/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703324407.jpg)
Crimes In Odisha
ଘର ଛାଡ଼ିବା ପାଇଁ କହିବାରୁ ମାଲିକଙ୍କୁ ପିଟି ପିଟି ହତ୍ୟା । ଯିଏ ଘର ଦେଇ ଆଶ୍ରୟ ଦେଇଥିଲା, ତାକୁ ହିଁ ମର୍ଡର । ଏହି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ଗାଁ ଶଅର ସାହିରେ । ମୃତକ ହେଲେ ରୋହିତ ପ୍ରଧାନ ।
Advertisment
ବର୍ଷେ ଆଗରୁ ଅଭିଯୁକ୍ତ ନିର ଭୁତିଆ ଓ ତାର ସ୍ତ୍ରୀକୁ ଆଶ୍ରୟ ଦେଇଥିଲେ ରୋହିତ । ସେତେବେଳେ କଥା ହୋଇଥିଲା-୪ ମାସ ପାଇଁ ରହିବ ନିର । କିନ୍ତୁ ବର୍ଷେ ବିତି ଯାଇଥିଲେ ମଧ୍ୟ ନିର ଘର ଛାଡ଼ିନଥିଲା । ଗତକାଲି ରୋହିତ ପୁଣି ଥରେ ଘର ଛାଡ଼ିବାକୁ କହିବାରୁ ନିର ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲା । ଏଥିରେ ରୋହିତଙ୍କ ମୃତ୍ୟୁ ହୋଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।
ଅନ୍ୟପକ୍ଷରେ ନିର ବିରୋଧରେ ସ୍ତ୍ରୀ ପପିନା ସଙ୍ଗିନ ଅଭିଯୋଗ ଆଣିଛନ୍ତି । ତାଙ୍କୁ ପ୍ରେମ ବିବାହ କରି ଆଣିବା ଦିନ ଠାରୁ ସ୍ୱାମୀ ନିର ନିର୍ଯ୍ୟାତନା ଦେଇ ଆସୁଥିଲେ, ତାଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ସ୍ତ୍ରୀ ଅଭିଯୋଗ କରିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)