ଦୁର୍ଘଟଣା ଘଟାଇ ଟ୍ରକ ସହ ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।
ଦୀର୍ଘ ୧୨ବର୍ଷ ହେବ ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ମାତ୍ର ବନ୍ଦନା ଅନ୍ୟ କାହାକୁ ଭଲ ପାଉଥିବା ସନ୍ଦେହ କରିଥିଲେ ଋଷଭ। ଏଥିପାଇଁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା।
ଇଡ଼ି ରେଡ୍ ବେଳେ ସୋରେନ୍ ଘରେ ଉପସ୍ଥିତ ନାହାନ୍ତି। ରାତି ଅଧରୁ ସେ କୁଆଡ଼େ ଯାଇଛନ୍ତି, ସେ ବିଷୟରେ କେହି ଜାଣିନଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ପାଇଛି।
କ୍ରିକେଟ ଜଗତର ବେଷ୍ଟ ଅଲରାଉଣ୍ତର ତଥା ଟପ୍ ଫିଲ୍ଡର ରବିନ୍ଦ୍ର ଜାଡେଜା ହାମଷ୍ଟ୍ରିଙ୍ଗ ସମସ୍ୟା ସହ ଲଢ଼େଇ କରୁଛନ୍ତି । ପ୍ରଥମ ଟେଷ୍ଟରେ ଆହତ ହେବା ପରେ ଡାକ୍ତର ତାଙ୍କୁ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି ।
ମୃତ ଛାତ୍ରୀଙ୍କ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଛି । ଛାତ୍ରୀ ଜଣକ ତାଙ୍କ ସୁଇସାଇଡ୍ ନୋଟ୍ରେ ଲେଖିଛି, ‘ମୁଁ ସବୁଠାରୁ ଖରାପ ଝିଅ... ମା’-ବାପା ମୁଁ ବହୁତ ଦୁଃଖିତ... ଆତ୍ମହତ୍ୟା ଛଡ଼ା ମୋ ପାଖରେ ଆଉ କିଛି ବାଟ ନାହିଁ ।’ ...
ଗୁଗୁଲ ମ୍ୟାପରେ ସର୍ଟକଟ ବାଟ ସର୍ଚ୍ଚ କରିଥିଲେ। ଏହାପରେ ସେ ମ୍ୟାପ ଅନୁସରଣ କରି କାର ଡ୍ରାଇଭିଂ ଆରମ୍ଭ କରିଦେଲେ। ମାତ୍ର ଗୁଗୁଲ ମ୍ୟାପ ତାଙ୍କୁ ନେଇ ଏକ ପାହାଚ ଉପରେ ପହଞ୍ଚାଇ ଦେଲା।
ଲୋୟର ପିଏମଜିରେ ଆୟୋଜିତ ଓଡିଶା ବଞ୍ଚାଅ ସମାବେଶରେ ଯୋଗଦେବେ ଖଡଗେ।
ଅଧ୍ୟାପକ ଦିୟାରାମ ତାଙ୍କ ସାନଭାଇ ଅନୁଜଙ୍କୁ ଫୋନ କରି ଏ ସମ୍ପର୍କରେ ଜଣାଇଥିଲେ । ସେ କହିଥିଲେ ସଞ୍ଜୀବ ନାମକ ଜଣେ ବ୍ୟକ୍ତି ଏବଂ ତାଙ୍କ ସହଯୋଗୀମାନେ ତାଙ୍କୁ ପାଟ୍ରାସା ଗାଁର ଏକ ଘରେ ତାଲା ପକାଇ ଦେଇଛନ୍ତି ।
ଫେବ୍ରୁଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ । ଫେବ୍ରୁଆରୀ ୮ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଫେବ୍ରୁଆରୀ ୧୫ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ଫେବ୍ରୁଆରୀ ୧୬ରେ ପ୍ରାର୍ଥୀପତ୍ର ଯାଞ୍ଚ ।
