/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703330536.jpg)
Credit card
ମାତିଛନ୍ତି ସାଇବର ଅପରାଧୀ । ଆକାଉଣ୍ଟରୁ ଚଳୁ କରୁନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ମାତ୍ର କେଇ ମିନିଟ୍ରେ ଖାଲି ହୋଇଯାଉଛି ଆକାଉଣ୍ଟ । ଆଉ କ୍ରେଡିଟ୍ କାର୍ଡ ଯଦି ଆପଣଙ୍କ ନିକଟରେ ରହିଛି ତେବେ ସାବଧାନ ! କାରଣ କ୍ରେଡିଟ୍ କାର୍ଡ ଜରିଆରେ ଠକେଇର ବାଟ ଖୋଜୁଛନ୍ତି ସାଇବର ଅପରାଧୀ ।
କ୍ରେଡିଟ୍ କାର୍ଡ ମାଧ୍ୟମରେ ୮ କୋଟି ଠକେଇ ହୋଇଛି । ୫ ଜଣ ଠକଙ୍କୁ ବାନ୍ଧିଛି ସାଇବର ଥାନା ପୋଲିସ । ରାକେଶ କୁମାର ନାମକ ବ୍ୟକ୍ତି ଅଭିଯୋଗ କରିବା ପରେ ସାମ୍ନାକୁ ଆସିଲା ଏଭଳି ଠକେଇ । ଅଭିଯୋଗକାରୀ ଲୋନ ପାଇଁ ଆବେଦନ କରିବା ବେଳେ ଜାଣିବାକୁ ପାଇଲେ ଯେ ତାଙ୍କ ନାଁରେ ଏକ କ୍ରେଡିଟ୍ କାର୍ଡ ରହିଛି ଏବଂ ଟଙ୍କା କାରବାର କରାଯାଇଛି ।
ହେଲେ ସେ କ୍ରେଡିଟ କାର୍ଡ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ । ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିଥିଲେ । ତଦନ୍ତ ପରେ ଜଣାପଡିଲା ହସ୍ପିଟାଲ ବିଲିଂ ଏଜେଣ୍ଟଙ୍କ ସହ ମିଶି ଯୋଜନା ବଦ୍ଧ ଭାବେ ଠକାମୀ କରୁଥିଲେ ଅଭିଯୁକ୍ତ । ହସ୍ପିଟାଲ ଗୁଡିକରେ ରୋଗୀଙ୍କ ପାଇଁ ବିଲିଂ ସମୟରେ ବିଲିଂ ଏଜେଣ୍ଟ ଠକ ନିକଟରେ ଥିବା କ୍ରେଡିଟ୍ କାର୍ଡ ମାଧ୍ୟମରେ ସ୍ୱାଇପ କରି ପେମେଣ୍ଟ ନେଉଥିଲେ ।
ହେଲେ ରୋଗୀ ସମ୍ପର୍କୀୟ ଦେଉଥିବା କ୍ୟାସକୁ ଏହି ଠକକୁ ଦେଉଥିଲେ। ଏଭଳି ଉପାୟରେ ଲୋକଙ୍କୁ ଚୂନ ଲଗାଉଥିଲେ । ଅଭିଯୁକ୍ତଙ୍କଠାରୁ ୭ ଲକ୍ଷ ଟଙ୍କା ଜବତ ହୋଇଛି । ସେହିପରି ୪୫୦ଟି କ୍ରେଡିଟ ଓ ଡେବିଟ କାର୍ଡ ଜବତ ହୋଇଛି । ୬ଟି ମୋବାଇଲ ଫୋନ, ଚେକ ବୁକ, ପାସବୁକ୍ ଜବତ ହୋଇଛି । ବିଭିନ୍ନ ହସ୍ପିଟାଲରେ ବିଲିଂ ଏଜେଣ୍ଟମାନେ ଏଭଳି ସ୍କାମରେ ଥିବା ସନ୍ଦେହ କରି ପୋଲିସ ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)