• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସୋସିଆଲ ମିଡିଆର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି । ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଓ ଟ୍ୱିଟର ପରି କିଛି ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ଲୋକମାନେ ବ୍ୟସ୍ତ ରହୁଛନ୍ତି । ତେବେ ଫେସ୍‌ବୁକ୍‌ରେ ଅନୁବାଦକୁ ନେଇ କିଛି ଭୁଲ୍‌ ଦେଖିବାକୁ ମିଳୁଛି । ବିଭିନ୍ନ ସମୟରେ ମେଟା ସଠିକ୍‌ ଭାବେ ଓଡ଼ିଆ ଅନୁବାଦ କରିପାରୁନାହିଁ ।

୨୦୨୦ ଫେବ୍ରୁଆରୀ ୨୮ରେ ଗୁଗଲ ସର୍ଚ୍ଚ ଇଞ୍ଜିନ୍‌ ଓଡ଼ିଆ ଭାଷାକୁ ଅନ୍ୟ ଭାଷାରେ ଅନୁବାଦ କରିବାକୁ ଅନୁମତି ଦେଇଥିଲା । ଯେତେବେଳେ ଜଣେ ଉପଭୋକ୍ତା ଗୁଗଲର ଫାଷ୍ଟ୍‌ ପେଜ୍‌ ଓପନ୍‌ କରନ୍ତି, ସେହି ସମୟରେ କିଛି ଭାଷା ସହିତ ଓଡ଼ିଆ ଭାଷାର ଅପ୍‌ସନ୍‌ ଦେଖାଇଥାଏ । ହେଲେ ସେବେଠାରୁ ଗୁଗଲ ମଧ୍ୟ ଓଡ଼ିଆ ଭାଷାକୁ ନେଇ ସେମତି କିଛି ବଡ଼ ପଦକ୍ଷେପ ଗ୍ରହଣ କରିନାହିଁ ।

ହେଲେ ବର୍ତ୍ତମାନ ମେଟା ମାଲିକାନା ଥିବା ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପରି ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ମଧ୍ୟ ଧ୍ୟାନ ଦିଆଯାଇଛି । ଓଡ଼ିଆ ଭାଷା ଅନୁବାଦ ମଧ୍ୟ ହୋଇପାରୁଛି । ହେଲେ ଅନୁବାଦରେ କିଛି ସମସ୍ୟା ଦେଖିବାକୁ ମିଳୁଛି । ସବୁବେଳେ ସଠିକ୍‌ ଭାବେ ଅନୁବାଦ ହେଉନଥିବା ଅଭିଯୋଗ ହେଉଛି ।

ଯେହେତୁ ଗୁଗୁଲ ଏହି ପ୍ଲାଟଫର୍ମକୁ ତିଆରି କରୁଛି , ତେଣୁ ମେଟାକୁ ମଧ୍ୟ ଓଡ଼ିଆ ଭାଷାର ତାଲିମ ଦେଇଥାଏ ଗୁଗଲ । ସମାନ ବୈଶିଷ୍ଟ୍ୟ କାରଣରୁ ଫେସ୍‌ବୁକ୍‌ରେ ମଧ୍ୟ ସବୁବେଳେ ଓଡ଼ିଆ ଭାଷାର ଅନୁବାଦ ସଠିକ୍‌ ଆସିନଥାଏ ।

ମେଟା ପ୍ଲାଟଫର୍ମ ଗୁଡ଼ିକ ଗୁଗଲ ସହିତ ଲିଙ୍କ୍‌ରେ ରହିଥାଏ । ତେଣୁ ଯେତେବେଳେ କୌଣସି ଓଡ଼ିଆ ଭାଷାକୁ ସୋସିଆଲ ମିଡିଆରେ ଅନୁବାଦ କରାଯାଏ, ତାହା ପ୍ରାୟତଃ ଭୁଲ ଦେଖାଇଥାଏ । ଅଣ-ଓଡ଼ିଆ ଲୋକମାନେ ମେଟା ମାଲିକାନା ଫେସବୁକ୍ ପ୍ଲାଟଫର୍ମରେ ଅଟୋ-ଟ୍ରାନ୍ସଲେଟ୍ ଅପ୍‌ସନ୍‌ ବ୍ୟବହାର କରୁଥିବାରୁ ନାନା ଅସୁବିଧାର ସମ୍ମୁଖିନ ହୋଇଥାନ୍ତି ।

ବିଭିନ୍ନ ପ୍ଲାଟଫର୍ମ ମାଧ୍ୟମରେ ଓଡିଶାର ଲୋକମାନେ ଏହି ସମସ୍ୟାର ସମାଧାନ ପାଇଁ ମେଟା ମାଲିକାନା ପ୍ଲାଟଫର୍ମ ଗୁଡ଼ିକୁ ଅନୁରୋଧ କରିଛନ୍ତି । ପ୍ଲାଟଫର୍ମଗୁଡିକ ଏହି ସମସ୍ୟାଗୁଡିକର ଅସ୍ଥାୟୀ ଭାବରେ ସଂଶୋଧନ କରିପାରନ୍ତି । ତେବେ ଏହି ସମସ୍ୟା ନୂଆ ଶବ୍ଦ କ୍ଷେତ୍ରରେ ପୁନର୍ବାର ଆସିପାରେ । ଓଡ଼ିଆ ଭାଷା ସମସ୍ୟାକୁ ଦୂର କରିବା ପାଇଁ ଟେକ୍ ଜ୍ୟାଣ୍ଟମାନେ ଡାଟାବେସ୍ ଅପଗ୍ରେଡ୍ କରିବା ଏବଂ AI ପ୍ରୋଗ୍ରାମ ପାଇଁ ଭାଷା ପ୍ରଶିକ୍ଷଣରେ ଉନ୍ନତି ଆଣିବା ଆବଶ୍ୟକ ବୋଲି କହିଛନ୍ତି ।