ରାହୁଲଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ୍ ରଜତ ପାଟିଦର ଚୁଡ଼ାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି। ସେହିପରି ରବିନ୍ଦ୍ର ଜାଡ଼େଜାଙ୍କ ସ୍ଥାନରେ କୁଲଦୀପ ଯାଦବ କିମ୍ବା ୱାସିଂଟନ ସୁନ୍ଦର ଚୁଡ଼ାନ୍ତ ଏକାଦଶରେ ଖେଳିପାରନ୍ତି।
ଆଜିକାଲି ସୋସିଆଲ ମିଡିଆରେ କ୍ଲାସ୍ ୯ ର ଭାଲ୍ୟୁ ଏଜୁକେସନ୍ ପାଠ୍ୟପୁସ୍ତକର ଏକ ଅଧ୍ୟାୟ ଭାଇରାଲ୍ ହେଉଛି। ଏହାର କାରଣ ମଧ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହି ପୁସ୍ତକର ଗୋଟିଏ ଅଧ୍ୟାୟ ଡେଟିଂ ଏବଂ ରିଲେସନ୍ସିପ୍ର ଜଟିଳତା ଉପରେ ଆଧାରିତ।
ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୦୨ ତାରିଖ ଶୁକ୍ରବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି- ୭ମୀ ଦିବା ୦୪.୦୨ ଗତେ ୮ମୀ। ଘାତଚନ୍ଦ୍ର- ନାସ୍ତି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ଆନୁସଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଛି।
ଗତକାଲି ସନ୍ଧ୍ୟାରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ଚମ୍ପଇ। ତାଙ୍କ ପାଖରେ ୪୩ ବିଧାୟକଙ୍କ ସମର୍ଥନ ଥିବା ଜଣାଇବା ସହ ସରକାର ଗଠନ ଲାଗି ରାଜ୍ୟପାଳଙ୍କୁ ଜଣାଇଥିଲେ।
ଅନେକ ସମୟରେ ଏମିତି ହୁଏ ଯେ ଏକ ନୂଆ ସମ୍ପର୍କ ଗଢିବା ନେଇ ଲୋକେ ତରବର ହୋଇ ଏମିତି କିଛି ଭୁଲ୍ କରି ଦିଅନ୍ତି ଯେ ଯାହା ସେମାନଙ୍କର ଭାବମୂର୍ତ୍ତିକୁ ନଷ୍ଟ କରିଥାଏ। କେବଳ ଏତିକି ନୁହେଁ, ଅନେକ ସମୟରେ ପରସ୍ପରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟି ହୁଏ ଏବଂ ସମ୍ପର୍କ ଭାଙ୍ଗିଯାଏ।
ଗତକାଲି ବାରାଣସୀର ଏକ କୋର୍ଟଙ୍କ ରାୟ ପରେ ଆଜି ଭୋରରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରିବା ପରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା ।
୨ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ସାହେବଙ୍କ ନିବିଡ଼ ଓ ନିଆରା ସଂପର୍କର ଭିନ୍ନ ଏକ କାହାଣୀ । ଗୋଟିଏ କାହାଣୀ ହେଉଛି, ରାଜ୍ୟ ପୋଲିସ ମୁଖ୍ୟାଳୟର, ଅନ୍ୟଟି ରାଜଭବନର ।
