• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ramakrushna Dakua

ଧାଁ ଦୌଡ଼ ଜୀବନ ଜଞ୍ଜାଳରେ ଧନ୍ଧି ହୋଇ ଆମେ ଯେବେ ମୋବାଇଲ ଖୋଲୁ ଫେସବୁକ, ୟୁଟ୍ୟୁବ୍ ଦେଖୁ । କିଏ କିଏ ଅନଲାଇନ୍ ଗେମ୍ ଯେମିତି କି ଲୁଡୋ, କ୍ୟାରମ୍, ପଜଲ ଭଳି ଅର୍ଥ ନିବେଶ କରି କେହି କେହି ପୁଞ୍ଜି ନିବେଶ ହେଉଥିବା ଗେମ୍ ବି ଖେଳନ୍ତି । ଏସବୁ ଭିତରେ ଆପଣ ଭିଡିଓ ଦେଖନ୍ତୁ କି ଗେମ୍ ଖେଳନ୍ତୁ । ମାୟାବିନୀର ମାୟାଜାଲର ନିଜ ଜାଣତରେ ତ କେବେ ନିଜ ଅଜାଣତରେ ଫସି ଯାଆନ୍ତି । ତା’ ପରେ ଆଉ କଣ ବାସ୍ ନେଡୁଗୁଡ଼ କହୁଣୀକୁ ବହିଯାଇଥିବା ଆଉ ଆପଣ ମାୟାବିନୀର ମାୟାଜାଲରେ ଛନ୍ଦି ହୋଇ ସର୍ବସ୍ୱ ହରାଇ ସାରିଥିବେ । ତେବେ ଏଥିରୁ ବର୍ତ୍ତିବେ କେମିତି ଆସନ୍ତୁ ଜାଣିବା....

ବ୍ୟସ୍ତବହୁଳ ଜୀବନ,  ଧାଁ ଦୌଡ଼ ଜଞ୍ଜାଳ ପୂର୍ଣ୍ଣ ଜୀବନଚର୍ଯ୍ୟା । ଆଉ ଏହାରି ଭିତରେ ଆମକୁ ଆଗକୁ ବଢିବାକୁ ପଡ଼ିଥାଏ ଜୀବନ ଜିଇଁବାକୁ ବି ପଡ଼ିଥାଏ । ହେଲେ ଆମେ ସମସ୍ତେ ଉଣା ଅଧିକେ ମୋବାଇଲ ବ୍ୟବହାରକୁ ଅବସର ସମୟ ବୋଲି ଧରି ନେଉ । ଆଉ ଆମ ମାନଙ୍କର ଅର୍ଥାତ ସମସ୍ତ ମୋବାଇଲ୍ ୟୁଜର୍ସଙ୍କ ଏହି ଚିନ୍ତାଧାରାକୁ କିନ୍ତୁ ସୋସିଆଲ ମିଡିଆ ଆପ୍ ଡେଭଲପର ଏହାକୁ ରୋଜଗାରର ସୁଯୋଗ ମାନନ୍ତି ।

ଆଉ ଆପଣଙ୍କ ମୋବାଇଲ ପରଦାରେ ମାୟା ହରିଣୀକୁ ଛିଡ଼ା କରି ପଚାରନ୍ତି, କ’ଣ ଆପଣ ସିଙ୍ଗଲ ଅଛନ୍ତି ? କ’ଣ ଆପଣ ପାର୍ଟନର ଖୋଜୁଛନ୍ତି ? ଲଭ୍ ଲାଇଫରେ କିକ୍ ପାଉ ନାହାନ୍ତି ? ଏକ ନୂଆ ସଫର୍ ପାଇଁ ସାଥୀ ଚାହୁଁଛନ୍ତି? ଏହା ପରେ କୁହନ୍ତି ତେବେ.. ଡାଉନଲୋଡ୍ କରନ୍ତୁ ଅମୁକ ଆପ୍, ସମୁକ୍ ଆପ୍ । ତା’ ପରେ ବାସ୍ , ଛାୟା ପ୍ରେମିକା, ପ୍ରେମିକ ସହ ଅଡିଓ, ଭିଡିଓ କଲ୍ ଓ ଚାଟ କରନ୍ତୁ । ହେଲେ କଥାରେ ନାହିଁ ନଜର ହଟିଲେ ଦୁର୍ଘଟଣା ନିଶ୍ଚିତ । 
 

