• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବଢିଲା ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ! ଏଥର ସିଧା ଜେଲରୁ ଆସିଛି ଧମକପୂର୍ଣ୍ଣ ବର୍ତ୍ତା । ଅଭନେତ୍ରୀ କୋର୍ଟର ଦ୍ୱାରସ୍ଥ ହେବାର ଦିନକ ପରେ ଦିଲ୍ଲୀର ମଣ୍ଡୋଲି ଜେଲରୁ ମହାଠକ ସୁକେଶ ଚନ୍ଦ୍ରସେଖର ଏକ ବାର୍ତ୍ତା ଜାରି କରିଛନ୍ତି । ୨୦୦ କୋଟି ଠକେଇର ଅଭିଯୁକ୍ତ ସୁକେଶ, ଅଭିନେତ୍ରୀଙ୍କ ପୋଲ୍‌ ଖୋଲିଦେବି ବୋଲି କହିଛନ୍ତି । ତେବେ ସୁକେଶ ତାଙ୍କ ବର୍ତ୍ତାରେ ଜ୍ୟାକଲିନଙ୍କ ନାମ ନେଇ ନାହାନ୍ତି।

ପୁଣି ଥରେ ଚର୍ଚ୍ଚାକୁ ଆସିଛି ୨୦୦ କୋଟି ମନିଲଣ୍ଡରିଂ ମାମଲା । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରସେଖର, ଦିଲ୍ଲୀର ମଣ୍ଡୋଲି ଜେଲରେ ଅଛନ୍ତି । ସେପଟେ ବାରମ୍ୱାର ସୁକେଶଙ୍କ ଚିଠି ଜାରି ପରେ ବୁଧବାର ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ, ପଟିଆଲା ହାଉସ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ବିରୁଦ୍ଧରେ ଜେଲରୁ କୌଣସି ଚିଠି ଜାରି ନକରିବାକୁ ଅଭିନେତ୍ରୀ କୋର୍ଟଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଜ୍ୟାକଲିନ୍ କୋର୍ଟ ଯିବାର ଦିନକ ପରେ କାହାର ନାଁ ନନେଇ ସୁକେଶ ଏକ ବାର୍ତ୍ତା ଜାରି କରିଛନ୍ତି।

ଜେଲରୁ ଜାରି ହାତଲେଖା ଚିଠିରେ ସୁକେଶ କହିଛନ୍ତି, “ମୁଁ ମୋର ସ୍ୱପ୍ନରେ ସୁଦ୍ଧା ଭାବିନଥିଲି କି ଏମିତି କିଛି ଘଟିବ।  କିନ୍ତୁ ମୁଁ ଭାବୁଛି ହୃହୟ କେବଳ ଭାଙ୍ଗିବା ପାଇଁ ତିଆରି ହୋଇଛି।“ ସେ ଅଭିନେତ୍ରୀଙ୍କ ପଦକ୍ଷେପକୁ ନେଇ ଆଚମ୍ବିତ ହୋଇଛନ୍ତି ବୋଲି ଚିଠିରେ ଲେଖିଛନ୍ତି, “ଜଣଙ୍କୁ ବଞ୍ଚାଇବାକୁ ଯାଇ ତୁମେ ଯାହା କଲ ତାହାକୁ ନେଇ ମୁଁ ଆଚମ୍ବିତ ହୋଇଥିଲି। ଯାହାକୁ ତୁମେ ବଞ୍ଚାଉ ଥିଲେ ସେମାନେ ହିଁ ବୁଲି ଯାଇ ତୁମ ପଛରେ ଛୁରୀ ମାରିଲେ। ଆଉ ଏବେ ସେମାନେ ନିଜକୁ ସୁରକ୍ଷିତ ଭାବିବା ସହ ପୀଡିତ ଭାବେ ଅଭିନୟ କରୁଛନ୍ତି ଓ ବ୍ଲେମ୍ ଗେମ୍ ଖେଳୁଛନ୍ତି ।”