'12th Fail'କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଏହି ଫିଲ୍ମ ପାଇଁ ବିଦୁ ବିନୋଦ ଚୋପ୍ରାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଅଭିନେତା ଭିକ୍ରାନ୍ତ ମାସିଙ୍କୁ କ୍ରିଟିକ୍ସ କାଟାଗୋରିରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି।
ଈର୍ଷା, ଦ୍ୱେଷ ମନୋଭାବ ଆଣିବା ଆଦୌ ଉଚିତ ନୁହେଁ । ପ୍ରତିଯୋଗିତା ବନ୍ଧୁମାନଙ୍କ ସହ ନୁହେଁ, ନିଜ ସହ କରନ୍ତୁ । ବନ୍ଧୁଙ୍କ ଠାରୁ ପ୍ରେରଣା ନିଅନ୍ତୁ ଆଉ ଆଗକୁ ବଢ଼ନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
କହିବାନୁସାରେ, ସେ ତାଙ୍କ କାରକୁ ବାହାରେ ପାର୍କିଂ କରି ଭିତରକୁ ଯାଇଥିଲେ । ତାଙ୍କ ବନ୍ଧୁଙ୍କ ସହିତ ଏକ ଭିଡିଓ ସୁଟ୍ କରିବାକୁ ଚାହୁଁଥିଲେ । ତେଣୁ ସେ ୨୯ ମହଲାକୁ ଯାଇ କାଉଣ୍ଟଡାଉନ୍ ଆରମ୍ଭ କରିଥିଲେ । ପରେ ପରେ ସେ ଛାତରୁ ଡେଇଁପଡ଼ିଥିଲେ ।
ଅଗ୍ନିଶମ ବିଭାଗ କହିଛି ଯେ, ରାତି ୧୨ଟା ୧୬ ମିନିଟ୍ରେ ଏ ନେଇ ଆମପାଖକୁ ଫୋନ୍ କଲ୍ ଆସିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଆଠଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା ।
ଅବଶ୍ୟ ଏହି ଦୁର୍ମୂଲ୍ୟ ପେଣ୍ଟିଂଟି ବୁଲେଟ ପ୍ରୁଫ୍ କାଚ ବାକ୍ସ ଭିତରେ ଥିବାରୁ, ତାର କିଛି କ୍ଷତି ହୋଇନାହିଁ । ତେବେ ସୂଚନା ମିଳିଛି ଯେ, ଫ୍ରାନ୍ସ ସରକାରଙ୍କ କୃଷିନୀତିକୁ ବିରୋଧ କରି ଏବଂ ଚାଷୀଙ୍କ ଅଧିକାର ଦାବିରେ ଏହି ପ୍ରତିବାଦ କରାଯାଇଛି ।
‘ବିଗ୍ ବସ୍’ ସୋ’ ହୋଷ୍ଟ ତଥା ବଲିଉଡ ଅଭିନେତା ସଲମାନ ଖାନ ୩୨ ବର୍ଷିୟ ଫାରୁକୀଙ୍କୁ ବିଜେତା ଭାବେ ଘୋଷଣା କରିଛନ୍ତି । ପୁରସ୍କାର ଆକାରରେ ମୁନାୱର ଫାରୁକୀଙ୍କୁ ନଗଦ ୫୦ ଲକ୍ଷ ଟଙ୍କା ସହ ଏକ କାର୍ ମିଳିଛି ।
ରାଜ୍ୟରେ ପ୍ରତି ଗ୍ରାମ ପଞ୍ଚାୟତରେ ପ୍ରାଣୀ ଚିକିତ୍ସାଳୟ ଖୋଲିବା ଲାଗି ଦାବି ହୋଇଛି । ରାଜ୍ୟରେ ଏବେ ମାତ୍ର ୫୪୩ଟି ପ୍ରାଣୀଧନ ଡାକ୍ତରଖାନା ରହିଛି ।
ବାୟୁମଣ୍ଡଳରେ ଜଳିୟବାଷ୍ପ ପରିମାଣ ଅଧିକ ରହୁଥିବାରୁ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ଅନ୍ୟପଟେ ୩୧ ତାରିଖରୁ ପୁଣି ଭିଜିବ ଓଡିଶା ।
