ଏଣିକି ସପ୍ତାହକୁ ମିଳିବ ୩ ଦିନ ଛୁଟି । କର୍ମଚାରୀମାନେ ଅଫିସରେ କାମ କରିବେ ମାତ୍ର ୪ ଦିନ । କର୍ମଚାରୀମାନଙ୍କ ଚାପ ଓ ଚିନ୍ତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।
ନୋମିନି ରଖିଲେନି ବୋଲି ମାରିଦେଲା । ନିଜେ ବେକାର ଥିଲା କିନ୍ତୁ ଅଫିସର ସ୍ତ୍ରୀକୁ ମାରିଦେଲା । କେବଳ ଏତିକି ନୁହେଁ, ପ୍ରମାଣ ନଷ୍ଟ କରିବାକୁ ଯାଇ ଦୁନିଆ ମିଛସତ କହି ପୋଲିସକୁ ଭୁତାଇବାକୁ ଚେଷ୍ଟା କରୁଥିଲା । କିନ୍ତୁ ଶେଷରେ ଧରା ପଡ଼ିଲା ।
ବ୍ରହ୍ମପୁର ସହରରେ ଟ୍ରାଫିକ ସମସ୍ୟାର ସମାଧାନ ଲାଗି ଗେଟ ବଜାର ଠାରେ ଏକ ଓଭରବ୍ରିଜ ନିର୍ମାଣ ଲାଗି ଓଡ଼ିଶା ଷ୍ଟେଟ ବିଲଡିଂ କର୍ପୋରସେନ ସାନି ଟେଣ୍ଡର ଆହ୍ୱାନ କରିଛି । ୨ବର୍ଷ ଭିତରେ କାମ ଶେଷ କରିବାକୁ ଟେଣ୍ଡରରେ ଉଲ୍ଲେଖ ରହିଛି ।
ଆରବ ସାଗର ଓ ଆଡେନ ଉପସାଗରରେ ଭାରତୀୟ ନୌସେନାର ଦବଦବା । ପାକିସ୍ତାନୀ ବୋଟ୍ ଓ ୧୯ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ଭାରତୀୟ ନୌସେନା ।
ସବୁ କଳ୍ପନାଜଳ୍ପନା ପରେ ଓଡ଼ିଶା ଜଙ୍ଗଲରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ନାଇଟ ସଫାରୀ । ଚନ୍ଦକା- ଡମପଡ଼ା ଅଭୟାରଣ୍ୟରେ ଆରମ୍ଭ ହୋଇଛି ନାଇଟ୍ ସଫାରୀ ।
ଶୀତ । ଉପାନ୍ତରୁ ଉପକୂଳ ସବୁଠି ଖସିଛି ପାରଦ । ତା ସାଙ୍ଗକୁ ଘନକୁହୁଡ଼ି ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଛି ।
ଗତକାଲି ବିଳମ୍ବିତ ରାତିରେ ବାସଭବନ ଛାଡ଼ିବା ପୂର୍ବରୁ ହେମନ୍ତଙ୍କର ଏକ ବିଏମଡବ୍ଲୁ କାର ଓ କିଛି ଡକ୍ୟୁମେଣ୍ଟ ଥିବା ଏକ ବ୍ୟାଗ ଜବତ କରି ନେଇଥିଲେ । ସୋରେନ ଘରେ ନ ଥିବାରୁ ଇଡି ଅଧିକାରୀମାନେ ପ୍ରାୟ ୧୩ ଘଣ୍ଟା ବାହାରେ ଜାଗି ରହିଥିଲେ ।
ସେ ମୃତ୍ୟୁର ଗନ୍ଧ ବାରି ସାରିଥିଲେ । କିନ୍ତୁ ତାଙ୍କ ଉପରେ ନ୍ୟସ୍ତ ଥିଲା ୫୦ରୁ ଅଧିକ ଜୀବନ । କେମିତି ବା ମୃତ୍ୟୁ କବଳରେ ପଡ଼ି ଥାଆନ୍ତେ । ନିଜେ ଚାଲିଯିବା ଆଗରୁ ବଞ୍ଚାଇ ଦେଇଗଲେ ୫୦ରୁ ଜୀବନ ।
ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୭୬ ତମ ତିରୋଧାନ ଦିବସ । ଏହି ଅବସରରେ ସାରାଦେଶ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ସକାଳୁ ସକାଳୁ ରାଜଘାଟରେ ଗାନ୍ଧିଜୀଙ୍କ ସ୍ମୃତିଚାରଣ ସହ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବହୁ ବରିଷ୍ଠ ନେତା ।
ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରକୁ ନିସ୍ତୁକ ମାଡ ମାରିଲେ ସମ୍ପର୍କୀୟ ।
କ୍ୟାବିନେଟ ବୈଠକରେ ଆଦିବାସୀ ଜମି ବିକ୍ରି ଆଇନ ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର । ପ୍ରସ୍ତାବିତ ସଂଶୋଧନକୁ ପ୍ରତ୍ୟାହାର ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଗତ ନଭେମ୍ବର ୧୪ରେ ଏନେଇ କ୍ୟାବିନେଟରେ ପ୍ରସ୍ତାବ ଆସିଥିଲା ।
ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୩୦ ତାରିଖ ମଙ୍ଗଳବାର । ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୪ର୍ଥୀ ଦିବା ୦୮.୫୪ ଗତେ ୫ମୀ । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର । ଜାଣନ୍ତୁ ଆଜି କେଉଁ ସମୟ ଆପଣଙ୍କ ପାଇଁ ଶୁଭ
ସ୍ୱାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଭୂମିକା କାହାକୁ ବା ଅଜଣା। ତାଙ୍କ ବିନା ସ୍ୱାଧୀନତାର କଳ୍ପନା କରିବା ତ ଅସମ୍ଭବ। ସତ୍ୟ ଏବଂ ଅହିଂସା ପଥ ଅନୁସରଣ କରି ସେ ବ୍ରିଟିଶରମାନଙ୍କୁ ଭାରତ ଛାଡିବାକୁ ବାଧ୍ୟ କରିଥିଲେ।
ସିମି ଏକ ଇସଲାମିକ ସଂଗଠନ। ଏହାର ପ୍ରଥମ ଅଫିସ ଅଲ୍ଲୀଗଡ଼ ମୁସଲିମ ୟୁନିଭର୍ସିଟି ନିକଟରେ ଥିବା ଶାମଶାଦ ମାର୍କେଟରେ ରହିଥିଲା। ପ୍ରଥମ କରି ଏହା ଏକ ଛାତ୍ର ସଂଗଠନ ଭାବେ ଆରମ୍ଭ କରାଯାଇଥିଲା।
ପରିକ୍ରମା ପରିଦର୍ଶନକୁ ନେଇ ସାଂଘାତିକ ଅଭିଯୋଗ । ସରକାରୀ ଟଙ୍କାରେ ବିଜେଡି କର୍ମୀଙ୍କୁ ନିଆଯାଉଥିବା ଅଭିଯୋଗ ।
ବର୍ଷେ ପୂରିଲା, ତଥାପି ଅସ୍ପଷ୍ଟ । ଦିପାଳୀ କହିଲେ ଆଇନ ତା ବାଟରେ ଯିବ ।
ଖାଲି ହେବ ଓଡ଼ିଶାର ୩ ରାଜ୍ୟସଭା ଆସନ। ଏପ୍ରିଲ୍ ୩ରେ ସରୁଛି ସାଂସଦ ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ। ଏହି ୩ ଜଣଙ୍କ ସମେତ ୧୫ଟି ରାଜ୍ୟର ମୋଟ୍ ୫୬ ଜଣଙ୍କ କାର୍ଯ୍ୟକାଳ ବି ପୂରୁଥିବାରୁ ରାଜ୍ୟସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ।
