/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703300433.jpg)
Emmanuel Macron
୨୦୨୪ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ଜାନୁଆରୀ ୨୬ରେ କର୍ତ୍ତବ୍ୟପଥରେ ଉପସ୍ଥିତ ରହି ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ । ଭାରତ ପକ୍ଷରୁ ତାଙ୍କୁ ଆମନ୍ତ୍ରଣ କରାଯିବା ପରେ ଏଥିରେ ସମ୍ମତି ଜଣାଇବା ସହିତ, ସୋସିଆଲ ମିଡିଆରେ ମୋଦିଙ୍କୁ ପ୍ରିୟ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି ମାକ୍ରନ୍ । 'ଏକ୍ସ'ରେ ଲେଖିଛନ୍ତି ଯେ, ମାଇଁ ଡିୟର ଫ୍ରେଣ୍ଡ୍ ନରେନ୍ଦ୍ର ମୋଦି, ନିମନ୍ତ୍ରଣ ପାଇଁ ଧନ୍ୟବାଦ ।
Thank you for your invitation, my dear friend @NarendraModi. India, on your Republic Day, I’ll be here to celebrate with you!
— Emmanuel Macron (@EmmanuelMacron) December 22, 2023
ଏଥିସହ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ; ଭାରତ, ମୁଁ ଆପଣଙ୍କ ସହ ଗଣତନ୍ତ୍ର ଦିବସ ପାଳନ କରିବି । ଗତ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତରେ ଯାଇ ଜାତୀୟ ଦିବସ ବାଷ୍ଟିଲ୍ ଡେ’ ପରେଡରେ ସାମିଲ ହୋଇଥିଲେ । ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ସୂଚନା ମିଳିଥିଲା । କିନ୍ତୁ ଜାନୁଆରୀ ମାସରେ ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ଯୋଗୁ ସେ ଭାରତ ଆସିପାରିବେ ନାହିଁ । ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବାରେ ମାକ୍ରନ୍ ହେବେ ଷଷ୍ଠ ଫ୍ରାନ୍ସ ଶୀର୍ଷନେତା ।
ଗତବର୍ଷ ଇଜିପ୍ଟ ରାଷ୍ଟ୍ରପତିଙ୍କୁ ଏହି ସମ୍ମାନ ମିଳିଥିଲା । ସେପଟେ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କର୍ତ୍ତବ୍ୟପଥରେ କ୍ୟାଡେଟ୍ ମାନେ ରିହର୍ସାଲ ଜୋରସୋରରେ ଆଗେଇ ଚାଲିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)