/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706586456.jpg)
Hemant Soren
ମନି ଲଣ୍ଡରିଂ ସହ ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ପଡ଼ିଛନ୍ତି ଝାଡ଼ଖଣ୍ତ ମୁଖ୍ୟମନ୍ତ୍ରୀ । ଗତକାଲି ଇଡି ଏନେଇ ହେମନ୍ତଙ୍କୁ ଜେରା କରିବାକୁ ଯାଇଥିବା ବେଳେ ହେମନ୍ତଙ୍କ ଖୋଜ ଖବର ମିଳିନଥିଲା । ଗତକାଲି ଇଡି କର୍ମାଚାରୀମାନେ ତାଙ୍କର ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ ନପାଇ ନିରାଶ ହୋଇ ଫେରିଥିଲେ ।
ଏଣୁ ଗତକାଲି ବିଳମ୍ବିତ ରାତିରେ ବାସଭବନ ଛାଡ଼ିବା ପୂର୍ବରୁ ହେମନ୍ତଙ୍କର ଏକ ବିଏମଡବ୍ଲୁ କାର ଓ କିଛି ଡକ୍ୟୁମେଣ୍ଟ ଥିବା ଏକ ବ୍ୟାଗ ଜବତ କରି ନେଇଥିଲେ । ସୋରେନ ଘରେ ନ ଥିବାରୁ ଇଡି ଅଧିକାରୀମାନେ ପ୍ରାୟ ୧୩ ଘଣ୍ଟା ବାହାରେ ଜାଗି ରହିଥିଲେ । ପରେ ସେମାନେ ଆଖପାଖ ଅଞ୍ଚଳରେ ମଧ୍ୟ ଖୋଜାଖୋଜି କରିଥିଲେ ।
ଏଣୁ ହେମନ୍ତଙ୍କୁ ଧରିବାକୁ ବର୍ତ୍ତମାନ ଇଡି କର୍ମଚାରୀମାନେ ଦିଲ୍ଲୀ ବିମାନବନ୍ଦରରେ ଜଗି ରହିଛନ୍ତି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ହେମନ୍ତଙ୍କୁ ଗତକାଲି ଗିରଫ କରାଯାଇ ଥାଆନ୍ତା । ଗିରଫ ପୂର୍ବରୁ ରାଞ୍ଚିରେ ହେମନ୍ତଙ୍କୁ ୮ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା ଇଡି । ଏହାସହ ୯ ଥର ନୋଟିସ୍ ବି କରିଥିଲା । ତଥାପି ଗୋଟେ ପରେ ଗୋଟେ ନୋଟିସ୍କୁ ସେ ଏଡ଼ାଇ ଚାଲିଥିଲେ ।
ଅଭିଯୋଗ ଅନୁସାରେ, ରାଞ୍ଚିରେ ଭାରତୀୟ ସେନାର ୪.୫୫ ଏକର ଜମିକୁ ବିକ୍ରି ନେଇ ଦୁର୍ନୀତି ହୋଇଥିଲା । ଏଥିରେ ରାଞ୍ଚିର ପୂର୍ବତନ ଜିଲ୍ଲାପାଳ ଦିଲ୍ଲୀପ ଘୋଷଙ୍କ ସମେତ ୧୬ ଜଣ ଗିରଫ ହୋଇଛନ୍ତି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଏହି ମାମଲାରେ ପଚରାଉଚରା କରୁଛି ଇଡି । କିନ୍ତୁ ଅତି ଆଶ୍ଚର୍ଯ୍ୟଜନକ କଥା ଭାବେ ରେଡ୍ ବେଳେ ସୋରେନ ଘରେ ଉପସ୍ଥିତ ନଥିଲେ । ରାତି ଅଧରୁ ସେ କୁଆଡ଼େ ଯାଇଛନ୍ତି ଯେ, କେହି ଜାଣିନଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ପାଇଛି ।
ଜମି ଦୁର୍ନୀତି ମାମଲାରେ ପଚରାଉଚରା ନିମନ୍ତେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କିଛି ଦିନ ପୂର୍ବରୁ ଦଶମ ସମନ ଜାରି ହୋଇଥିଲା । ତାଙ୍କୁ ୨୯ରୁ ୩୧ ଜାନୁୟାରୀ ମଧ୍ୟରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା । ହେମନ୍ତ ସୋରେନ ହାଜର ନ ହେଲେ ଇଡି ଟିମ୍ ତାଙ୍କୁ ପଚରାଉଚରା ପାଇଁ ପହଞ୍ଚିବ ବୋଲି କୁହାଯାଇଥିଲା । ଇଡି ଦ୍ୱାରା ସମନ ଜାରି ପରେ ହେମନ୍ତ ସୋରେନ ଦିଲ୍ଲୀ ପଳାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)