/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703302657.jpg)
Arvind Kejriwal
କେଜ୍ରିୱାଲଙ୍କ ପିଛା ଛାଡ଼ୁନି ଇଡି ଭୂତ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେରା ପାଇଁ ତାଙ୍କୁ ତୃତୀୟ ଥର ପାଇଁ ସମନ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦୁଇ ଦୁଇଥର ହାଜିରା ଟାଳିବା ପରେ, ପୁଣି ସମନ୍ ହୋଇଛି । ଜାନୁଆରୀ ୩ରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କେଜ୍ରିୱାଲଙ୍କୁ କୁହାଯାଇଛି । ପ୍ରଥମେ ନଭେମ୍ବର ୨ ଏବଂ ପରେ ଡିସେମ୍ବର ୨୧ରେ ହାଜର ହେବାକୁ କେଜ୍ରିୱାଲଙ୍କୁ ସମନ୍ କରିଥିଲା ଇଡି । ହେଲେ ଏହି ସମନକୁ ଅସ୍ପଷ୍ଟ, ଉଦ୍ଦେଶ୍ୟମୂଳକ ଓ ବେଆଇନ ଦର୍ଶାଇ ହାଜର ହୋଇନାହାନ୍ତି କେଜ୍ରିୱାଲ ।
ପ୍ରଥମ ସମନକୁ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ଥିବା ଦର୍ଶାଇ ଏବଂ ଦ୍ୱିତୀୟ ସମନ ବେଳେ ବିପାସନା କ୍ୟାମ୍ପ ବା ଧ୍ୟାନ ଶିବିର ପାଇଁ ୧୦ ଦିନିଆ ପଞ୍ଜାବ ଗସ୍ତରେ ଯାଇ ଇଡିରେ ହାଜିରାକୁ ଟାଳିଛନ୍ତି । କ୍ରମାଗତ ସମନ୍ ପରେ ED ରେ ହାଜର ହେଉନାହାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ଗତ ଏପ୍ରିଲରେ ସେ ସିବିଆଇ ଜେରାର ସାମ୍ନା କରିଥିଲେ । ବହୁ ଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ୍ ଦଳର ଦୁଇ ପ୍ରମୁଖ ନେତା ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂ ଗିରଫ ହୋଇ ସାରିଛନ୍ତି ।
ଯଦି ଆପ୍ ମୁଖ୍ୟ ଏଥର ହାଜର ନହୁଅନ୍ତି, ତା’ହେଲେ ତାଙ୍କ ନାଁରେ ଜାମିନ ବିହୀନ ୱାରେଣ୍ଟ ଜାରି କରିପାରେ ଇଡି । ଏହି ବିକଳ୍ପ ଇଡି ପାଖରେ ରହିଛି । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତ ଏପ୍ରିଲ ମାସରେ ସିବିଆଇ କେଜ୍ରିୱାଲଙ୍କୁ ପଚରାଉଚରା କରିଥିଲା । କିନ୍ତୁ ସିବିଆଇ ତାଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)