ରିସର୍ଚ୍ଚ କହୁଛି,  ବ୍ୟସ୍ତ ବହୁଳ ଜୀବନରେ ଖିଆଲି ମନର ମଣିଷ ଯେତେବେଳ ମୋବାଇଲ୍ କି ଲାପଟପରୁ ରିଲ୍ସ, ସର୍ଟସ ଦେଖନ୍ତି, ଅନଲାଇନ୍ ଗେମ୍ ଖେଳନ୍ତି ସେମାନେ ବିଭିନ୍ନ ପ୍ରକାର ଡେଟିଂ ଆପ୍ ର ବିଜ୍ଞାପନର ଝଲକ ଦେଖନ୍ତି । ଯେଉଁଠି ସୁନ୍ଦରୀ ଯୁବତୀଟିଏ ଅଡିଓ ଓ ଭିଡିଓ କଲର ଆନନ୍ଦ ନେବାକୁ ସଂପୃକ୍ତ ଆପ୍ ଡାଉନଲୋଡ କରିବାକୁ କୁହନ୍ତି । କିଛି ଆପ୍ ଫ୍ରି ଥାଏ ଆଉ କିଛି ଆପ୍ଲିକେସନରେ ରିଚାର୍ଜ କରିବାକୁ ପଡ଼େ ।

ମାତ୍ର ୯ ଟଙ୍କାରେ ମନର କଥା ଅଜଣା ଅପରିଚିତ ଯୁବକ ଓ ଯୁବତୀଙ୍କ ସହ ମନ ଇଚ୍ଛା ଯାହା ଇଚ୍ଛା କଥା ହୁଅନ୍ତୁ ବୋଲି ଅଫର ଦିଅନ୍ତି । ଏପରିକି ଭିଡିଓ କଲର ବି ସୁବିଧା ରହିଛି । ଅନେକ ଆପ୍ ତ ସିଧାସଳଖ ମିଟ ଅପ୍ ପାଇଁ ବି ରାଜି ହୁଅନ୍ତି । ଅଡିଓ, ଭିଡିଓ କଲ ଆପ୍ ପରି ଏନେକ ଏପରି ଡେଟିଂ ଆପ୍ ଅଛି ଯେଉଁଠି ଯୁବକ ଯୁବତୀ ନିଜ ମନ ପସନ୍ଦର ପାର୍ଟନର ପାଇ ସାରିଲା ପରେ ଏକାଠି ହୁଅନ୍ତି ଏବଂ କ୍ୱାଲିଟି ଟାଇମ୍ ସେୟାର କରନ୍ତି ।

ଅନେକ କ୍ଷେତ୍ରରେ ଏହା ବିପଦ ସାବ୍ୟସ୍ତ ହେବା ସହ ଠକାମୀର କାରଣ ପାଲଟି ଥାଏ । କଥା ହେଉଛି ଏସବୁ ଏକ ମାୟା ଜାଣି ମଧ୍ୟ ଅନେକ ଡିଜିଟାଲ ମାୟାବିନୀର ମାୟାଜାଲରେ ଛନ୍ଦି ହେବାର ପ୍ରମାଣ ରହିଛି । ତେବେ କାହିଁକି ଯୁବବର୍ଗ ଏହି ଡେଟିଂ ଆପ୍ ପ୍ରତି ଏତେ ଆକର୍ଷିତ । 

ଏବେ ଏହି ରିପୋର୍ଟ ଉପରେ ନଜର ପକାନ୍ତୁ....