କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତି । ବଜାୟ ରହିବ ରେଲୱେର ୱାଲ୍ଟିୟର ଡିଭିଜନର ଗୋଟିଏ ଅଂଶ । ଏହାର ଅନ୍ୟ ଏକ ଅଂଶ ବିଶାଖାପାଟଣା ଡିଭିଜନ ନାଁରେ କାର୍ଯ୍ୟ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୨୦୧୯ରେ ଏ ସମ୍ପର୍କୀତ କ୍ୟାବିନେଟ୍ ନିଷ୍ପତ୍ତିର ସଂଶୋଧନ ପ୍ରସ୍ତାବକୁ ଆଜି ଅନୁମୋଦନ ମିଳିଛି ।
କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ପଲାସା-ବିଶାଖାପାଟଣା-ଦୁଭାଡା, କୁନେରୁ-ବିଜୟନଗରମ୍, ନୌପଡ଼ା ଜଙ୍କସନ-ପାରଳାଖେମୁଣ୍ଡି ଏବଂ ଅନ୍ୟ ରୁଟକୁ ନେଇ ପୂର୍ବରୁ ୱାଲ୍ଟିୟର ଡିଭିଜନରେ ଥିବା ଏସବୁ ଅଂଶ ଏବେ ଦକ୍ଷିଣ ତଟ ରେଳବାଇ ଜୋନର ଅଧିନରେ ବିଶାଖାପଟଣା ଡିଭିଜନ ନାଁରେ ରହିବ ।
Also Read
ସେହିଭଳି କୋଟାବାଲସା-ବାଚେଲି, କୁନେରୁ-ଥେରୁବାଲି ଜଙ୍କସନ, ସିଙ୍ଗାପୁର ରୋଡ୍-କୋରାପୁଟ ଜଙ୍କସନ ଏବଂ ପାରଳାଖେମୁଣ୍ଡି-ଗୁଣୁପୁର ଷ୍ଟେସନ ମଧ୍ୟରେ ଥିବା ସେକ୍ସନକୁ ନେଇ ୱାଲଟିୟର ଡିଭିଜନ୍ ପୂର୍ବତଟ ରେଳବାଇ ଅଧୀନରେ କାର୍ଯ୍ୟ କରିବ । ରେଲୱେରେ ଔପନିବେଶିକ ପରିଚୟ ହଟାଇବାକୁ ୱାଲଟିୟର ଡିଭିଜନର ନାଁ ପରିବର୍ତ୍ତନ କରି ବିଶାଖାପାଟଣା ନାଁରେ ନୂଆ ଡିଭିଜନ ଲାଗି ପୂର୍ବରୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଅଞ୍ଚଳବାସୀଙ୍କ ଚାହିଦା ଓ ଆକାଂକ୍ଷା ପୂରଣ ପାଇଁ ୱାଲଟିୟର ଡିଭିଜନକୁ ଦୁଇ ଭାଗ କରାଯାଇ ନାଁ ବଳବତ୍ତର ରଖାଯାଇଛି ।