Advertisment

ପୁଣି ଲାଲବାହିନୀ ହାତକୁ ଚାଲିଯାଉଛି କି ଓଡ଼ିଶା ସୀମା ଇଲାକା, ହିଂସା ଭିଆଇ ଉପସ୍ଥିତି ଜାହିର ଚେଷ୍ଟାରେ ମାଓବାଦୀ

ଗତ କିଛିଦିନ ହେଲା, ଓଡ଼ିଶା ସୀମାନ୍ତ ରାଜ୍ୟ ଗୁଡ଼ିକରେ ହିଂସା ଭିଆଇ ନିଜର ଉପସ୍ଥିତି ଜାହିର କରିଆସୁଛନ୍ତି ମାଓବାଦୀ। ଛତିଶଗଡ଼ ସୁକମା ଅଞ୍ଚଳର ଚିତ୍ର ହିଁ ବୟାନ କରୁଛି ଓଡ଼ିଶା ସୀମାନ୍ତରେ କେତେ ସକ୍ରିୟ ମାଓବାଦୀ।

author-image
Santosh Kumar Sahoo
undefined

maoist

ସୀମା ସେପଟେ ମାଓ ହିଂସା। ସୀମା ଏପଟେ ଭୟ ଆଉ ଆତଙ୍କ। ପଡ଼ୋଶୀ ରାଜ୍ୟରେ ଥରାଉଛି ମାଓ ବର୍ବରତା। ଓଡ଼ିଶା ଭିତରେ ବଢୁଛି ଚିନ୍ତା। ବ୍ଲାଷ୍ଟ କରି ଝାଡ଼ଖଣ୍ଡରେ ଉଡ଼ାଇଲେ ରେଳଧାରଣା। ଛତିଶଗଡ଼ ସୁକମାରେ ଗାଡ଼ି ପୋଡ଼ିଲେ। ଆଉ ବୌଦ୍ଧରେ କଲେ ମାଓ ମେଳି । ଗତ କିଛିଦିନ ହେଲା କ୍ରମାଗତ ଏଭଳି କାଣ୍ଡ ଭିଆଇ ସୀମାନ୍ତ ଓଡ଼ିଶାରେ ଦବଦବା ଜାରି ରଖିଛି ଲାଲ୍ ବାହିନୀ। ଝାଡ଼ଖଣ୍ଡ ଗୋୟଲକେରା ଥାନା କାରୋ ନଦୀ ନିକଟରେ ରେଲୱେ ଟ୍ରାକକୁ ବ୍ଲାଷ୍ଟ କରି ଉଡ଼ାଇଦେଇଛନ୍ତି ମାଓବାଦୀ। ବର୍ତ୍ତିଯାଇଛନ୍ତି ଟ୍ରେନ୍ ସହ ଯାତ୍ରୀ। ଗତ ରାତିରେ ଘଟିଥିଲା ଏହି ଅଘଟଣ। ଟ୍ରାକରେ ୯ ଘଣ୍ଟା ଧରି ପ୍ରଭାବିତ ହୋଇଥିଲା ଟ୍ରେନ୍ ଚଳାଚଳ। ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପରେ ହାୱଡ଼ା-ମୁମ୍ବାଇ ମେନ ଲାଇନରେ ସ୍ୱାଭାବିକ ହୋଇଥିଲା ରେଳଯାତ୍ରା।

