କେବେ ଦୁର୍ଘଟଣା ହାର କମିଛି କହି ଭୁରୁଡ଼ି ମାରୁଛନ୍ତି ତ ଆଉ କେବେ ସଡ଼କ ସୁରକ୍ଷା ନାଁରେ ତୁଚ୍ଛା ଆତ୍ମପ୍ରଚାର କରୁଛନ୍ତି ରାଜ୍ୟ ସରକାର । ଦୁର୍ଘଟଣା ରୋକିବାକୁ ନୂଆବର୍ଷରୁ କେତେ କ’ଣ ଘୋଷଣା ସହ SOP ଜାରି କରିଦେଲେ । କିନ୍ତୁ, ପଚାରୁଛି କିଏ ।
ରାଜ୍ୟରେ ବାଲିକୁ ନେଇ ବିଚିତ୍ର ସ୍ଥିତି । ଗୋଟିଏ ପଟେ ମେସିନ୍ ଦ୍ୱାରା ବାଲିଉଠାଣ ଉପରେ ହାଇକୋର୍ଟଙ୍କ ରୋକ୍ ଲାଗିଛି, କିନ୍ତୁ ନିର୍ଦ୍ଦେଶ ପାଳନ ପାଇଁ ଥିବା ବ୍ୟବସ୍ଥାର ନିଷ୍କ୍ରିୟତା ପାଇଁ କିଛି ସ୍ଥାନରେ ବେଧଡ଼କ କାରବାର ବି ଚାଲିଛି ।
ସୂଚନାନୁଯାୟୀ ଇସ୍ରାଏଲ-ହମାସ୍ ବିବାଦ ମଧ୍ୟରେ ଲୋହିତ ସାଗରରେ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣକୁ ଜୋରଦାର କରୁଥିବା ହାଉତି ବିଦ୍ରୋହୀଙ୍କ ଉପରେ ଚିନ୍ତା ବଢ଼ିବାରେ ଲାଗିଛି । ଗତକାଲି ଗଫ୍ ଅଫ୍ ଆଡେନରେ ବ୍ରିଟିଶ ଅଏଲ୍ ଟ୍ୟାଙ୍କର ମାର୍ଲିନ ଲୌଣ୍ଡା ଉପରକୁ ମିସାଇଲ ମାଡ କରାଯାଇଥିଲା ।
ଇନଫୋସିସର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତୀ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହି ଥାଆନ୍ତି । ବର୍ତ୍ତମାନ ସେ ଶୌଚାଳୟ ସଫା ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ।
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ । ଏସସିବି ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ମୃତ୍ୟୁ ହୋଇଛି ।
ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। କ୍ୟାପିଟାଲ୍ ହସ୍ପିଟାଲ୍ରେ ଝିଅକୁ ଛାଡ଼ି ପଳାଗଲେ ବାପା। ଫୋନ୍ କଲେ ମଧ୍ୟ ଉଠାଉ ନାହାନ୍ତି। କ୍ୟାପିଟାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ ଏନେଇ କମିଶନରେଟ୍ ପୋଲିସ୍କୁ ଅବଗତ କରାଇଛନ୍ତି।
ଶବ ନାହିଁ କିନ୍ତୁ ଶବ ସତ୍କାର ପାଇଁ ଚାଲିଥିଲା କୋକେଇ ବନ୍ଧା। କୋକେଇରେ ଶବ ନାହିଁ କିନ୍ତୁ ମଶାଣୀକୁ ଗଲା ବେଳେ ଶୁଭୁଛି ରାମ ନାମ ସତ୍ୟ ହେ ହରିନାମ ସତ୍ୟ ହେ। କୋକେଇ ପାଖରେ ବସି କାନ୍ଦୁଛନ୍ତି ପରିବାର ଲୋକେ।
