ବିସ୍ଫୋରଣରେ ୨ SOG ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ମାଓବାଦୀମାନେ ଜଙ୍ଗଲରେ IED ଖଞ୍ଜିଥିବା ସନ୍ଦେହ କରାଯାଉଛି।
ମହାସଂଘର ନିର୍ବାଚନ ପରେ ଆସନ୍ତା ୨୮ରେ ଉତ୍ତର ପ୍ରଦେଶର ଗୋଣ୍ଡାରେ ଜୁନିୟର ନ୍ୟାସନାଲ ପ୍ରତିଯୋଗିତା ଆୟୋଜନ ପାଇଁ ସ୍ଥିର ହୋଇଥିଲା। ଗୋଣ୍ଡା ବ୍ରିଜ ଭୂଷଣଙ୍କ ନିର୍ବାଚନମଣ୍ଡଳୀରେ ଆସୁଥିବାରୁ ଏହାକୁ ନେଇ ମଧ୍ୟ ବିରୋଧ କରାଯାଇଥିଲା।
ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଐତିହାସିକ ବିଜୟ। ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇ ଇତିହାସ ରଚିଲା ଭାରତ।
ଇରାନରୁ ଏହି ଡ୍ରୋନ୍ ଆକ୍ରମଣ କରାଯାଇଥିବା ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ ପକ୍ଷରୁ କୁହାଯାଇଛି ।
ପ୍ରତିବର୍ଷ ୨୪ ଡିସେମ୍ବରରେ ‘ଜାତୀୟ ଉପଭୋକ୍ତା ଅଧିକାର ଦିବସ’ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାରର ଶୋଷଣ ଯେପରିକି ତ୍ରୁଟିପୂର୍ଣ୍ଣ ଦ୍ରବ୍ୟ, ସେବାରେ ଅଭାବ ଏବଂ ଅନ୍ୟାୟ ବାଣିଜ୍ୟ ପ୍ରଥା ବିରୁଦ୍ଧରେ ଗ୍ରାହକମାନଙ୍କୁ ପ୍ରଭାବଶାଳୀ ସୁରକ୍ଷା ଯୋଗାଇବା।
ବଡଦିନ ପାଳନ ପାଇଁ ଚର୍ଚ୍ଚ ଗୁଡିକ ମଧ୍ୟ ସଜେଇ ହୋଇଛି । କ୍ରିସମସ୍ ଟ୍ରି ଏବଂ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଚର୍ଚ୍ଚ । ପ୍ରଭୁ ଯୀଶୁଙ୍କୁ ସ୍ୱାଗତ କରିବାକୁ ଚର୍ଚ୍ଚରେ ବ୍ୟାପକ ଆୟୋଜନ କରାଯାଇଛି ।
କୁକୁରକୁ ମିଳିଲା ବେଷ୍ଟ ଜୁରୀ ପୁରସ୍କାର । ସଡକ ସୁରକ୍ଷା ସଚେତନତା ଉପରେ ଆଧାରିତ ଜାତୀୟ କ୍ଷୁଦ୍ର ଚଳଚିତ୍ର ବର୍ଗରେ ପୁରସ୍କାର ପାଇଛି "ବିଶ୍ୱସ୍ତ ସାଥୀ" ।
ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ଜାରି କରି ପ୍ରତିକ୍ରିୟା ରଖିଛନ୍ତି ବ୍ଲଗର କାମିୟା ଜାନି ।
ସୈାର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୪ ତାରିଖ ରବିବାର ଚନ୍ଦ୍ର- ବୃଷ ଅହୋରାତ୍ର ତିଥି- ୧୨ଶୀ ପ୍ରାତଃ ୦୬.୨୪ ଗତେ ୧୩ଶୀ (କ୍ଷୟ) ନିଶାନ୍ତ ୦୫.୫୫ ଗତେ ୧୪ଶୀ ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର
ରାଜ୍ୟରେ ଶୀତ ସାମାନ୍ୟ କମିଛି, ବଢିଛି କୁହୁଡି । ଗତ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ବୃଦ୍ଧି ପାଇଛି ରାତି ତାପମାତ୍ରା । ଦୁଇଦିନ ପାଇଁ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ କୁହୁଡ଼ି ସତର୍କତା ଜାରି ହୋଇଛି । ଏହିସବୁ ସ୍ଥାନରେ ସକାଳୁ କୁହୁଡ଼ି ରହିବ ବୋଲି ପୂର୍ବାନୁମାନ କରାଯାଇଛି ।
ରାଜ୍ୟ ସରକାରଙ୍କ ପ୍ରତି ଆଭିମୁଖ୍ୟ ଆଉ ନରମ ରହିବନି । ବରଂ ଯୁଦ୍ଧ ହେବ । ଦିଲ୍ଲୀରୁ ବୈଠକ ସାରି ଭୁବନେଶ୍ବର ଫେରିବା ପରେ ଏଭଳି ମନ୍ତବ୍ୟ ରଖିଛନ୍ତି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ।
ତା’ସହ ରାଜନୀତି କ୍ୟାରିୟର ଉପରେ ବି ମନ୍ତବ୍ୟ ରଖିଛନ୍ତି ଅନୁଭବ । ଆଗକୁ ଲୋକ ଯଦି ଚାହିଁବେ ତେବେ ରାଜନୀତି ମାଧ୍ୟମରେ ସେବା କରିବି ବୋଲି କହିଛନ୍ତି ।
ଜୟପୁର ସହର ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ୧୦ଟି ନିର୍ବାଚନ ମଣ୍ଡଳୀ ପାଇଁ କାର୍ଯ୍ୟକ୍ରମ ହୋଇଥିଲା । ସେଠାରେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ସରିବା ପରେ ଦଳୀୟ କର୍ମୀଙ୍କୁ ବଣ୍ଟାଯାଇଥିଲା ଟଙ୍କା ।
ଦିଲ୍ଲୀରେ ଅନୁଷ୍ଠିତ ୨ ଦିନିଆ ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ଓଡ଼ିଶା ସମେତ ସବୁ ରାଜ୍ୟ ମୁଖିଆଙ୍କ କାନରେ ବିଜୟ ମନ୍ତ୍ର ଫୁଙ୍କିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ।
ଜାତୀୟ ଶିକ୍ଷା ନୀତିରେ ୮ଟି ବିଷୟରେ କ୍ରୀଡ଼ା ଓ ଫିଜିକାଲ୍ ଏଜୁକେଶନ ବା ଶାରିରୀକ ଶିକ୍ଷାକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି । ଏହାକୁ ଆଉ ଏକ୍ସଟ୍ରାକରିକୁଲାର୍ ନୁହେଁ, ଏକ ବିଧିବଦ୍ଧ ବିଷୟ ଭାବରେ ପିଲାମାନେ ପଢ଼ିବେ ବୋଲି ସେ କହିଛନ୍ତି ।
ଦୀର୍ଘ ଦିନ ଧରି ଗାଦି ମାଡି ବସିଛନ୍ତି ବାବୁ । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି SPଙ୍କ ଯାଏ । ସବୁଠି ଯେମିତି କୋଳି ଖାଇ ମଞ୍ଜି ପୋତିଛନ୍ତି ଅଫିସର । ଗାଦି ମଡା ଅଧିକାରୀଙ୍କ ତାଲିକା ବି ରାଜ୍ୟରେ ବେଶ ଲମ୍ବା ।