ସୁକେଶ ନିଜକୁ ଡେଭିଲ୍ ବା ସଇତାନ ସହ ତୁଳନା କରିଛନ୍ତି । ସେ କହିଛନ୍ତି ଯେ, ଅଭିନେତ୍ରୀ ଜ୍ୟାକଲିନଙ୍କ ପଦକ୍ଷେପ ତାଙ୍କୁ ଦାନବ ବା ବେଡ୍ ବୟ କରିଦେଇଛି । ଏହା ତାଙ୍କୁ ସତ୍ୟର ଖୁଲାସା କରିବା ବ୍ୟତୀତ ଆଉ କୌଣସି ବିକଳ୍ପ ଦେଉ ନାହିଁ ବୋଲି କହିଛନ୍ତି । ସୁକେଶ କହିଛନ୍ତି, “ମୁଁ ମୋର ଭଙ୍ଗା ହୃଦୟ ସହ ନିଷ୍ପତ୍ତି ନେଇଛି କି, ଆଉ କଷ୍ଟ ପାଇବିନି କି ନିରବ ରହିବି ନାହିଁ । ଜଣେ ଜାଣିବା ଉଚିତ କି ସତ୍ୟ କେତେ ଶକ୍ତିଶାଳୀ । ବର୍ତ୍ତମାନ ବିଶ୍ୱ ସତ ଜାଣିବାର ସମୟ ଆସିଯାଇଛି । ମୁଁ କୋର୍ଟ ଓ ତଦନ୍ତକାରୀ ସଂସ୍ଥ ଆଗରେ ସବୁର ପର୍ଦ୍ଦାଫସ କରିବି।” ତେବେ ସୁକେଶ ନିଜ ପାଖରେ କେତେକ ଗୁପ୍ତ ଚାଟ୍, ସ୍କ୍ରିନ୍‌ସଟ୍, ରେକଡିଂ, ଅର୍ଥିକ କାରବାରର ରେକର୍ଡ ରଖିଥିବା ଦାବି କରିଛନ୍ତି । ଏହା ବ୍ୟତୀତ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସହ ସୋସିଆଲ ମିଡିଆରେ ପ୍ରତିଯୋଗିତା କରିବାପାଇଁ ଅଭିନେତ୍ରୀ ଅନେକ ଟଙ୍କା ଖର୍ଚ୍ଚ କରିଥିବା ଓ ମାମଲାର ନିରପେକ୍ଷ ତଦନ୍ତ ହେଉନଥିବା ସୁକେଶ ଅଭିଯୋଗ କରିଛନ୍ତି ।

ଜେଲରୁ ସୁକେଶଙ୍କ ଚିଠି ଆସିବା ପରେ ୨୦୦ କୋଟି ମନିଲଣ୍ତ୍ରିଂ ମାମଲା ନୂଆ ମୋଡ ନେଇଛି । ବର୍ଷେ ପୂର୍ବେ ଏହି ମାମଲାକୁ ନେଇ ଦେଶରେ ଖୁବ ଚର୍ଚ୍ଚା ହେଉଥିଲା। ବହୁବାର ତଦନ୍ତକାରୀ ସଂସ୍ଥା, ଅଭନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଜେରା କରିଛନ୍ତି । ଏହି ଜେରାବେଳେ ଅଭିଯୁକ୍ତ ସୁକେଶଙ୍କ ଠାରୁ କାର, ହୀରା ଭଳି ଅନେକ ଦାମୀ ଉପହାର ଗ୍ରହଣ କରିଥିବା ସେ ସ୍ୱୀକାର କରିଛନ୍ତି । ଇଡିର ସୂଚନାନୁସାରେ, ଅଭିନେତ୍ରୀ ଜଣକ ଅଭିଯୁକ୍ତ ସୁକେଶଙ୍କ ଠାରୁ ପ୍ରାୟ ୧୦ କୋଟି ଟଙ୍କାର ଉପହାର ନେଇଛନ୍ତି, ଯେଉଁଥିରେ ୫୨ ଲକ୍ଷର ଗୋଟିଏ ଘୋଡା ଓ ୯ ଲକ୍ଷ ଟଙ୍କାର ବିଲେଇ ରହିଛି ।