Advertisment

ଗତ କିଛିଦିନ ହେଲା, ଓଡ଼ିଶା ସୀମାନ୍ତ ରାଜ୍ୟ ଗୁଡ଼ିକରେ ହିଂସା ଭିଆଇ ନିଜର ଉପସ୍ଥିତି ଜାହିର କରିଆସୁଛନ୍ତି ମାଓବାଦୀ। ଛତିଶଗଡ଼ ସୁକମା ଅଞ୍ଚଳର ଚିତ୍ର ହିଁ ବୟାନ କରୁଛି ଓଡ଼ିଶା ସୀମାନ୍ତରେ କେତେ ସକ୍ରିୟ ମାଓବାଦୀ। ଜାଳି ଦେଇଛନ୍ତି ଠିକାସଂସ୍ଥାର ବସ୍ ସହ ହାଇୱା ଏବଂ କାର୍। ଅବଶ୍ୟ କେହି ମୃତାହତ ହୋଇନାହାଁନ୍ତି। ସୀମାବର୍ତ୍ତି ରାଜ୍ୟ ଗୁଡ଼ିକରେ ଏଭଳି ହିଂସା ସହ ଓଡ଼ିଶାରେ ବି ସକ୍ରିୟ ରହିଛନ୍ତି ମାଓବାଦୀ। କଳାହାଣ୍ଡିରୁ କନ୍ଧମାଳ, ବୌଦ୍ଧରୁ ସୁନ୍ଦରଗଡ଼। କେଉଁଠି ପୋଷ୍ଟର ଦେଖିବାକୁ ମିଳିଛି ତ ଆଉ କେଉଁଠି ଠାବ ହୋଇଛି ନକ୍ସଲ ଶିବିର । ଲାଲ କ୍ୟାଡରଙ୍କ ରାଡାରରେ ଥିବା ବୌଦ୍ଧ ମନମୁଣ୍ଡା ଥାନା ସୁବର୍ଣ୍ଣଗିରି ଜଙ୍ଗଲରେ ଗତ ସପ୍ତାହରେ ମିଳିଥିଲା ବିପୁଳ ମାଓ ସାମଗ୍ରୀ। ସୁନ୍ଦରଗଡରେ ତ ସହରରେ ପଶି କାନ୍ଥବାଡ଼ରେ ପୋଷ୍ଟର ମାରିଛି ମାଓ ସଂଗଠନ PLFI। ବୌଦ୍ଧ ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ ମାଓ ପ୍ରଭାବିତ ମାନଚିତ୍ରରୁ ମୁକ୍ତ କରିଥିଲା ଓଡ଼ିଶା ପୋଲିସ । କିନ୍ତୁ ସେହି ଜିଲ୍ଲାରେ ଏବେ ମାଓବାଦୀ ସକ୍ରିୟ ରହୁଥିବାରୁ ଚିନ୍ତାରେ ଲୋକେ।

ସୀମାନ୍ତ ଛତିଶଗଡ଼ରେ ମୈନପୁର ଡିଭିଜନ୍, ଝାଡ଼ଖଣ୍ଡରେ ବିହାର-ଝାଡ଼ଖଣ୍ଡ-ସ୍ପେଶାଲ୍ ଜୋନାଲ କମିଟି ସକ୍ରିୟ ଥିବାବେଳେ ଓଡ଼ିଶା ଭିତରେ ଉପସ୍ଥିତି ଜାହିର କରିଛି କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ନୟାଗଡ଼ ଅର୍ଥାତ-KKBN। ଅର୍ଥାତ ଦକ୍ଷିଣ ଓ ପଶ୍ଚିମ ପଟୁ ଓଡ଼ିଶାକୁ ରହିଛି ମାଓ ବିପଦ। ଗୋଟିଏ ପଟେ ଯେଉଁ ଜିଲ୍ଲାକୁ ମାଓ ମୁକ୍ତ ଘୋଷଣା କରାଯାଉଛି, ସେହି ଜିଲ୍ଲାରେ ପୁଣି ମୁଣ୍ଡ ଟେକୁଛନ୍ତି ମାଓ ସଂଗଠନ। ଅର୍ଥାତ ସୁପ୍ତ ଅବସ୍ଥାରେ ଥାଇ ନିର୍ବାଚନ ପୂର୍ବରୁ ସକ୍ରିୟ ହେଉଛି କି ଲାଲବାହିନୀ ? ପୁଣି ଥରେ ନିଜ ନିଜର ଗଡ଼ ଫେରାଇ ଆଣିବା ପାଇଁ ନକ୍ସା ତିଆରି କରିଛନ୍ତି କି ନକ୍ସଲ ? ହିଂସା ଭିଆଇବା ସହ ଦବଦବା ଜାହିର ପାଇଁ ନକ୍ସଲଙ୍କ ସମ୍ଭାବ୍ୟ ଷ୍ଟ୍ରାଟେଜୀକୁ କେମିତି କରିହେବ ପ୍ରତିହତ ? ତାକୁ ନେଇ ଚିନ୍ତାରେ ଓଡ଼ିଶା ପୋଲିସ।

Advertisment
Odisha Maoists Chattisgarh Sukma
Advertisment
Advertisment