ଓଡ଼ିଶାକୁ ପୁଣି ଫେରିଲା କରୋନା । ତା’ ସାଙ୍ଗକୁ ଫେରିଲା ମାସ୍କ ପରିଧାନ ପରାମର୍ଶ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୋଭିଡ୍ ଡ୍ୟାସବୋର୍ଡରେ ଅପଲୋଡ୍ ହୋଇଛି ଡାଟା । ଏଥିରେ ରାଜ୍ୟର ଜଣେ ବ୍ୟକ୍ତି କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦର୍ଶାଯାଇଛି ।
ଚଳିତ ବର୍ଷ ଭାରତରେ କ୍ରିକେଟ ବିଶ୍ୱକପ୍ଠୁ ଆରମ୍ଭ କରି ହକି ବିଶ୍ୱକପ୍ ପର୍ଯ୍ୟନ୍ତ ସବୁ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହି ଦୁଇ ବଡ଼ ଟୁର୍ଣ୍ଣାମେଣ୍ଟରେ ଭାରତ ହାତରେ ଲାଗିଥିଲା କେବଳ ନିରାଶା।
ତେଜିବାରେ ଲାଗିଛି ପାଣ୍ଡିଆନ- କାମିୟା ଜାନି ବିବାଦ । ଗୋଟେ ପଟେ ରାଜନୈତିକ ବୟାନ ବାଜି, ଅନ୍ୟ ପଟେ ବିକ୍ଷୋଭ, ପ୍ରତିବାଦ । ଘଟଣାକୁ ନେଇ ଆଜି ସିଧାସଳଖ ପାଣ୍ଡିଆନ ଆଉ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ।
ଲୋକଙ୍କ ଅଭିଯୋଗ ଶୁଣିଲେ ମନରେ ପ୍ରଶ୍ନ ଆସୁଛି, ପାଇପ ଜଳ ନାଁରେ ଏମାନଙ୍କ ବିଶ୍ୱାସରେ ବିଷ ଦେଇନାହାନ୍ତି ତ ସରକାର ? ଯେଉଁ ଜଳକୁ ବିଶୁଦ୍ଧ କୁହାଯାଉଛି, ତାହା ହିଁ ବେମାରୀ ଡାକୁନି ତ?
ପୂର୍ବରୁ ଚେଲ୍ଲା କୁମାର ଥିଲେ ଓଡ଼ିଶା ପିସିସି ପ୍ରଭାରୀ । ତାଙ୍କ ସ୍ଥାନରେ ଡକ୍ଟର ଅଜୟ କୁମାରଙ୍କୁ ନିଯୁକ୍ତ କରିଛି କଂଗ୍ରେସ । ଅଜୟଙ୍କୁ ଓଡ଼ିଶା ସହ ତାମିଲନାଡୁ ଓ ପୁଡୁଚେରୀର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ଗୋଚରରେ ହେଉ କି ଅଗୋଚରରେ। ଆପଣଙ୍କ ନାଁରେ ଇସ୍ୟୁ ହୋଇଛି କି କୌଣସି କ୍ରେଡିଟ୍ କାର୍ଡ ? ସେହି କ୍ରେଡିଟ୍ କାର୍ଡରେ ହୋଇଛି କି କୌଣସି ଟ୍ରାଞ୍ଜାକ୍ସନ୍ ? ଯଦି ହଁ, ତେବେ ଆପଣଙ୍କ ଜାଣତରେ ନା ଅଜାଣତରେ ?
ଆକ୍ରମଣରେ ଜାହାଜଟିରେ ଆଂଶିକ ଭାବେ ନିଆଁ ଲାଗିଯାଇଥିଲା । ହେଲେ ପରେ ଏହାକୁ ଆୟତ୍ତ କରାଯାଇଛି । ଡ୍ରୋନ ଆକ୍ରମଣରେ କ୍ଷତିଗ୍ରସ୍ତ ଜାହାଜ ହେଉଛି ଏମଭି ଚେମ୍ ପ୍ଲଟୋ ।
ଖାଲିପାଦରେ ରହି ମାନସିକ ପୂରଣ ପାଇଁ ପ୍ରାର୍ଥନା କରୁଥିଲେ । ଏବେ ନିର୍ବାଚନରେ ମଧ୍ୟପ୍ରଦେଶରେ ବିଜେପି ପୁଣି କ୍ଷମତାକୁ ଆସିଛି ।
ଦୋଷୀ ବିରୋଧରେ ଆଇପିସିରେ ଠକେଇ, ଜାଲିଆତି, ଆଇ.ଟି ଆକ୍ଟ ସହ ଚିଟଫଣ୍ଡ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତ ପ୍ରିନସ ମେ ୨୦୨୨ରେ ଉତ୍ତର ପ୍ରଦେଶ ମଝୁରାରୁ ଗିରଫ୍ ହୋଇଥିଲା ।