ଧରାପୃଷ୍ଠକୁ ଯୀଶୁଙ୍କ ଆଗମନ ପରେ ଉତ୍ସବମୁଖର ପରିବେଶ । ଗାଁଠୁ ସହର ସବୁଠି ଖେଳିଯାଇଛି ବଡ଼ଦିନର ଆନନ୍ଦ ଉଲ୍ଲାସ । ରାଜ୍ୟସାରା ଧୁମଧାମରେ ସେଲିବ୍ରେସନ୍ ଚାଲିଥିଲା ବେଳେ ଭାଟିକାନସିଟିରେ ବି କ୍ରିସମାସ୍ ପାଳନ କରିଥିଲେ ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଗୁରୁ ପୋପ୍ ଫ୍ରାନସିସ୍ ।
ଗୋଟିଏ ପଟେ ଶ୍ରୀମନ୍ଦିର ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବାଟାଲିୟନ ପାଇଁ ପ୍ରସ୍ତାବ ଆସିଥିବା ବେଳେ ଏଣେ ଦିନକୁ ଦିନ ବଢ଼ି ଚାଲିଛି ଅସମ୍ଭାଳ ଭିଡ଼ । ଖ୍ରୀଷ୍ଟମାସ ଛୁଟି ସାଙ୍ଗକୁ ଆସୁଛି ନୂଆବର୍ଷ । ଜଗା ଦର୍ଶନ ପାଇଁ ବ୍ୟାରିକେଡରେ ଭକ୍ତ ଚୁଣ୍ଟାଚୁଣ୍ଟି ।
ବଡଦିନ ଓ ନୂଆବର୍ଷ ପାଇଁ ରାଜଧାନୀରେ ପଇଁତରା ମାରୁଛି ପୋଲିସ । ହେଲେ କମିଶନରେଟ୍ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଆତଙ୍କ ଖେଳାଇ ଚାଲିଛନ୍ତି ଅପରାଧୀ । ଗତକାଲି ଏୟାରପୋର୍ଟ ଛକରେ ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ଆଜି ପୋଲିସ ୮ ଜଣଙ୍କୁ ଗିରଫ କରିଛି ।
ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଗଠନ ହେବ ସ୍ବତନ୍ତ୍ର ବାଟାଲିୟନ । ଏହି ବାଟାଲିୟନରେ ୧୧୯୦ ସୁରକ୍ଷାକର୍ମୀ ରହିବେ । ଏ ସଂପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।
ବର୍ଷ ତମାମର ଅନେକ ଘଟଣା, ଦୁର୍ଘଟଣା ଓ ଅପରାଧ ପାଇଁ ବିଦାୟୀ ବର୍ଷ ନିହାତି ଭାବେ ମନେ ରହିବ । ସେ ସବୁକୁ ନେଇ ଆମର ସ୍ୱତନ୍ତ୍ର ରିପୋର୍ଟ .. ଛାତିଥରା ସ୍ମୃତି
ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୪ ପାଇଁ ଟିମ୍କୁ ପାଞ୍ଚ ଥର ଚାମ୍ପିଅନ୍ କରାଇଥିବା ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ଅଧିନାୟକ କରିଛି। ଏହାକୁ ନେଇ ଭାରତୀୟ କ୍ରିକେଟ୍ ମହଲରେ ଖୁବ ଚର୍ଚ୍ଚା ହେଉଛି। ଏହା ସହିତ ପ୍ରଶ୍ନ ଉଠିଛି ଯେ ଆଇପିଏଲ୍ରେ ଆଗକୁ କ’ଣ କରିବେ ରୋହିତ - ଅନ୍ୟ ଟିମ୍କୁ ଯିବେ, ଟିମ୍ରେ ରହିବେ ନା ଆଉ କିଛି ପଦକ୍ଷେପ ନେବେ?
ପାରଦ ରହିଛି ୩ ଡିଗ୍ରୀ, ଖଣ୍ଡ ଖଣ୍ଡ ହୋଇ ତୁଷାରପାତ ହେଉଛି । ଆଉ ସେହି ହିମ ଜାଡ଼ ଭିତରେ ଯୋଗବିଦ୍ୟାର ଯାଦୁ ଦେଖାଇ ଚର୍ଚ୍ଚାରେ ଭାରତୀୟ ମହନ୍ତ ।
ବାନ୍ଧବୀଙ୍କୁ ବାହା ହେବା ପାଇଁ ଲିଙ୍ଗ ପରିବର୍ତ୍ତନ କଲେ । ମାତ୍ର ସମ୍ପର୍କ ରଖିବାକୁ ମନା କରିବାରୁ ନୃଶଂସ ଭାବେ ଚେନରେ ବାନ୍ଧି ଜୀଅନ୍ତା ପୋଡ଼ି ମାରିଦେଲା । ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଚେନ୍ନାଇର ଥାଲାମ୍ବୁରରେ ।
ହିନ୍ଦୀ ବ୍ଲଗର କାମିୟା ଜାନି କାହିଁକି ପ୍ରବେଶ କଲେ ଶ୍ରୀମନ୍ଦିରରେ? କିଏ ଓ କାହିଁକି ତାଙ୍କୁ ପ୍ରବେଶ କରାଇଥିଲେ ?
