• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନନ୍ଦନକାନନକୁ ଆସିଛନ୍ତି ୪ ନୂଆ ଅତିଥି । ୩୫ ବର୍ଷ ପରେ ଆସିଛନ୍ତି ଦୁଇଟି ୱାଲାବି । ସେମାନଙ୍କ ମଧ୍ୟରୁ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ । ତା’ସହିତ ପ୍ରଥମ ଥର ପାଇଂ ଦୁଇଟି ଲିଭିଂଷ୍ଟୋନ ଟୁରାକୋ ଆସିଛନ୍ତି । ଏହି ଦୁଇଟି ପ୍ରଜାତିରୁ ୪ଟି ଜୀବଜନ୍ତୁଙ୍କୁ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଅଣାଯାଇଛି ।

ସେମାନଙ୍କୁ ଏବେ କ୍ୱାରେଣ୍ଟିନ ସେଣ୍ଟରରେ ରଖାଯାଇଛି । ନୂଆ ଖୁଆଡ଼ ନିର୍ମାଣ କରାଯାଇ ୨୮ ତାରିଖରେ ସେମାନଙ୍କୁ ନୂଆ ଖୁଆଡ଼ରେ ରଖାଯିବ । ନନ୍ଦନକାନନର ପ୍ରତିଷ୍ଠା ଦିବସ ଡିସେମ୍ବର ୨୯ ତାରିଖରେ ପର୍ଯ୍ୟଟକମାନେ ଏହି ୪ ନୂଆ ଜନ୍ତୁଙ୍କୁ ଦେଖିପାରିବେ ।