• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୭୬ ତମ ତିରୋଧାନ ଦିବସ । ଏହି ଅବସରରେ ସାରାଦେଶ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ସକାଳୁ ସକାଳୁ ରାଜଘାଟରେ ଗାନ୍ଧିଜୀଙ୍କ ସ୍ମୃତିଚାରଣ ସହ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବହୁ ବରିଷ୍ଠ ନେତା । ମହାତ୍ମା ଗାନ୍ଧିଙ୍କ ଆଦର୍ଶ, ଅହିଂସାର ପ୍ରେରଣା, ସତ୍ୟର ଶକ୍ତି ବ୍ରିଟିଶମାନଙ୍କୁ ପରାସ୍ତ କରିଥିଲା ।

ଏହି ଅବଦାନ ହେତୁ ଗାନ୍ଧିଜୀ ଆଜି ବି ମହାତ୍ମା ଗାନ୍ଧୀ ଭାବରେ ଜଣାଶୁଣା । ଭାରତର ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ନାୟକ ମୋହନଦାସ କରମଚାନ୍ଦ ଗାନ୍ଧିଙ୍କ ମୃତ୍ୟୁ ୩୦ ଜାନୁଆରୀ ୧୯୪୮ ରେ ହୋଇଥିଲା । ଦିଲ୍ଲୀ ସ୍ଥିତ ବିରଳା ହାଉସରେ ପ୍ରାର୍ଥନା ସଭାକୁ ଯିବା ବେଳେ ଆତତାୟୀ ନାଥୁରାମ ଗଡସେ, ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ।

ଅଧିକ ପଢ଼ନ୍ତୁ: ୩୦ ଜାନୁୟାରୀର ୬ଟି ବଡ଼ ଐତିହାସିକ ଘଟଣା

ବାପୁଙ୍କ ହତ୍ୟା ମାମଲାରେ ନାଥୁରାମ ସହ ସମସ୍ତ ଅଭିଯୁକ୍ତଙ୍କର ବିଚାର ହୋଇଥିଲା ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟରେ । ପରେ ନାଥୁରାମ ଓ ତାଙ୍କର ସହଯୋଗୀ ନାରାୟଣ ଆପ୍ତେଙ୍କୁ ଫାଶୀ ଦଣ୍ତ ଦିଆଯାଇଥିଲା । ପରେ ପରେ ଫାଶୀଦଣ୍ତକୁ ପଞ୍ଜାବ ହାଇକୋର୍ଟ ମଧ୍ୟ କାଏମ ରଖିଥିଲେ । ସ୍ୱାଧିନତା ପରେ ପରେ ଏହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମକଦ୍ଦମା ଥିଲା ।

୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ଆତତାୟୀର ତିନିଟି ଗୁଳି ଗାନ୍ଧିଙ୍କ ଶରୀରକୁ ବିଦ୍ଧ କରିଥିଲା । ଅନ୍ୟପଟେ ଆଜି ମଧ୍ୟ ବଳିଦାନ ବା ସହିଦ ଦିବସ । ଭାରତ ମାତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀର ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଏ । ଗାନ୍ଧିଙ୍କ ବଳିଦାନକୁ ମନେ ପକାଇବା ମଧ୍ୟ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।