/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703331982.jpg)
Police held beggar looters gang in Bhadrak; forwarded to the court
ଦିନରେ ଭିକ ମାଗି ଘର ଚିହ୍ନଟ କରୁଥିଲେ । ଆଉ ରାତିରେ ଚୋରି କରୁଥିଲେ । ୫ ଜଣିଆ ଚୋର ଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି ଭଦ୍ରକ ପୋଲିସ । ଭଦ୍ରକ ସାବରଙ୍ଗ ଥାନା ଅଧିନ ଚଣ୍ଡିଗାଁ ରେ ସିରିଜ ଚୋରି ସହ ଘର ସଦସ୍ୟଙ୍କୁ ଆକ୍ରମଣ ଅଭିଯୋଗ ହୋଇଥିଲା ।
ଘଟଣାର ତଦନ୍ତ ପରେ ମୋଟ ୫ ଜଣ ଚୋରଙ୍କ ସହ ଜଣେ ଦୋକାନୀ ମାଲିକକୁ ଗିରଫ କରିଛି ପୋଲିସ । ଗିରଫ ହେଲେ ପଗଡ଼ ଗାଁର ଅଜୁ ଦାସ , ରାଜୁ ଦାସ ଓ ରାମ ଦାସ, କେନ୍ଦ୍ରାପଡା ଅଞ୍ଚଳର ବଳିଆ ଦାସ ଓ ତିହିଡି ଥାନା ଅଞ୍ଚଳର ଦୁଃଖକୁ ଗିରଫ କରାଯାଇଥିଲା । ଏହା ସହ ଚୋରୀ ସୁନା ଗହଣାକୁ କିଣିଥିବା ଦୋକାନୀ ରମାକାନ୍ତ ସାହୁଙ୍କୁ ମଧ୍ୟ ଗିରଫ କରିଛି ସବରଙ୍ଗ ପୋଲିସ ।
ଚୋରି ହୋଇଥିବା ସୁନା ଗହଣା , ନଗଦ ଟଙ୍କା ସହ ମାରଣାସ୍ତ୍ର ଜବତ କରିଛି ପୋଲିସ । ଦିନରେ ଭିକ ମାଗିବା ବାହାନାରେ ଘର ଗୁଡିକର ସ୍ଥିତି ଦେଖୁଥିଲେ ଆଉ ରାତିରେ ସେହି ଘରକୁ ଟାର୍ଗେଟ କରି ଚୋରି କରୁଥିବା ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି । ଗିରଫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି ।
ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କ ହାତ ଥିବା ସନ୍ଦେହ କରୁଛି ପୋଲିସ । ସେମାନଙ୍କୁ ଗିରଫ ପାଇଁ ଉଦ୍ୟମ ଜାରି ରହିଛି ବୋଲି ଭଦ୍ରକ ଏସଡିପିଓ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)