ଅନ୍ତରୀଣ ବଜେଟରେ ଅପରିବର୍ତ୍ତିତ ରହିଲା ଟିକସ ହାର । ଆଗାମୀ ଆର୍ଥିକ ବର୍ଷ ପାଇଁ ବ୍ୟକ୍ତିଗତ କରଦାତାଙ୍କୁ କୌଣସି ରିହାତି ଦେଇନି ନିର୍ମଳାଙ୍କ ବଜେଟ୍ ।
ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ଏଇ ବେଳାରେ ବିକଶିତ ଭାରତର ଲକ୍ଷ୍ୟ ନେଇ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ । ଯେଉଁଥିରେ ଗରିବ, ମହିଳା, ଯୁବକ ଓ ଅନ୍ନଦାତା ବା ଚାଷୀକୁ ପ୍ରାଧାନ୍ୟ ଦେଇ ଆୟବ୍ୟୟ ଅଟକଳ କରିଛନ୍ତି ।
ଆପାର୍ଟମେଣ୍ଟରେ ଲୁଟେରାଙ୍କ ଆତଙ୍କରାଜ୍...ଚୋରି କରୁଛନ୍ତି ନନଷ୍ଟପ୍...ବୁଲାଉଛନ୍ତି କଳାକନା, ନା ପୋଲିସକୁ ଖାତିର କରୁଛନ୍ତି ଆଉ ନା ସିସିଟିଭି ପ୍ରତି ପରବାୟ... ଦୁଇ ଦିନ ଭିତରେ ଲଗାତର ତିନି ତିନିଟି ଆପାର୍ଟମେଣ୍ଟରୁ ଚୋରି ।
ଭାଷା ସମ୍ମିଳନୀ ପାଇଁ ସରକାର ବିଜ୍ଞାପନ ଛାଇ ଦେଉଛନ୍ତି । ଜୋରଦାର ପ୍ରଚାର ପ୍ରସାର ହେଉଛି । ତେବେ ହଠାତ୍ କାହିଁକି ସରକାରଙ୍କ ଏହି ଭାଷା ପ୍ରୀତି ? ତାକୁ ନେଇ ସରକାରୀ ଦଳକୁ ଶାଣିତ ଆକ୍ରମଣ କରିଛନ୍ତି ବିରୋଧୀ ।
କଟକ ବିଡ଼ାନାସୀ ପୋଲିସ ହସ୍ପିଟାଲର ଝାଡୁଦାର ଧନୀ ନାୟକଙ୍କୁ ନେଇ ଏବେ ଚର୍ଚ୍ଚା । ଧନୀ ନାୟକ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ।
ଓଡ଼ିଶାକୁ ରେଳ ବଜେଟରେ ମିଳିଛି ୧୦ ହଜାର ୫୩୬ କୋଟି ଟଙ୍କାର ଅନୁଦାନ । ବଜେଟରେ ଓଡ଼ିଶାକୁ ରେଳ ଅନୁଦାନ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।
ଭାରତରେ ପ୍ରାୟ ୨୦ ଲକ୍ଷ ଆଶା ଏବଂ ଅଙ୍ଗନବାଡ଼ି କର୍ମୀ ରହିଛନ୍ତି । ଅଙ୍ଗନବାଡି ଏବଂ ଆଶା କର୍ମୀମାନେ ଦୀର୍ଘ ଦିନ ଧରି ଦରମା ବୃଦ୍ଧି ପାଇଁ ଦାବି କରିଆସୁଛନ୍ତି...
‘ଓଡ଼ିଶା ବଞ୍ଚାଅ ସମାବେଶ’ ମାଧ୍ୟମରେ ମୁଣ୍ଡ ଟେକିଲା କଂଗ୍ରେସ। ଏକ ଦଶନ୍ଧି ପରେ ଦମ ଦେଖାଇଛି ଦଳ। ଚର୍ଚ୍ଚାରେ ‘ଭୋଟ୍ ଫର୍ ପଟନାୟକ’ ଟି-ସର୍ଟ, କ୍ରେନ୍ରେ ନେତାଙ୍କ ଫଟୋ, ରାଜଧାନୀରେ ବ୍ରହ୍ମପୁର ନେତାଙ୍କ ପୋଷ୍ଟର୍ ଏବଂ ମହମ୍ମଦ ମୋକିମ୍ଙ୍କ ବିଜ୍ଞାପନ।
