• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସବୁ କଳ୍ପନାଜଳ୍ପନା ପରେ ଓଡ଼ିଶା ଜଙ୍ଗଲରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ନାଇଟ ସଫାରୀ । ଚନ୍ଦକା- ଡମପଡ଼ା ଅଭୟାରଣ୍ୟରେ ଆରମ୍ଭ ହୋଇଛି ଏହି ନାଇଟ୍ ସଫାରୀ । ଚନ୍ଦକା –ଡମପଡ଼ା ଅଭୟାରଣ୍ୟରେ ପରିବେଶ ପର୍ଯ୍ୟଟନ ବିକାଶ ଦିଗରେ ପଦକ୍ଷେପ ନିଆଯାଉଛି ।

ପୂର୍ବରୁ ଜଙ୍ଗଲ ସଫାରୀ ଦିନରେ ଚାଲୁଥିବା ବେଳେ ସୋମବାର ରାତିରେ ଜଙ୍ଗଲ ବୁଲିଛନ୍ତି କୁନି କୁନି ସ୍କୁଲ ଛାତ୍ରୀ । ପିସିସିଏଫ୍ ସୁଶାନ୍ତ ନନ୍ଦ ନାଇଟ୍ ସଫାରୀର ଶୁଭାରମ୍ଭ କରିବା ପରେ ୧୨ଟି ଗାଡିରେ ଛାତ୍ରଛାତ୍ରୀଙ୍କୁ ଜଙ୍ଗଲ ବୁଲାଯାଇଥିଲା । ଅଭୟାରଣ୍ୟର ଜୈବ ବିବିଧତା ରକ୍ଷା କରିବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଜୀବିକା ପ୍ରଦାନ ଲକ୍ଷ୍ୟରେ ଏପରି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି ।

ରାତ୍ରିରେ ରହିବା ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି । ପର୍ଯ୍ୟଟକମାନେ ଅନ୍ଧାର ପରେ ମଧ୍ୟ କିପରି ପ୍ରକୃତିର ମଜା ନେଇ ପାରିବେ ତାହାର ବ୍ୟବସ୍ଥା କରାଯାଇଛି । ରାତି ୯ ଟା ପର୍ଯ୍ୟନ୍ତ ପର୍ଯ୍ୟଟକ ସଫାରୀର ମଜା ନେଇପାରିବେ । ରାତି ୯ରୁ ସକାଳ ସାଢ଼େ ୯ ପର୍ଯ୍ୟନ୍ତ ସଫାରୀ ବନ୍ଦ ରହିବ ।

ଅନ୍ୟପଟେ ଏହି ସଫାରୀ ପାଇଁ ଯେପରି ବନ୍ୟପ୍ରାଣୀମାନେ ହଇରାଣ ନହୁଅନ୍ତି, ସେଥି ମଧ୍ୟ ବିଶେଷ ଭାବେ ଧ୍ୟାନ ରଖାଯାଇଛି । ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳକୁ ପର୍ଯ୍ୟଟକଙ୍କୁ ବାରଣ ରହିଛି । ଏକ ଘଣ୍ଟା ମଧ୍ୟରେ ପ୍ରାୟ ୧୯ କିଲୋମିଟର ପର୍ଯ୍ୟନ୍ତ ବୁଲିବାର ମଜା ନେଇପାରିବେ ପର୍ଯ୍ୟଟକ ।

ଚନ୍ଦକା- ଡମପଡ଼ା ଅଭୟାରଣ୍ୟରେ ନାଇଟ୍ ସଫାରୀ ଆରମ୍ଭ ହେବା ପରେ ରାଜଧାନୀ ବାସୀ ଉଭୟ ଅନଲାଇନ ଏବଂ ଅଫଲାଇନରେ ଟିକଟ୍ ଲାଗି ଆବେଦନ କରିପାରିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ସପ୍ତାହକୁ ୩ ଦିନ ନାଇଟ ସଫାରୀ ଚାଲିବ। ପ୍ରଥମ ବ୍ୟାଚ ସନ୍ଧ୍ୟା ୬.୩୦ ଏବଂ ଦ୍ୱିତୀୟ ବ୍ୟାଚ ସନ୍ଧ୍ୟା ୭ଟା ୩୦ରେ  ଛାଡ଼ିବ ।