୨୦୨୩ ବର୍ଷ ବର୍ତ୍ତମାନ ଶେଷ ହେବାକୁ ଯାଉଛି। ଯଦି ଦେଖାଯାଏ ତେବେ ନିବେଶକମାନଙ୍କ ପାଇଁ ଏହି ବର୍ଷ ବହୁତ ଭଲ ଥିଲା। ଏହି ବର୍ଷ ଅନେକ ଲାଭଜନକ IPO ଆସିଛି। ମୁଦ୍ରାସ୍ଫୀତି ପ୍ରସଙ୍ଗ ସ୍ଥିର ଥିଲା ଏବଂ ଜିଡିପି ଆକଳନ ମଧ୍ୟ ବହୁତ ଭଲ ଥିଲା। ଏହି ବର୍ଷ ୨୦୨୪ ପାଇଁ ଏକ ଭଲ ସଙ୍କେତ ଛାଡିଛି।
ନିଷ୍ପତ୍ତି ଅନୁଯାୟୀ, ଲୋକସଭା ଓ ବିଧାନସଭାରେ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ନ୍ୟୁଜ୍ କ୍ଲିକ୍ ନ୍ୟୁଜ୍ ପୋର୍ଟାଲ ଚୀନ୍ଠାରୁ ଆର୍ଥିକ ସହାୟତା ନେଉଛି ବୋଲି ଅଭିଯୋଗ ହୋଇଥିଲା। ତେବେ ଏହି ମାମଲାରେ ଅମିତ୍ ଚକ୍ରବର୍ତ୍ତୀ ଗତ ସପ୍ତାହରେ ସ୍ପେଶାଲ ଜଜ୍ ହରଦୀପ୍ କୌରଙ୍କ କୋର୍ଟରେ ଆବେଦନ କରି ଏହି ମାମଲାରେ କ୍ଷମା ମାଗିଥିଲେ।
୨୦୧୯ ଶୀତ ଦିନ ଥିଲା । ବିଶ୍ୱବାସୀ ନୂଆ ବର୍ଷକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଥିଲେ । କିନ୍ତୁ ସେ ସମୟରେ କରୋନା ସମସ୍ତଙ୍କ ଜୀବନକୁ ଓଲଟପାଲଟ କରି ଥୋଇଦେଲା ।
ଶାହରୁଖ ଖାନଙ୍କ ‘ଡଙ୍କି’ ପ୍ରଭାସଙ୍କ ‘ସାଲାର’ ସହ ସଂଘର୍ଷ କରିବା ପରେ ମଧ୍ୟ ବକ୍ସ ଅଫିସରେ ଭଲ ରୋଜଗାର କରିବାରେ ସଫଳ ହୋଇଛି। ବିଶେଷକରି ଚତୁର୍ଥ ଦିନ ବା ରବିବାର ଦିନ ‘ଡଙ୍କି’ର ରୋଜଗାରରେ ୩୦ ପ୍ରତିଶତ ବଢିଛି। ତେବେ ଆସନ୍ତୁ ଶାହାରୁଖ ଖାନଙ୍କ ଫିଲ୍ମ ଚତୁର୍ଥ ଦିନରେ କେତେ ରୋଜଗାର କରିଛି ଜାଣିବା।
ଜଣେ ବ୍ୟକ୍ତି ମନାଲିର ବ୍ୟସ୍ତ ବହୁଳ ରାସ୍ତାରେ କାର୍ର ଡୋର ଖୋଲି ମସ୍ତି କରୁଛନ୍ତି । ଡ୍ରାଇଭ୍ କରୁଥିବା ବ୍ୟକ୍ତି ଜଣକ ଡୋର୍ ଖୋଲିଥିବାବେଳେ ଅନ୍ୟଜଣେ ଯୁବକ କାର୍ର ଆନ୍ୟ ଡୋରଟି ଖୋଲି ବାହାରକୁ ଝଲିରହୁଥିବା ଦେଖିବାକୁ ମିଳୁଛି ।
ଗତକାଲି କଣ୍ଟାବାଞ୍ଜି ନିକଟସ୍ଥ ବିଭିନ୍ନ ଗାଁର ୬ ଜଣ ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ଆଜି ସକାଳୁ ୨ ଜଣଙ୍କର ମୃତ୍ୟୁ ହୋଇଛି।
ପାରିବାରିକ ବିବାଦକୁ ନେଇ ଗଣେଶଙ୍କୁ ତାଙ୍କ ବଡ଼ଭାଇ ମହେନ୍ଦ୍ର ବାଗ୍ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଛାତି ଏବଂ ପେଟକୁ ବାରମ୍ବାର ଆକ୍ରମଣ କରିଥିଲେ।