ଜେଲ୍ ଗଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଦିନକ ପାଇଁ ହେମନ୍ତଙ୍କୁ ବିଚାର ବିଭାଗୀୟ ହାଜତ ପଠାଯାଇଛି । ଅନ୍ୟପଟେ ହେମନ୍ତଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି ଇଡି । ଆସନ୍ତାକାଲି ଇଡିର ରିମାଣ୍ଡ ଆବେଦନ ନେଇ ଶୁଣାଣି ହେବ ।
ନୋକିଆର ୱେବ ସାଇଟ ଓ ସୋସିଆଲ ମିଡିଆ ଆକାଉଣ୍ଟର ନାମ ପରିବର୍ତ୍ତନ ହୋଇଯାଇଛି । ନୋକିଆର ସୋସିଆଲ ମିଡ଼ିଆ ଆକାଉଣ୍ଟ ଓ ୱେବସାଇଟର ନାଁ ବଦଳାଇ ହ୍ୟୁମାନ ମୋବାଇଲ ଡିଭାଇସ ରଖିଛି ।
ବାରଣାସୀ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମସଜିଦ କମିଟି ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଆଜିକାଲି ପ୍ରାୟ ସବୁକିଛି ପାଇଁ କମ୍ପ୍ୟୁଟର ଜାଣିବାକୁ ପଡୁଛି। ବିଶେଷକରି ଅଫିସ୍ କାମ ଲାପଟପ୍ କିମ୍ବା PC ବିନା କରାଯାଇପାରିବ ନାହିଁ। କାମର ଏତେ ଭାର ପଡୁଛି ଯେ ଖୁବ୍ ଶୀଘ୍ର ନ କଲେ ନ ହୁଏ। ଏପରି ପରିସ୍ଥିତିରେ, ଯଦି କମ୍ପ୍ୟୁଟର୍ର କିଛି ସର୍ଟକଟ୍ ଜାଣିନେବେ ତେବେ କାମ ବହୁତ ସହଜ ହୋଇଯାଏ।
ଦିନେ ରକ୍ଷା କରିବାକୁ ଦେଇଥିଲା ଶପଥ, ଯେଉଁ ହାତରେ ରାକ୍ଷୀ ବାନ୍ଧିଥିଲା ଭଉଣୀ... ସେହି ହାତରେ ମାରିଦେଲା ଭାଇ । ରକ୍ଷାର କବଚ ସାଜିବା ଜାଗାରେ ପାଲଟିଲା ହତ୍ୟାକାରୀ ।
ଅନଲାଇନରେ ସବୁ ତଥ୍ୟ ଦେଇ ଟିକେଟ ଆବେଦନ କରିବେ ଆଶାୟୀ। ଖୁବଶୀଘ୍ର ଟିକେଟ ଆବେଦନ କରିବାର ଇ ଫର୍ମ ଉପଲବ୍ଧ କରାଯିବ।
ଆପଣଙ୍କୁ ମାର୍ଚ୍ଚ ୧ରୁ ଡବଲ ଟୋଲ୍ ଦେୟ ଦେବାକୁ ପଡିବ । ତେବେ ଆପଣ ଉଭୟ ଅଫଲାଇନ୍ ଏବଂ ଅନ୍ଲାଇନ୍ ମାଧ୍ୟମରେ ଆପଣଙ୍କ KYC ଅପଡେଟ୍ କରିପାରିବେ ।
ହ୍ୱାଟସଆପରେ ଆସିଲା ନୂଆ ଫିଚର । ଏଥର ଚାଟକୁ କରିପାରିବେ ଲକ୍ । ଉପଭୋକ୍ତାଙ୍କ ଅଭିଜ୍ଞତାକୁ ସୁରକ୍ଷିତ ରଖିବା ସହ ନିରାପଦ କରିବା ପାଇଁ ଏପରି ଏକ ଫିଚର ଆଣିବାକୁ ଯାଉଛି ହ୍ୱାଟସ୍ ଆପ୍ ।
ଭାରତୀୟ ରେଳ ଅଧୀନରେ ଥିବା RITES ଲିମିଟେଡ୍ରେ ଚାକିରି ପାଇବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଖୁସି ଖବର। ଏନେଇ RITES ଏକ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୬୮ଟି ପଦବୀ ପୂରଣ ହେବ।