Advertisment

ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍, ଜାଣନ୍ତୁ

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୩,୯୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୯୭୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ମୂଲ୍ୟରେ ୪୭,୦୫୦ ଟଙ୍କା ଓ ୨୪ କ୍ୟାରେଟ୍ ମୂଲ୍ୟରେ ଓ ୫୧,୩୩୦ ଟଙ୍କା ରହିଛି।

author-image
Pallipuspa Samal
ଅଦ୍ୟତନ ହୋଇଛି
gold rate today

gold rate today

ଏବେ ଚାଲିଛି ବିବାହର ଋତୁ । ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୩,୯୪୦ ଟଙ୍କା ରହିଛି ଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୯୭୦ ଟଙ୍କା ରହିଛି । ଦେଶର ପ୍ରମୁଖ ସହରମାନଙ୍କରେ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୭,୨୬୦ ଟଙ୍କା ଓ ୪୯,୨୬୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୪୭,୦୫୦ ଟଙ୍କା ଓ ୫୧,୩୩୦ ଟଙ୍କା ରହିଛି ।

Advertisment

ଦେଶରେ ବିଭିନ୍ନ ସହରରେ ସୁନାର ଦାମ୍ ଭିନ୍ନ ଭିନ୍ନ ରହିଛି । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୪,୯୦୦ ଟଙ୍କା ଓ ୪୯,୩୦୦ ଟଙ୍କା ହୋଇଛି। ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ମୂଲ୍ୟ ୪୫,୪୩୯ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ମୂଲ୍ୟ ୪୯,୫୭୦ ଟଙ୍କା ଥିବା ରେକର୍ଡ ହୋଇଛି । ସେହିପରି ପ୍ରମୁଖ ସହର କୋଲକାତାରେ ସୁନାର ଦାମ୍ ୨୨ କ୍ୟାରେଟ୍ ମୂଲ୍ୟ ୪୭,୧୦୦ ଟଙ୍କା ଓ ୨୪ କ୍ୟାରେଟ୍ ମୂଲ୍ୟ ୪୯,୮୦୦ ଟଙ୍କା ରହିଛି ।

ଏପଟେ ଆଜି ରୁପା ମୂଲ୍ୟ ବଢ଼ିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୧,୭୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି। ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Advertisment
Gold Rate Today
Advertisment
Advertisment