Advertisment

ଟ୍ରାଫିକ ସମସ୍ୟାରେ ଦହଗଞ୍ଜ ହେଉଥିଲେ ଅଞ୍ଚଳବାସୀ, ସରକାର ଫିଙ୍ଗିଲେ ନିର୍ବାଚନୀ ଥୋପ

ବ୍ରହ୍ମପୁର ସହରରେ ଟ୍ରାଫିକ ସମସ୍ୟାର ସମାଧାନ ଲାଗି ଗେଟ ବଜାର ଠାରେ ଏକ ଓଭରବ୍ରିଜ ନିର୍ମାଣ ଲାଗି ଓଡ଼ିଶା ଷ୍ଟେଟ ବିଲଡିଂ କର୍ପୋରସେନ ସାନି ଟେଣ୍ଡର ଆହ୍ୱାନ କରିଛି । ୨ବର୍ଷ ଭିତରେ କାମ ଶେଷ କରିବାକୁ ଟେଣ୍ଡରରେ ଉଲ୍ଲେଖ ରହିଛି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Traffic Problem

Traffic Problem

ବ୍ରହ୍ମପୁର ସହରରେ ଟ୍ରାଫିକ ସମସ୍ୟାର ସମାଧାନ ଲାଗି ଗେଟ ବଜାର ଠାରେ ଏକ ଓଭରବ୍ରିଜ ନିର୍ମାଣ ଲାଗି ଓଡ଼ିଶା ଷ୍ଟେଟ ବିଲଡିଂ କର୍ପୋରସେନ ସାନି ଟେଣ୍ଡର ଆହ୍ୱାନ କରିଛି । ୨ବର୍ଷ ଭିତରେ କାମ ଶେଷ କରିବାକୁ ଟେଣ୍ଡରରେ ଉଲ୍ଲେଖ ରହିଛି । ଏହାକୁ ନେଇ ସହରବାସୀଙ୍କ ମନରେ ଆଶା ସଞ୍ଚାର ହୋଇଛି ।

Advertisment

ସେପଟେ ସହରର ବ୍ୟସ୍ତ ବହୁଳ କମାପଲ୍ଲୀ ଓ ଖଲୋକେଟ ଅଞ୍ଚଳରେ ପ୍ରସ୍ତାବିତ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କଥା କୁଆଡେ ବୋଲି ପ୍ରଶ୍ନ ଉଠିଛି । ରାଜନୈତିକ ସ୍ତରରେ ଏହାକୁ ନିର୍ବାଚନୀ ଥୋପ ବୋଲି ଅଭିଯୋଗ ହୋଇଛି । ବ୍ୟସ୍ତ ବହୁଳ ବ୍ରହ୍ମପୁର ମହାନଗର ନିଗମରେ ଦିନକୁ ଦିନ ଟ୍ରାଫିକ ସମସ୍ୟାରେ ଦହଗଞ୍ଜ ହେଉଛନ୍ତି ଲୋକେ । ଏହି ଟ୍ରାଫିକ ସମସ୍ୟାର ଦୂରୀକରଣ ଲାଗି ଗେଟ୍ ବଜାର ଠାରେ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ଲାଗି ସାନି ଟେଣ୍ଡର ଜାରି ହୋଇଛି ।

ଆସନ୍ତା ଫେବ୍ରୁଆରୀ ଶେଷ ଆଡକୁ ଏହି ପ୍ରକ୍ରିୟା ଶେଷ ହେବ । ସହରର ବ୍ୟସ୍ତବହୁଳ ଗେଟବଜାର ଛକ, କମାପଲ୍ଲୀ ଓ ଖଲ୍ଲିକୋଟ କଲେଜ ଅଞ୍ଚଳରେ ୩ଟି ଫ୍ଲାଏ ଓଭରବ୍ରିଜ ନେଇ ସରକାର ପ୍ରସ୍ତାବ ଦେଇଥିଲେ । ତେବେ ତିନି ପ୍ରସ୍ତାବ ମଧ୍ୟରୁ ଗେଟ ବଜାର ଲାଗି ସାନି ଟେଣ୍ଡର ଆହ୍ୱାନ କେବଳ ନିର୍ବାଚନୀ ଥୋପ ବୋଲି ସହରବାସୀ କହିଛନ୍ତି ।

Advertisment

ଫ୍ଲାଏ ଓଭରବ୍ରିଜ ଲାଗି ସରକାର ଅର୍ଥ ମଞ୍ଜୁର କରିଥିବା ନେଇ ବିଧାନସଭାରେ ପଚାରିଥିବା ଉତ୍ତରରେ ବି କହିଥିଲେ ମନ୍ତ୍ରୀ । କିନ୍ତୁ ଏହି ପ୍ରସ୍ତାବକୁ ୫ବର୍ଷ ବିତିଥିଲେ ସୁଦ୍ଧା ଇଞ୍ଚେ କାମ ହୋଇନି । ବର୍ତ୍ତମାନ ଟେଣ୍ଡର ନୋଟିସ୍ ବାହାରିଥିବାରୁ ବିରୋଧୀ ସ୍ୱାଗତ କରିଛନ୍ତି । କେବଳ ନିର୍ବାଚନକୁ ନେଇ ଏଭଳି କରା ଯାଇଥାଇ ପାରେ ବୋଲି ବିଜେପି ଅଭିଯୋଗ କରିଛି ।

ଯେଉଁଠି ପ୍ରେମ ନଗରଠାରେ ପ୍ରାସ୍ତାବିତ ରୋଡ ନିର୍ମାଣକୁ ୬ ବର୍ଷ ବିତିଥିଲେ ବି କାମ ଶେଷ ହୋଇନି... ୨ ବର୍ଷରେ କାମ କେମିତି ହେବ ଏଥିରୁ ଏହା ସ୍ପଷ୍ଟ ବୋଲି ବିରୋଧ ଅଭିଯୋଗ କରିଛନ୍ତି । ସେପଟେ ନିର୍ଦ୍ଧାରିତ ସମୟରେ କାମ ଶେଷ ହେବ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ।

ବ୍ରହ୍ମପୁର ସହରରେ କେବଳ ନିର୍ବାଚନ ପାଖେଇ ଆସିଲେ ସରକାରଙ୍କୁ ମନେ ପଡେ ଲୋକଙ୍କ ସମସ୍ୟା । ଆଉ ସମାଧାନ ହେଉ ହେଉ ପୁଣି ଆସିଯାଏ ନିର୍ବାଚନ । ଏଣେ ଗେଟ ବଜାରରେ ଟ୍ରାଫିକ ସମସ୍ୟା ଲାଗି ଟେଣ୍ଡର ଆହ୍ୱାନ ପରେ କେତେ ଶୀଘ୍ର କାମ ଆରମ୍ଭ ହେଉଛି ତା ଉପରେ ରହିଛି ବ୍ରହ୍ମପୁର ସହରବାସୀଙ୍କ ନଜର ।

Government Election Traffic Problem
Advertisment
Advertisment