ବର୍ଷକ ମଧ୍ୟରେ ସେପରି କିଛି ପ୍ରମାଣ ବି ଲାଗିନଥିବା ଅଭିଯୋଗ ହେଉଛି । ୨୦୨୩ ଜାନୁଆରୀ ୨୯ରେ ସ୍ୱର୍ଗତ ନବ ଦାସ ବ୍ରଜରାଜନଗରକୁ ଏକ ଦଳୀୟ କାର୍ଯ୍ୟକ୍ରମରେ ଯାଉଥିବା ବେଳେ, ଗାନ୍ଧୀଛକ ପାଣ୍ଡିରେ କାର୍ଯ୍ୟରତ ପୋଲିସ ଏଏସଆଇ ଗୋପାଳ ଦାସ ନବଙ୍କ ଉପରକୁ ଗୁଳିମାଡ଼ କରିଥିଲା ।
୪ ମନ୍ତ୍ରୀଙ୍କ ନିଯୁକ୍ତିକୁ ମାନିବାକୁ ସିଧାସିଧା ମନା କରିଦେଇଥିଲା ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ନେତୃତ୍ୱାଧୀନ ବିରୋଧୀ ଦଳ MDP ।
ସମ୍ରାଟ ବିହାର ବିଜେପି ସଭାପତି ଥିବା ବେଳେ, ବିଜୟ ଥିଲେ ବିଧାନସଭାରେ ବିରୋଧୀ ଦଳ ନେତା । ଅନ୍ୟ ୬ ନେତା ବି ମନ୍ତ୍ରୀ ଭାବେ ନେଇଛନ୍ତି ଶପଥ ।
ନୂଆଦିଲ୍ଲୀର ଭାରତ ନାଟମଣ୍ଡପରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିବେ । ୧୪ ଲକ୍ଷରୁ ଅଧିକ ଶିକ୍ଷକ, ୫ ଲକ୍ଷରୁ ଅଧିକ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରେଜିଷ୍ଟ୍ରେଷନ କରିଛନ୍ତି ।
ସମାବେଶ ପରେ କଂଗ୍ରେସର ବରିଷ୍ଠ ନେତା ଏବଂ ସହଯୋଗୀ ଦଳଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଆଇସିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ ପରେ ଏହା ହେଉଛି ଖଡଗେଙ୍କ ପ୍ରଥମ ଓଡ଼ିଶା ଗସ୍ତ ।
ଆପଣମାନେ ମଧ୍ୟ ନିଶ୍ଚିତ ଭାବେ ହ୍ୱାଟ୍ସଆପ୍ ବ୍ୟବହାର କରୁଥିବେ। କିନ୍ତୁ ସବୁଠାରୁ ବଡ କଥା ହେଲା ଏଠାରେ ଏମିତି କିଛି ଫିଚର୍ ଅଛି ଯାହା ବିଷୟରେ ଆପଣ ଜାଣି ନଥିବେ। ଆଜି ଆମେ ଆପଣଙ୍କୁ ହ୍ୱାଟ୍ସଆପ୍ରେ ଥିବା କିଛି ଟପ୍ ଏବଂ ଖୁବ ଦରକାରୀ ଫିଚର୍ ବିଷୟରେ କହିବୁ, ଯାହା ଆପଣଙ୍କ ପାଇଁ ଭାରି ଉପଯୋଗୀ ହେବ।
ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୨୯ ତାରିଖ ସୋମବାର । ଚନ୍ଦ୍ର- ସିଂହ ରାତ୍ରି ୦୧.୪୪ ଗତେ କନ୍ୟା । ତିଥି- ୪ର୍ଥୀ ଅହୋରାତ୍ର । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର,ରାତ୍ରି ୦୧.୪୪ ଗତେ ବୃଷ ରାଶିର ।
ଯାତ୍ରୀଙ୍କୁ ରାଜାବଗିଚା ପଟୁ ବସଷ୍ଟାଣ୍ଡକୁ ଚାଲି ଚାଲି ଯିବା ଲାଗି ମିଳୁନି ଅନୁମତି, ଫଳରେ ଯାତ୍ରୀ ରାଜାବଗିଚା ପଟୁ ଖାନନଗର ନଦୀବନ୍ଧ ଦେଇ ବସଷ୍ଟାଣ୍ଡକୁ ଆସିଲେ ଅଧିକ ୫୦୦ ମିଟର ଚାଲିବାକୁ ପଡୁଛି।