• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆରବ ସାଗର ଓ ଆଡେନ ଉପସାଗରରେ ଭାରତୀୟ ନୌସେନାର ଦବଦବା । ପାକିସ୍ତାନୀ ବୋଟ୍ ଓ ୧୯ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ଭାରତୀୟ ନୌସେନା । ଆଫ୍ରିକୀୟ ଦେଶ ସୋମାଲିଆ ନିକଟରେ ଯେତେବେଳେ ଏହି ପାକିସ୍ତାନୀଙ୍କ ଉପରେ ଜଳଦସ୍ୟୁମାନେ ଆକ୍ରମଣ କରିଥିଲେ, ସେମାନେ ମାଗିଥିଲେ ସାହାଯ୍ୟ ।

ଏହା ପରେ ସେମାନଙ୍କୁ ସାହାଯ୍ୟ କରିବାକୁ ତୁରନ୍ତ ପହଞ୍ଚିଥିଲା ଭାରତୀୟ ନୌସେନାର ଜାହାଜ INS ସୁମିତ୍ରା । ପାକିସ୍ତାନୀ ବୋଟ୍ କୁ ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର କରିବା ସହିତ ୧୯ ପାକିସ୍ତାନୀ ମତ୍ସ୍ୟଜୀବୀ ମଧ୍ୟ ସୁରକ୍ଷିତ ଅଛନ୍ତି । ଗତକାଲି ଏହି ଘଟଣା ଘଟିଥିଲା । ଏହାର ଭିଡିଓ ଫଟୋ ଜାରି କରିଛି ନୌସେନା ।

ଏହାର ମାତ୍ର ୨୪ ଘଣ୍ଟା ଆଗରୁ ଇରାନର ଏକ ବୋଟ୍ କୁ ମଧ୍ୟ ଜଳଦସ୍ୟୁଙ୍କ କବଳରୁ INS ସୁମିତ୍ରା ଉଦ୍ଧାର କରିଥିଲା । ସେଥିରେ ଥିଲେ ୧୯ ଇରାନୀ ନାବିକ । ଆଡେନ ଉପସାଗରରେ ଏହି ବୋଟ୍ ଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ସୋମାଲିଆର ଜଳଦସ୍ୟୁ ।

ସେମାନେ ସାହାଯ୍ୟ ପାଇଁ SOS କଲ୍ କରିବାରୁ ତୁରନ୍ତ ସେଠାରେ ପହଞ୍ଚିଥିଲା ଭାରତୀୟ ନୌସେନାର INS ସୁମିତ୍ରା । ଜଳଦସ୍ୟୁଙ୍କୁ ସେହି ବୋଟରୁ ତଡ଼ିବା ସହିତ ଇରାନର ନାଗରିକଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । କିଛି ଦିନ ହେଲାଣି ଆଫ୍ରିକା ଉପକୂଳରେ, ଆରବ ସାଗରରେ ଓ ଆଡେନ ଉପସାଗରରେ ଜଳଦସ୍ୟୁମାନେ ମାତିଛନ୍ତି ।

ବିଭିନ୍ନ ଜାହାଜକୁ ଆକ୍ରମଣ କରି ଲୁଟପାଟ କରୁଛନ୍ତି, ଏପରିକି ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି । ଏହାକୁ ପ୍ରତିହତ କରିବାକୁ ଆରବ ସାଗରରେ ମୁତୟନ ହୋଇଛି ଭାରତୀୟ ନୌସେନା । ଭାରତୀୟ ଜାହାଜକୁ ସୁରକ୍ଷା ଦେବା ସହିତ ବିଦେଶୀ ଜାହାଜଙ୍କୁ ମଧ୍ୟ ଜଳଦସ୍ୟୁଙ୍କ କବଳରୁ ରକ୍ଷା କରାଯାଉଛି ।