Advertisment

ଦଶମ ଶ୍ରେଣୀ ଛାତ୍ରର ବେକ କାଟି ଦୁର୍ବୃତ୍ତ ଫେରାର୍‌

ହେଲ୍‌ମେଟ୍‌ ପିନ୍ଧି କଳା ପଲ୍‌ସରରେ ଆସିଲେ ଦୁଇ ଦୁର୍ବୃତ୍ତ। ଦଶମ ଶ୍ରେଣୀ ଛାତ୍ରଙ୍କ ବେକରେ ଛୁରା ମାଡ଼ କରି ଚମ୍ପଟ ମାରିଲେ।

author-image
Manoranjan Behera
Miscreants Attacked

Miscreants Attacked

ଦଶମ ଶ୍ରେଣୀ ଛାତ୍ରର ବେକ କାଟି ଦୁର୍ବୃତ୍ତ ଫେରାର୍। କଟକ ଆଠଗଡ଼ ବ୍ଲକ କୁଲେଇଲୋ ଗାଁରେ ଘଟିଛି ଏହି ଅଘଟଣ। ଆକ୍ରମଣର ଶିକାର ଛାତ୍ର ଜଣକ ହେଲେ ଉଦୟପୁର ଗାଁର ସୂର୍ଯ୍ୟ ନାରାୟଣ ଦାସ। ତାଙ୍କ ବେକରେ ଆଘାତ ଲାଗିଛି।

Advertisment

ସୂଚନା ଅନୁଯାୟେ ସେ ଟ୍ୟୁସନ ଫେରି ଆସିଥିବାବେଳେ ଛାତ୍ର ଜଣଙ୍କୁ ଛୁରାମାଡ କରି ବାଇକରେ ଆସିଥିବା ଦୁଇ ଦୁର୍ବୁର୍ତ୍ତ ଫେରାର ହୋଇଯାଇଥିଲେ। ତେବେ ତାଙ୍କୁ କିଏ ଓ କାହିଁକି ଆକ୍ରମଣ କଲା ତାହା ଜଣାପଡିନାହିଁ। ଆଠଗଡ଼ ଥାନାର ଆହତ ଛାତ୍ରଙ୍କ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଅଭିଯୋଗ ପରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ଆଠଗଡ଼ ପୋଲିସ।

ଆଠଗଡ଼ ଥାନା ଉଦୟପୁର ଗାଁର ମହେନ୍ଦ୍ର ଦାସଙ୍କ ପୁଅ ସୂର୍ଯ୍ୟ ନାରାୟଣ ଦାସ ଦଶମ ଶ୍ରେଣୀରେ ପଢ଼ନ୍ତି। ଆଜି ସକାଳେ ସେ ଟ୍ୟୁସନ୍‌ ଯାଇଥିଲେ। ଟ୍ୟୁସନ୍‌ ସରିବା ପରେ ଘରକୁ ଫେରିବା ବେଳେ କୁଲାଇଲୋ ବଜାରରେ ଅଟକି ବିସ୍କୁଟ କିଣିବା ପାଇଁ ଦୋକାନକୁ ଯାଉଥିଲେ। ଠିକ୍‌ ସେହି ସମୟରେ ଗୋଟିଏ ପଲ୍‌ସରରେ ଦୁଇ ଜଣ ଯୁବକ ମୁଖା ପିନ୍ଧି ଆସି ସୂର୍ଯ୍ୟଙ୍କ ବେକ କାଟି ଚମ୍ପଟ ମାରିଥିଲେ।

Advertisment
Miscreants Attacked Man Slit Throat
Advertisment
Advertisment