/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706536464.jpg)
Rinku Singh Father
ପୁଣି ଚର୍ଚ୍ଚାରେ ରିଙ୍କୁ ସିଂଙ୍କ ବାପା। ଅନ୍ତର୍ଜାତୀୟ କ୍ରିକେଟ୍ରେ ରିଙ୍କୁ ନିଜ ଜଲୱା ଦେଖାଇବା ପରେ ୱବି ତାଙ୍କ ବାପା ନିଜ ବୃତ୍ତିକୁ ଛାଡ଼ିନାହାନ୍ତି। ପୂର୍ବଭଳି ଏବେବି ସେ ସିଲିଣ୍ତର ବୋହୁଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପୁଅ ଏବେ ଟିମ୍ ଇଣ୍ତିଆର ଜଣେ ଷ୍ଟାର ତାରକା। ଛକା ମାରି ମ୍ୟାଚ୍ ଜିତାଇବାରେ ମାହିର। ହେଲେ ବି ବାପା ବୋହୁଛନ୍ତି ସିଲିଣ୍ତର। ଯେଉଁ କାହାଣୀକୁ ନେଇ ଏବେବି ଥମିନି ଚର୍ଚ୍ଚା। ଆମେ କହୁଛୁ ରିଙ୍କୁ ସିଂଙ୍କ କଥା। ଆଇପିଏଲ ହେଉ ବା ଅନ୍ତର୍ଜାତୀୟ କ୍ରିକେଟ୍ ସବୁଠି ନିଜର ଜଲୱା ଦେଖାଇଛନ୍ତି ରିଙ୍କୁ। ରିଙ୍କୁଙ୍କ ପରିବାରକୁ ନେଇ ପୂର୍ବରୁ ମଧ୍ୟ ଅନେକ ଚର୍ଚ୍ଚା ହୋଇଛି। ରିଙ୍କୁ କ୍ରିକେଟ୍ ଖେଳିବା ପୂର୍ବରୁ ନିଜ ବାପାଙ୍କୁ ସିଲିଣ୍ତର ବୋହିବାରେ ସାହାଯ୍ୟ କରୁଥିଲେ। ରିଙ୍କୁ ଏବେ ଟିମ୍ ଇଣ୍ତିଆ ପାଇଁ ଖେଳି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ ମଧ୍ୟ ତାଙ୍କ ବାପା ଖାନଚନ୍ଦ ସିଂ ଏବେବି ସିଲିଣ୍ତର ବୋହୁଥିବା ଭିଡିଓ ଦେଖିବାକୁ ମିଳିଛି।
Rinku Singh's father is seen supplying gas cylinders, Even as Rinku plays for India, his father continues his work as a gas cylinder provider.
Hardworking family 👏 pic.twitter.com/pjOrXOwG1K
— Vipin Tiwari (@Vipintiwari952_) January 26, 2024
ଏନେଇ ରିଙ୍କୁ ମଧ୍ୟ ଗଣମାଧ୍ୟମ ଆଗରେ କହିଥିଲେ, ‘ମୁଁ ଅନ୍ତର୍ଜାତୀୟ କ୍ରିକେଟ୍ରେ ଡେବ୍ୟୁ କଲା ପରେ ବାପାଙ୍କୁ ବିଶ୍ରାମ ନେବାକୁ କହିଥିଲି। କିନ୍ତୁ ସେ ନିଜ ଚାକିରି ଛାଡ଼ିବାକୁ ରାଜି ହେଲେ ନାହିଁ’। ରିଙ୍କୁଙ୍କ ସଫଳତା ପରେ ବି ତାଙ୍କ ବାପା ନିଜ କାମ ଛାଡ଼ିବାକୁ ମନା କରି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି।
ରିଙ୍କୁ ନିକଟରେ ୧୧ଟି ଟି-ଟ୍ୱେଣ୍ଟି ଖେଳି ମୋଟ ୩୫୬ ରନ୍ କରିଛନ୍ତି। ଯେଉଁଥିରେ ୨ଟି ଅର୍ଦ୍ଧଶତକ ମଧ୍ୟ ରହିଛି। ରିଙ୍କୁଙ୍କୁ ନେଇ ଏବେ କ୍ରିକେଟ୍ ମହଲରୁ ପ୍ରଶଂସାର ସୁଅ ଛୁଟିଛି। କିଏ ତାଙ୍କୁ ଟିମ୍ ଇଣ୍ତିଆର ଆଗାମୀ ଦିନର ଫିନିସର୍ କହୁଛି ତ କିଏ ତାଙ୍କୁ ଆଗାମୀ ଯୁବରାଜ ସିଂ ବୋଲି ସମ୍ବୋଧନ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)