Advertisment

‘ଆଇନଶୃଙ୍ଖଳା-ଅପରାଧ-ମହିଳାଙ୍କ ସୁରକ୍ଷାକୁ ଦିଆଯିବ ଗୁରୁତ୍ୱ’

ଦାୟିତ୍ୱ ଗ୍ରହଣ କଲେ ନୂଆ ପୋଲିସ କମିଶନର । ପୋଲିସ କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ ସଂଜୀବ ପଣ୍ଡା ।

author-image
Satyendu Shekher Mishra
Twin City Police Commissioner

Twin City Police Commissioner

ଟ୍ୱିନସିଟିକୁ ମିଳିଲା ନୂଆ ପୋଲିସ କମିଶନର । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସ୍ଥାନରେ ନୂଆ କରି ଦାୟିତ୍ୱ ନେଲେ ସଂଜୀବ ପଣ୍ଡା । ବିଦ୍ଧିବଦ୍ଧ ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କଠାରୁ ଦାୟିତ୍ୱ ନେବା ପରେ ନୂଆ କମିଶନରଙ୍କ ଲାଗି ରହିଛି ନୂଆ ଚ୍ୟାଲେଞ୍ଜ । ଟ୍ୱିନ ସିଟିରେ ବଢିଚାଲିଥିବା ଲୁଟ ପାଟ୍ ରାହାଜାନୀ, ଆନ୍ତରାଜ୍ୟ ଅପରାଧୀଙ୍କ ପ୍ରାଦୃଭାବକୁ ରୋବିକା ପୋଲିସ କମିଶନରଙ୍କ ଲାଗି ରହିବ ପ୍ରଥମ ଚ୍ୟାଲେଞ୍ଜ । ବିଶେଷ କରି ସହରର ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ଆଗାମୀ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ସମାପନ କରିବା ଗୁରୁଦାୟିତ୍ୱ ରହିବ। 

Advertisment

ଅନ୍ୟପଟେ ଟ୍ୱିନ ସିଟିରେ ବଢିଚାଲିଥିବା ସାଇବର ଅପରାଧ ନିୟନ୍ତ୍ରଣ ଏକ ମୁଖ୍ୟ ପ୍ରସଙ୍ଗ ରହିବ।  ଫେକ୍ ସିମ କାର୍ଡ ସହାୟତାରେ ଝାଡଖଣ୍ଡ ଜାମତାରା ଗ୍ୟାଙ୍ଗ ଭଳି ବିହାର ଏବଂ ରାଜସ୍ଥାନର ସାଇବର ଅପରାଧୀଙ୍କ ନେଟୱାର୍କକୁ କାବୁ କରିବା ଏକ ମୁଖ୍ୟ ଟାସ୍କ ରହିବ । AI ବା ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ଦ୍ୱାରା ଡିଫ୍ ଫେକ୍ ମାଧ୍ୟମରେ ହେଉଥିବା ଅପରାଧକୁ ରୋକିବା ନୂଆ ପୋଲିସ କମିଶନରଙ୍କ ଲାଗି ବଡ଼ ଚ୍ୟାଲେଞ୍ଜ ରହିବ। ସେହିପରି ମହିଳାଙ୍କ ପ୍ରତି ଅପରାଧ ଉପରମୁହାଁ ହେଉଥିବା ବେଳେ ସେଥିରେ ଅଂସକୁଶ ଲଗାଇବା ପୋଲିସ ପାଇଁ ଚ୍ୟାଲେଞ୍ଜ ରହିବ ।

ରାଜ୍ୟର ପୋଲିସ ଡିଜି ଭାବେ ଅରୁଣ ଷଡଙ୍ଗୀ ଦାୟିତ୍ବ ନେବା ପରେ ବଦଳୁଛି ପୋଲିସର ରଣକୌଶଳ । ଗୁଇନ୍ଦା ବିଭାଗ, ପୋଲିସ କମିଶନର ପଦରେ ଅଦଳ ବଦଳ ପରେ ଏହି ପୋଲିସ ଡିଜିଙ୍କ ନୂଆ ଟିମ ବୋଲି ଚର୍ଚ୍ଚା ହେଉଛି।

Advertisment
Police
Advertisment
Advertisment