Advertisment

କେନ୍ଦ୍ର ସରକାରଙ୍କ ଜିରୋ ଟଲେରାନ୍ସ: ୫ ବର୍ଷ ବ୍ୟାନ ହେଲା ସିମି

ସିମି ଏକ ଇସଲାମିକ ସଂଗଠନ। ଏହାର ପ୍ରଥମ ଅଫିସ ଅଲ୍ଲୀଗଡ଼ ମୁସଲିମ ୟୁନିଭର୍ସିଟି ନିକଟରେ ଥିବା ଶାମଶାଦ ମାର୍କେଟରେ ରହିଥିଲା। ପ୍ରଥମ କରି ଏହା ଏକ ଛାତ୍ର ସଂଗଠନ ଭାବେ ଆରମ୍ଭ କରାଯାଇଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
Amit Shah

Amit Shah

ପୁଣି ୫ବର୍ଷ ପାଇଁ ବ୍ୟାନ ହେଲା ଷ୍ଟୁଡେଣ୍ଟସ୍ ଇସ୍ଲାମିକ୍ ମୁଭମେଣ୍ଟ ଅଫ୍ ଇଣ୍ଡିଆ ବା ସିମି। କେନ୍ଦ୍ର ସରକାର ଏହା ଉପରେ କଟକଣା ଲଗାଇଛନ୍ତି। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ ଜାରି କରାଯାଇଛି। ୟୁଏପିଏ ଆଇନ୧୯୬୭ର ଧାରା ୩(୧) ଅନୁଯାୟୀ ଏହି କଟକଣା ଲଗାଯାଇଛି ।

Advertisment

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ଦୃଷ୍ଟିରେ ରଖି ସିମି ଉପରେ ଆଉ ୫ବର୍ଷ ପ୍ରତିବନ୍ଧକ ଲଗାଯାଉଛି। ୟୁପିଏ ଅନୁଯାୟୀ ଏହା ଏକ ବେଆଇନ ସଂଗଠନ । ଦେଶରେ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା, ଶାନ୍ତି ଏବଂ ସାମ୍ପ୍ରଦାୟିକ ସଦଭାବନାକୁ ନଷ୍ଟ କରିବାରେ ନିୟୋଜିତ ଅଛି ସିମି। ଏହା ଭାରତର ସାର୍ବଭୌମତ୍ୱ, ନିରାପତ୍ତା ଏବଂ ଅଖଣ୍ଡତାକୁ ନଷ୍ଟ କରୁଛି।

ସିମି ଏକ ଇସଲାମିକ ସଂଗଠନ। ଏହାର ପ୍ରଥମ ଅଫିସ ଅଲ୍ଲୀଗଡ଼ ମୁସଲିମ ୟୁନିଭର୍ସିଟି ନିକଟରେ ଥିବା ଶାମଶାଦ ମାର୍କେଟରେ ରହିଥିଲା। ପ୍ରଥମ କରି ଏହା ଏକ ଛାତ୍ର ସଂଗଠନ ଭାବେ ଆରମ୍ଭ କରାଯାଇଥିଲା। ସିମି ଉପରେ ୨୦୦୧ରେ ପ୍ରଥମ ଥର ପ୍ରତିବନ୍ଧକ ଲଗାଯାଇଥିଲା। ଗୁଇନ୍ଦା ଅଫିସରଙ୍କ ସୂଚନା ଅନୁସାରେ, ସିମି ସରକାର ଓ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

Advertisment

୨୦୦୫ରେ ଯେତେବେଳେ ଏହି ସଂଗଠନ ଭାଗଭାଗ ହୋଇଗଲା, ଏହାର ଏକ ଟିମ ଚରମପନ୍ଥୀ ରାସ୍ତାରେ ଅଗ୍ରସର ହେଲା। ସଫଦର ନାଗୋରୀ ଏହି ସଂଗଠନକୁ ଆତଙ୍କବାଦୀ ସଂଗଠନକରେ ପରିଣତ କରିଦେଲା। ଏହାର ନେତା ରିୟାଜ ଉଟ୍ଟକଲ ଓ ଇକବାଲ ଭଟ୍ଟକଲ ପାକିସ୍ତାନରେ ଇଣ୍ଡିଆନ ମୁଜାହିଦ୍ଦିନ ତିଆରି କଲେ। ଏହି ଆତଙ୍କୀ ସଂଗଠନ ଲସ୍କର ସହ ମିଶି କାମ କରେ। ସିମି ଏହି ଆତଙ୍କୀ ସଂଗଠନକୁ ସମର୍ଥନ କରେ।

୨୦୧୪ରେ, ସରକାର ଆନୁଷ୍ଠାନିକ ଭାବରେ ସିମିକୁ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ (UAPA) ଅଧୀନରେ ଏକ ବେଆଇନ ସଂଗଠନ ଘୋଷଣା କରିଥିଲେ। ୨୦୧୯ରେ ଏହି ପ୍ରତିବନ୍ଧକକୁ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା। ଏହା ବିରୋଧରେ ସିମି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ତେବେ ସିମି ଉପରେ ଲଗାଯାଇଥିବା ନିଷେଧାଦେଶ ବିରୋଧରେ ହୋଇଥିବା ଆବେଦନର ତୁରନ୍ତ ଶୁଣାଣି କରିବାକୁ କୋର୍ଟ ମନା କରିଦେଇଥିଲେ।

Centre Ban UAPA
Advertisment
Advertisment