କମିଟି ବିନା ଜିଲ୍ଲା ଗଠନ ସମ୍ଭବ ନୁହେଁ ବୋଲି ଅବଗତ ନ ଥିଲେ କି ସରକାର ? ନା ସବୁ ଜାଣି କେବଳ ଭୋଟ୍ ଭେଳିକି ପାଇଁ ତରବରିଆ ଘୋଷଣା ହୋଇଥିଲା।

One more succumbs to Cholera, Unofficial Death toll rises to 15 in Rourkela
ବେସାହାରା କରିଦେଲା ହଇଜା; ତିନି ଭଉଣୀଙ୍କ ମୁଣ୍ଡ ଉପରୁ ଛଡ଼ାଇନେଲା ମା’ର ହାତ

କିଛି ମାସ ତଳେ ବାପା ଚାଲିଗଲେ, କାଲି ମାଆକୁ ବି ଛଡ଼ାଇ ନେଲା ହଇଜା... ତିନି ଭଉଣୀଙ୍କ ମୁଣ୍ଡ ଉପରୁ ଛପର ଉଡ଼ିଯାଇଥିଲା, ଆଉ କାଲି ଭୁଶୁଡ଼ି ପଡ଼ିଲା ସୁରକ୍ଷାର ଚାରିକାନ୍ଥ... । ମଧୁସୂଦନପାଲିର ସାବିତ୍ରୀ ଗିରି ହଇଜାରେ ପ୍ରାଣ ହରାଇବା ପରେ, ଦୁନିଆ ଦୁଆରେ ବେସାହାରା ହୋଇଗଲେ ତାଙ୍କର ୩ ବଢ଼ିଲା ଝିଅ। ବଡ଼ ଓ ମଝିଆଁ ମୂଲ ମଜୁରୀ ଲାଗୁଥିବା ବେଳେ, ଦଶମରେ ପଢ଼ୁଥିବା ସାନ ଝିଅକୁ ଲାଗିଛି ସବୁଠୁ ବଡ଼ ଧକ୍କା ।

Dating App
ମାୟାଜାଲ ପକେଇ ବସିଛି ମାୟାବିନୀ, ସାବଧାନ ! ଚୋରୀ ହେବ ଆପଣଙ୍କ ହୃଦୟ ତା ପରେ...

ରିସର୍ଚ୍ଚ କହୁଛି,  ବ୍ୟସ୍ତ ବହୁଳ ଜୀବନରେ ଖିଆଲି ମନର ମଣିଷ ଯେତେବେଳ ମୋବାଇଲ୍ କି ଲାପଟପରୁ ରିଲ୍ସ, ସର୍ଟସ ଦେଖନ୍ତି, ଅନଲାଇନ୍ ଗେମ୍ ଖେଳନ୍ତି ସେମାନେ ବିଭିନ୍ନ ପ୍ରକାର ଡେଟିଂ ଆପ୍ ର ବିଜ୍ଞାପନର ଝଲକ ଦେଖନ୍ତି । ଯେଉଁଠି ସୁନ୍ଦରୀ ଯୁବତୀଟିଏ ଅଡିଓ ଓ ଭିଡିଓ କଲର ଆନନ୍ଦ ନେବାକୁ ସଂପୃକ୍ତ ଆପ୍ ଡାଉନଲୋଡ କରିବାକୁ କୁହନ୍ତି ।

Ama Pokhari Yojana
ଅଧପନ୍ତରିଆ ଆମ ପୋଖରୀ ନବୀକରଣ ଯୋଜନା; ୨ ବର୍ଷରେ ୫ଟିର ନବୀକରଣ, ଆହୁରି ୧୧ଟି ବାକି

ଆବର୍ଜନାରେ ଭର୍ତ୍ତି ଜଳାଶୟ । ପୋଖରୀରେ କେଉଁଠି ଦଳ ଭର୍ତ୍ତି ତ କେଉଁଠି ଗଛଲତା । ଅପରିଷ୍କାର ପାଣି, ପୁତ୍ତି ଗନ୍ଧମୟ ପରିବେଶ । ସବୁଠି ଅଧପନ୍ତରିଆ କାମ, ଦରଖଣ୍ଡିଆ ସୌନ୍ଦର୍ଯ୍ୟକରଣ ।

Jacqueline Fernandez
ଜ୍ୟାକଲିନଙ୍କ ନିକଟକୁ ଜେଲରୁ ଆସିଲା ଧମକ୍‌: ଖୋଲିଦେବି ପୋଲ୍‌

ସୁକେଶ ନିଜକୁ ଡେଭିଲ୍ ବା ସଇତାନ ସହ ତୁଳନା କରିଛନ୍ତି । ସେ କହିଛନ୍ତି ଯେ, ଅଭିନେତ୍ରୀ ଜ୍ୟାକଲିନଙ୍କ ପଦକ୍ଷେପ ତାଙ୍କୁ ଦାନବ ବା ବେଡ୍ ବୟ କରିଦେଇଛି । ଏହା ତାଙ୍କୁ ସତ୍ୟର ଖୁଲାସା କରିବା ବ୍ୟତୀତ ଆଉ କୌଣସି ବିକଳ୍ପ ଦେଉ ନାହିଁ ବୋଲି କହିଛନ୍ତି ।

Aadhaar Mandatory for Sim Card
ଆସୁଛି ନୂଆ ଟେଲିକମ୍ ବିଲ୍, ଏଣିକି ବିନା ଆଧାରରେ ଆଉ ମିଳିବନି ନୂଆ ସିମ୍

ଆଧାର ଛଡ଼ା ଅନ୍ୟ କୌଣସି ଡକ୍ୟୁମେଣ୍ଟରେ ବାୟୋମେଟ୍ରିକ୍‌ ହେଉନାହିଁ। ତେଣୁ ଯେଉଁ ବ୍ୟକ୍ତିମାନଙ୍କ ଆଧାର କାର୍ଡ ନ ଥିବ ସେମାନେ ନୂତନ ସିମ୍‌ କାର୍ଡ କିଣିପାରିବେ ନାହିଁ ବୋଲି ଅନୁମାନ କରାଯାଉଛି ।