ଗଭୀର ସମ୍ମାନ ଏବଂ କୃତଜ୍ଞତାର ପ୍ରତୀକ ପାରମ୍ପରିକ ଭାରତୀୟ ରୀତିନୀତି ସମସ୍ତଙ୍କୁ ପସନ୍ଦ ଆସିଥିଲା । ପୁରା ହଲ୍ ଦର୍ଶକଙ୍କ କରତାଳିରେ ଫାଟି ପଡ଼ିଥିଲା ।
ଜୁଏଲ ନିଜ କାରରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ କାମାକ୍ଷାନଗର ରେକୁଳା ଛକ ଦୁର୍ଘଟଣାର ଶିକାର ହୋଇଥିଲେ ।
ଦଶପଲ୍ଲା ବସ୍ ଦୁର୍ଘଟଣାରେ ସାମ୍ନାକୁ ଆସିଲା ସାଂଘାତିକ ତ୍ରୁଟି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଚଲାଉ ନଥିଲେ ଡ୍ରାଇଭର୍ । ଦୁର୍ଘଟଣା ବେଳେ ଅନ୍ୟ ଜଣେ କର୍ମଚାରୀ ଟ୍ରକକୁ ଚଲାଉଥିଲେ ତା ପୁଣି ମଦ ପିଇ ।
ନିକଟରେ ଆମେରିକାରେ ଜଣେ ହତ୍ୟାକାରୀକୁ ନାଇଟ୍ରୋଜେନ ଗ୍ୟାସ ଦେଇ ମୃତ୍ୟୁଦଣ୍ତ ଦିଆଯାଇଛି । ଯାହାକୁ ନେଇ ଏବେ ବିବାଦ ମୁଣ୍ତ ଟେକିଛି । ଅମ୍ଳଜାନ ବିନା ବ୍ୟକ୍ତି ଜଣକ ଛଟପଟ ହୋଇ ଜୀବନ ତ୍ୟାଗ କରିଛନ୍ତି ।
ଭାରତ ସରକାର ଅଧିନରେ ଥିବା NTPC ଲିମିଟେଡ୍ରେ ଚାକିରି କରିବାକୁ ସୁଯୋଗ ଆସିଛି। ଏନେଇ NTPC ଲିମିଟେଡ୍ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁସାରେ ସହକାରୀ କାର୍ଯ୍ୟନିର୍ବାହୀ ପଦବୀ ପୂରଣ ହେବ।
ଓଡ଼ିଶା ପାଇଁ ବିଜୟପାଲ ସିଂ ତୋମାରଙ୍କୁ ଭରସା କରିଛି ଦଳ । ତୋମାରଙ୍କ ସହ ଲତା ଉସେଣ୍ଡି ସହ-ପ୍ରଭାରୀ ଦାୟିତ୍ୱରେ ରହିବେ ବୋଲି ସୂଚନା ଦିଆଯାଇଛି ।
କାର୍ ଭିତରୁ ବାହାରିଲା ସାପ । ସେପୁଣି ଆଉ କେଉଁଠୁ ନୁହେଁ ସାମ୍ନାରେ ଥିବା ଏସି ଜାଲି ଭିତରୁ । ଏପରି ଭୟଙ୍କର ଘଟଣା ଘଟିଛି ଅଷ୍ଟ୍ରେଲିଆରେ ।
ଫିଲ୍ମ 'ହନୁମାନ' ତେଲୁଗୁ ଏବଂ ହିନ୍ଦୀ ବକ୍ସ ଅଫିସରେ ଜବରଦସ୍ତ ପ୍ରତିକ୍ରିୟା ପାଉଛି। ଏସ୍ଏସ୍ ରାଜାମୌଲୀଙ୍କ ଠାରୁ ଶିଖିଥିବା ଟିପ୍ସକୁ ଏହାର ନିର୍ଦ୍ଦେଶକ ଏଥିରେ ବ୍ୟବହାର କରିଛନ୍ତି। ସେ କିନ୍ତୁ ତାଙ୍କୁ ଘୃଣା କରୁଥିବା କହିଛନ୍ତି। ଏହାର କାରଣ ବି ଦେଇଛନ୍ତି।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଉତ୍ତର ପ୍ରଦେଶ ଭଳି ସବୁଠାରୁ ବଡ଼ ରାଜ୍ୟର ଇଲେକ୍ସନ ଇନଚାର୍ଜ ଦାୟିତ୍ୱ ଦିଆଯାଇଛି । ସେହପରି ନିର୍ବାଚନ ପାଇଁ ବିଜୟପାଲ ସିଂ ତୋମାରଙ୍କୁ ଓଡ଼ିଶା ଦାୟିତ୍ୱ ମିଳିଛି ।
