• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସେ ମୃତ୍ୟୁର ଗନ୍ଧ ବାରି ସାରିଥିଲେ । କିନ୍ତୁ ତାଙ୍କ ଉପରେ ନ୍ୟସ୍ତ ଥିଲା ୫୦ରୁ ଅଧିକ ଜୀବନ । କେମିତି ବା ମୃତ୍ୟୁ କବଳରେ ପଡ଼ି ଥାଆନ୍ତେ । ନିଜେ ଚାଲିଯିବା ଆଗରୁ ବଞ୍ଚାଇ ଦେଇଗଲେ ୫୦ରୁ ଜୀବନ । ହାର୍ଟ ଆଟାକ ଆସିବା ସତ୍ତ୍ୱେ ନିଜର କର୍ତ୍ତବ୍ୟ ଭୁଲି ନଥିଲେ ।

ବସ୍ ଚଳାଉଥିବା ବେଳେ ଡ୍ରାଇଭରଙ୍କୁ ହାର୍ଟ ଆଟାକ । କିନ୍ତୁ ତାଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ୫୦ରୁ ଅଧିକ ଜୀବନ । ଏକ ବହୁତ ବଡ଼ ଦୁର୍ଘଟଣା ଟଳିଯାଇଛି । ସେ ନିଜେ ଚାଲିଗଲେ, କିନ୍ତୁ ବଞ୍ଚାଇଦେଲେ ୫୦ ଜୀବନ । କଲିକତାରୁ ବାଲେଶ୍ୱର ପଞ୍ଚଲିଙ୍ଗେଶ୍ୱରକୁ ଏକ ବସ୍ ରେ ପର୍ଯ୍ୟଟକମାନେ ବୁଲିବାକୁ ଆସୁଥିଲେ ।

ପାଟପୁର ଛକ ନିକଟରେ ଗାଡ଼ି ଚଳାଉଥବା ବେଳେ ହିଁ ଡ୍ରାଇଭରଙ୍କୁ ହାର୍ଟ ଆଟାକ ହୋଇଥିଲା । ସେ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ସାଙ୍ଗେ ସାଙ୍ଗେ ବସ୍ ଛିଡ଼ା କରାଇ ଦେଇଥିଲେ । ଡ୍ରାଇଭରଙ୍କୁ ହାର୍ଟ ଆଟାକ ହୋଇଥିବା ଜାଣି ସାଙ୍ଗେ ସାଙ୍ଗେ ପର୍ଯ୍ୟଟକମାନେ ଗାଡ଼ିରୁ ଓହ୍ଲାଇବା ସହିତ ପାଖରେ ରହୁଥିବା ଲୋକଙ୍କୁ ଡାକିଥଲେ ।

୧୦୮ ଆମ୍ବୁଲାନସ ଡକାଯାଇ ଡ୍ରାଇଭରଙ୍କୁ ନୀଳଗିରି ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ନିଜେ ସିନା ଚାଲିଗଲେ, ହେଲେ ବୁଦ୍ଧି ଖଟାଇ ସାଙ୍ଗେ ସାଙ୍ଗେ ଗାଡ଼ି ଅଟକାଇବାରୁ ବସ୍ ଟି ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ତା ସହିତ ୫୦ରୁ ଅଧିକ ପର୍ଯ୍ୟଟକ ମଧ୍ୟ ସୁରକ୍ଷିତ ଅଛନ୍ତି ।

ଅନ୍ୟପଟେ ରାସ୍ତାରେ ବସଟି ଛିଡ଼ା ହୋଇଥିବାରୁ ପର୍ଯ୍ୟଟକ ହଇରାଣ ହେଉଥିଲେ । ଏଣୁ ସ୍ଥାନୀୟ ଯୁବକ ବସକୁ ପଞ୍ଚଲିଙ୍ଗେଶ୍ୱର ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥିଲେ । ସ୍ଥାନୀୟ ଲୋକଙ୍କର ଏପରି ମହାନତାକୁ ପ୍ରଶଂସା କରିଛନ୍ତି ପର୍ଯ୍ୟଟକ ।