• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରାୟ ପ୍ରତ୍ୟେକ ମଣିଷ ଚାହାନ୍ତି ନିଜ ଜୀବନ କାଳ ମଧ୍ୟରେ କିଛି ନିଆରା ତଥା ସାହାସିକତା କାର୍ଯ୍ୟ କରିବାକୁ ଚାହାନ୍ତି । ଆଉ ଏଥିପାଇଁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ । ତେବେ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନ ଆଉ ଖର୍ଚ୍ଚକୁ ଖାତିର କରନ୍ତିନାହିଁ । ସେହିଭଳି ସାହାସିକ ଓ ଭ୍ରମଣ ପ୍ରେମୀ ବ୍ୟକ୍ତି ହେଉଛନ୍ତି ଜସମିତ ସିଂହ । ନିକଟରେ ସେ ସଡ଼କ ପଥରେ ପ୍ରାୟ ୧୯,୦୦୦ କିମି ଯାତ୍ରା କରି ଆସି ଭାରତରେ ପହଞ୍ଚିଛନ୍ତି । ଜସମିତଙ୍କ ‘କାନାଡା ଟୁ ଭାରତ’ ଯାତ୍ରାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦୃଢ ଇଚ୍ଛାଶକ୍ତି ଆଉ ମନରେ ଉତ୍ସାହ ଥିଲେ ସବୁକିଛି ସମ୍ଭବ, ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଜସମିତ ସିଂହ । ଜସମିତ ଜଣେ ନିର୍ଭିକ ଭ୍ରମଣକାରୀ । ସେ ନିଜ ଗାଡିରେ ବୁଲାବୁଲି କରିବାକୁ ଭଲ ପାଆନ୍ତି । ସେହି ବୁଲିବା ପ୍ରୀତି ପାଇଁ ତାଙ୍କୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଛି । ସଡକ ପଥରେ ୧୯,୦୦୦ କିଲୋମିଟର ଦୂରତା ଯାତ୍ରା କରି କାନାଡାରୁ ଆସି ଭାରତ ପହଞ୍ଚିଛନ୍ତି । ଏଥିପାଇଁ ତାଙ୍କୁ ୪୦ ଦିନ ସମୟ ଲାଗିଥିବା ବେଳେ ୧୮ଟି ଦେଶ ଅତିକ୍ରମ କରିବାକୁ ପଡିଛି ।

ସଡକ ପଥରେ ବିଶ୍ୱ ଭ୍ରମଣ କରିବାକୁ ଜସମିତ ସିଂହ ସ୍ୱପ୍ନ ଦେଖିଛନ୍ତି । ଆଉ କିଛି ମାତ୍ରାରେ ତାଙ୍କର ସ୍ୱପ୍ନ ପୂରଣ ମଧ୍ୟ ହୋଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଜସମିତ ତାଙ୍କର ଫୋର୍ଡ ବ୍ରୋନକୋ ଏସୟୁଭି ଗାଡିରେ କାନାଡାରୁ ଆସି ଭାରତ ପହଞ୍ଚିଛନ୍ତି । ପ୍ରାୟ ଅଢେଇ ବର୍ଷରୁ ସେ ଏହି ରୋଡ୍ ଟ୍ରିପ ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ । ଯାତ୍ରାବେଳେ ସେ ଅନେକ ସମୟରେ ନିଜ ଗାଡି ଭିତରେ ରାତ୍ର ଯାପନ କରିବାକୁ ବାଧ୍ୟ ହୋଇଛନ୍ତି ।

ପାକିସ୍ତାନ ବାଟ ଦେଇ ଜସମିତ ସିଂହ, ନିଜ ଦେଶ ଭାରତରେ ପ୍ରବେଶ କରିଛନ୍ତି । ଅମ୍ରିତସର ନିକଟ ଅଟାରୀ ୱାଘା ସୀମାରେ ତାଙ୍କ ପରିବାର ପକ୍ଷରୁ ମହାଆଡମ୍ବରରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଜସମିତ ଆସନ୍ତା ୬ ମାସ ଭିତରେ ପୂରା ଭାରତ ଭ୍ରମଣ କରିବାର ଲକ୍ଷ୍ୟ ରଖିଛନ୍ତି । ତେବେ ୟୁଟ୍ୟୁବରେ ଜସମିତଙ୍କ ଭିଡିଓ ଅପଲୋଡ ହେବା ପରେ ତାହା ଖୁବ୍ ଭାଇରାଲ ହେବାରେ ଲାଗିଛି ।