ବୋର୍ଡ ପରୀକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁମନ୍ତ୍ର। ମୋବାଇଲରେ ରିଲ୍ସ ଦେଖି ଖରାପ କରନି ନିଦ। ଘରେ ତିଆରି କରଯାଉ 'ନୋ ଗ୍ୟାଜେଟ୍ ଜୋନ୍'।
ଜଣେ ଅଫିସରକୁ ବସାଇ ଏଠି ସରକାର ଚାଲିଛି: ଖଡଗେ । ନିଯୁକ୍ତି ଓ ଧନୀ-ଗରିବ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ ।
ପୁଅ ଏବେ ଟିମ୍ ଇଣ୍ତିଆର ଜଣେ ଷ୍ଟାର ତାରକା। ଛକା ମାରି ମ୍ୟାଚ୍ ଜିତାଇବାରେ ମାହିର। ହେଲେ ବି ବାପା ବୋହୁଛନ୍ତି ସିଲିଣ୍ତର। ଯେଉଁ କାହାଣୀକୁ ନେଇ ଏବେବି ଥମିନି ଚର୍ଚ୍ଚା।
ଦାୟିତ୍ୱ ଗ୍ରହଣ କଲେ ନୂଆ ପୋଲିସ କମିଶନର । ପୋଲିସ କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ ସଂଜୀବ ପଣ୍ଡା ।
ହେଲ୍ମେଟ୍ ପିନ୍ଧି କଳା ପଲ୍ସରରେ ଆସିଲେ ଦୁଇ ଦୁର୍ବୃତ୍ତ। ଦଶମ ଶ୍ରେଣୀ ଛାତ୍ରଙ୍କ ବେକରେ ଛୁରା ମାଡ଼ କରି ଚମ୍ପଟ ମାରିଲେ।
ଲୋକମାନେ ଅଭିଯୋଗ କରିଛନ୍ତି ଯେ ଭଗବାନ ଶିବ, ରାମ ଏବଂ କୃଷ୍ଣଙ୍କ ସମେତ ହିନ୍ଦୁ ଦେବତାଙ୍କୁ ପୂଜା ନକରିବା ଏବଂ ବୌଦ୍ଧ ଧର୍ମକୁ ପାଳନ ନକରିବା ପାଇଁ ପ୍ରଧାନ ଶିକ୍ଷକ ସେମାନଙ୍କୁ ଶପଥପାଠ କରାଇଛନ୍ତି।
୨୦୨୦ ଫେବ୍ରୁଆରୀ ୨୮ରେ ଗୁଗଲ ସର୍ଚ୍ଚ ଇଞ୍ଜିନ୍ ଓଡ଼ିଆ ଭାଷାକୁ ଅନ୍ୟ ଭାଷାରେ ଅନୁବାଦ କରିବାକୁ ଅନୁମତି ଦେଇଥିଲା । ଯେତେବେଳେ ଜଣେ ଉପଭୋକ୍ତା ଗୁଗଲର ଫାଷ୍ଟ୍ ପେଜ୍ ଓପନ୍ କରନ୍ତି, ସେହି ସମୟରେ କିଛି ଭାଷା ସହିତ ଓଡ଼ିଆ ଭାଷାର ଅପ୍ସନ୍ ଦେଖାଇଥାଏ ।
ଏଥର କର୍ତ୍ତବ୍ୟପଥରେ ଦେଖିବାକୁ ମିଳିଥିଲା ଓଡ଼ିଶାର କଳା କାରିଗରୀ ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ। ପୁରୀ ଶିଳ୍ପୀ ଗ୍ରାମ ରଘୁରାଜପୁରର ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ ମାଧ୍ୟମରେ ବିକଶିତ ଭାରତ ତଥା ଗ୍ରାମୀଣ ମହିଳା ସଶକ୍ତିକରଣର ବାର୍ତ୍ତା ଏଥର ଦେଇଥିଲା ଏହି ପ୍ରଜ୍ଞାପନ ମେଢ଼।