ମଲାଇକା ଅରୋରାଙ୍କ ଠାରୁ ଅଲଗା ହେବାର ୬ ବର୍ଷ ପରେ ଅରବାଜ ଖାନ ବର୍ତ୍ତମାନ ନିଜ ପାଇଁ ଏକ ନୂଆ ଜୀବନ ସାଥୀ ବାଛିନେଇଛନ୍ତି। ଅରବାଜ ରବିବାର ଦିନ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଛନ୍ତି। ୫୬ ବର୍ଷିୟ ଅରବାଜଙ୍କ ନୂଆ କନ୍ୟା ବୃତ୍ତିରେ ଜଣେ ମେକ୍ଅପ୍ କଳାକାର। ଜାଣନ୍ତୁ ସେ କିଏ…
ଗତକାଲି ଭୁବନେଶ୍ୱର ଏୟାରପୋର୍ଟ ଛକରେ ୨ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଦୁଇ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ୨ ଜଣ ଯୁବକ ଆହତ ହୋଇଥିଲେ ।
ଖ୍ରୀଷ୍ଟମାସ ପର୍ବ ୨୫ ଡିସେମ୍ବରରେ ପାଳନ କରାଯାଏ, ଯାହା ଖ୍ରୀଷ୍ଟିଆନ ଧର୍ମର ସବୁଠାରୁ ବଡ ପର୍ବ। ଏହାକୁ ଖୁବ ଧୂମଧାମର ସହିତ ପାଳନ କରାଯାଏ। ଏହାକୁ ବଡଦିନ ମଧ୍ୟ କୁହାଯାଏ, ହେଲେ କାହିଁକି ଆସନ୍ତୁ ଜାଣିବା।
ଭାରତ ଇତିହାସରେ ୨୫ ଡିସେମ୍ବରକୁ କେବଳ ଖ୍ରୀଷ୍ଟମାସ ଦିବସ ନୁହେଁ ବରଂ ଏହିଦିନ ‘ସୁଶାସନ ଦିବସ’ ଭାବରେ ମଧ୍ୟ ଜଣାଶୁଣା। ଭାରତୀୟମାନେ ପ୍ରତିବର୍ଷ ୨୫ ଡିସେମ୍ବରକୁ ‘ସୁଶାସନ ଦିବସ’ ଭାବେ ପାଳନ କରନ୍ତି। ଏହା ସହ ଅଟଳ ବିହାରୀ ବାଜପେୟୀଙ୍କ ରହିଛି ବିଶେଷ ସମ୍ବନ୍ଧ। ଆସନ୍ତୁ ଜାଣିବା।
କିଛି ଦିନ ହେଲା ହାତୀଟି ଅସୁସ୍ଥ ହୋଇ କାଞ୍ଚନପୁର ଓ ହରିହରପୁର ଜଙ୍ଗଲରେ ବୁଲୁଥିଲା । ହାତୀ ଅସୁସ୍ଥ ଥିବା ଜାଣିପାରି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ।
ନିଜର ଯନ୍ତ୍ର ଚାଳିତ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ବିରତି ଦେଇ ବିଶ୍ୱର ପନ୍ଦରରୁ ଅଧିକ ଦେଶରେ ଖେଳାଇ ହୋଇରହିଥିବା ପୁରାତନ ଛାତ୍ରଛାତ୍ରୀମାନେ ବହୁଳ ଭାବେ ଯୋଗଦାନ ଦେଇ ଏହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ l
ଏନେଇ ପାଲେଷ୍ଟାଇନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, ଖ୍ରୀଷ୍ଟ୍ମାସ୍ ପୂର୍ବ ସଂନ୍ଧ୍ୟା ଗାଜା ପାଇଁ ସବୁଠାରୁ ଘାତକ ଥିଲା। ଗାଜାର ଏକ ଶରଣାର୍ଥୀ କେନ୍ଦ୍ର ଉପରେ ଇସ୍ରାଏଲ୍ ସେନା ଏୟାରଷ୍ଟ୍ରାଇକ୍ କରିଥିଲା।
ସାମାନ୍ୟ କୋବି ଲାଗି ପୁଅ ନିଜ ମାଆକୁ ଗାଁ ଦାଣ୍ଡରେ ପିଟିବା ସହ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିବା ଘଟଣାକୁ ଚାରିଆଡେ ଅସନ୍ତୋଷ ଦେଖା ଯାଇଥିଲା।