ସୂର୍ଯ୍ୟାଙ୍କ ଅଭିନୀତ ଏହି 'କଙ୍ଗୁଭା'ରେ ବବି ଦେଓଲ୍ ପୁଣି ଥରେ ଜଣେ ଭିଲେନ୍ ଭୂମିକାରେ ଅଭିନୟ କରିବେ। ଜାରି ହୋଇଛି ପ୍ରଥମ ଲୁକ୍। ଏଥିରେ ବବିଙ୍କୁ ଲମ୍ବା ଚୁଟି, ନକଲି ଆଖି ଏବଂ ଛାତିରେ ଏକ ଅଜବ କବଚ ପିନ୍ଧିଥିବାର ଦେଖାଯାଏ। ଏହା ଦେଖି ବବି ଦେଓଲଙ୍କ ପ୍ରଶଂସକମାନେ ଜବରଦସ୍ତ ପ୍ରତିକ୍ରିୟା ଦେଉଛନ୍ତି।
ଦୁର୍ଘଟଣାସ୍ଥଳରେ ୨ ଜଣଙ୍କ ଜୀବନ ଯାଇଛି । ପରେ ପରେ ଅନ୍ୟ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ମୋଟ୍ ୩ଜଣଙ୍କ ମୃତ୍ୟୁ ହୋଇଛି ।
AM672 ବିମାନରେ ଅତି କମରେ ୭୭ ଜଣ ଯାତ୍ରୀ ଥିଲେ । ବିମାନରେ ଏପରି ଘଟଣା ଘଟିବା ପରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯାତ୍ରୀମାନଙ୍କ ଠାରୁ ଏ ସମ୍ପର୍କରେ ମତାମତ ମଗାଯାଇଥିଲା ।
ଯେତେବେଳେ ମୋବାଇଲ୍ ବ୍ୟାଟେରୀ ଶୀଘ୍ର ସରିଯାଏ, ଲୋକମାନେ ପ୍ରାୟତଃ ଭାବନ୍ତି ଯେ ବ୍ୟାଟେରୀ ଖରାପ ହୋଇଗଲା। କିନ୍ତୁ ଏଭଳି ଠିକ୍ ନୁହେଁ। ମୋବାଇଲ୍ ବ୍ୟାଟେରୀ ଶୀଘ୍ର ସରିଯିବାର ଅନେକ କାରଣ ଅଛି। ଏଥିମଧ୍ୟରୁ କେତେକ ଯାନ୍ତ୍ରିକ କାରଣ ମଧ୍ୟ ଥାଇପାରେ, ଯାହାକୁ ଲୋକମାନେ ପ୍ରାୟ ଧ୍ୟାନ ଦିଅନ୍ତି ନାହିଁ।
ଏହି ଘଟଣାରେ ୧୫ରୁ ୨୦ ଜଣ ହଷ୍ଟେଲ ଛାତ୍ରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ଛାତ୍ରଙ୍କୁ ଅର୍ଦ୍ଧଉଲଗ୍ନ କରି ଚଲାଇବା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୪୧, ୩୨୩, ୫୦୪, ୫୦୫ ଓ ୫୦୬ ରୁଜୁ କରାଯାଇଛି ।
ଗିରଫଙ୍କ ଭିତରେ ଜଣେ ଗହଣା ବ୍ୟବସାୟୀ ଥିବା ସୂଚନା ମିଳିଛି । ହାତୀ ଦାନ୍ତ କେଉଁଠୁ ଆଣିଲେ, କାହାକୁ ବିକ୍ରି ହୋଇଥାନ୍ତା ସେ ନେଇ ଖୋଳତାଡ ଚାଲିଛି ।
ବିହାରରେ ହଟଚମଟ ଭିତରେ ବିହାରରେ ୭୯ ଆଇପିଏସ ଅଧିକାରୀଙ୍କ ବଦଳି କରାଯାଇଛି । ୭୯ ଆଇପିଏସଙ୍କ ସହ ୪୫ ବିହାର ପ୍ରଶାସନିକ ଅଧିକାରୀଙ୍କ ବଦଳି କରାଯାଇଛି ।
ଘରର ତଳ ମହଲା ନିଆଁରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଏବଂ ଘର ଭିତରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ପୋଲିସ ପକ୍ଷରୁ PCR ଯୋଗେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ମୃତକମାନେ ହେଲେ ସୁରୁବାଲି କିସାନ ଓ ଖଇରି କିସାନ । ଗତ ବିଳମ୍ବିତ ରାତିରେ କାନ୍ଥ ଭାଙ୍ଗି ଘର ଭିତରେ ପଶିଥିଲା ଦନ୍ତା ହାତୀ ।