Advertisment

ମୋଦିଙ୍କ କାରକେଡ୍‌ ଫସିଲା: ଏୟାରପୋର୍ଟରେ ମୋଦି କହିଲେ, ଜୀବନ୍ତ ଫେରିଥିବାରୁ ତୁମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ପଞ୍ଜାବ ଫିରୋଜପୁରରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣାରେ ଭଟିଣ୍ଡା ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ଜଣାଇଥିବା ନେଇ ସୂଚନା ମିଳିଛି। ଏୟାରପୋର୍ଟ କର୍ମଚାରୀଙ୍କ ସାମ୍ନାରେ ପ୍ରତିକ୍ରିୟା ଜଣାଇଥିବା ANI ପକ୍ଷରୁ ସୂଚନା ଦିଆଯାଇଛି

author-image
Sarbeswar
ଅଦ୍ୟତନ ହୋଇଛି
Narendra Modi

Narendra Modi

ପଂଜାବରେ ମୋଦିଙ୍କ ବାତିଲ ହେଲା ରାଲି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ସାଙ୍ଘାତିକ ତ୍ରୁଟିଥିବା ସାମ୍ନାକୁ ଆସିଛି। ତେଣୁ ମୋଦିଙ୍କ ରାଲିକୁ ବାତିଲ କରାଯାଇଥିବା ନେଇ ଜଣାପଡ଼ିଛି। ପଞ୍ଜାବ ସରକାରଙ୍କ ସାଂଘାତିକ ସୁରକ୍ଷା ତ୍ରୁଟି ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ରାଲି ବାତିଲ ହୋଇଥିବା କଥା ସାମ୍ନାକୁ ଆସିବା ପରେ ସାରା ଦେଶରେ ବେଶ୍‌ ଚର୍ଚ୍ଚା ଚାଲିଛି। ୨୦ ମିନିଟ କାଳ ଏକ ଫ୍ଲାଇଓଭର ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ କେଡ୍ ଫସିଥିଲା। କିଛି ଆନ୍ଦୋଳନକାରୀ ରାସ୍ତା ଅବରୋଧ କରିଥିବାରୁ ମୋଦିଙ୍କ କାର ଫସିଥିଲା। ହୁସନିୱାଲାରେ ଥିବା ସହିଦ ସ୍ମାରକୀକୁ ଗଲା ବେଳେ ରାସ୍ତାରେ କାର୍ କେଡ୍ ଫସିଥିବା ନେଇ ସୂଚନା ମିଳିଛି।

Advertisment

ତେବେ ଖରାପ ପାଗ ଯୋଗୁଁ ହେଲିକପ୍ଟର ବଦଳରେ କାରରେ ଯାଉଥିଲେ ପ୍ରଧାନମନ୍ତ୍ରୀ ମୋଦି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୁରକ୍ଷା ବ୍ୟବସ୍ଥା ନେଇ ପଞ୍ଜାବ ଡିଜିପିଙ୍କୁ ପୂର୍ବରୁ ଅବଗତ କରାଯାଇଥିଲା। ପରେ ମୋଦି କାରରେ ଯାଉଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ବି ରାଜ୍ୟ ସରକାର ସଠିକ୍ ସୁରକ୍ଷା ବ୍ୟବସ୍ଥା କରିନଥିଲେ। ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ସ୍ଥିତି ଏମିତି ହୋଇଥିଲା ଯେ, ଦୀର୍ଘ ସମୟ ଫସିରହିବା ପରେ ରାଲି ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେ ଯାହାବି ହେଉ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ପଞ୍ଜାବ ସରକାରଙ୍କ ଏପରି ସୁରକ୍ଷା ତ୍ରୁଟିକୁ ନେଇ ସାରା ଦେଶରେ ବେଶ୍‌ ଚର୍ଚ୍ଚା ଚାଲିଛି।

ସେପଟେ ପଞ୍ଜାବ ଫିରୋଜପୁରରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣାରେ ଭଟିଣ୍ଡା ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ଜଣାଇଥିବା ନେଇ ସୂଚନା ମିଳିଛି। ଏୟାରପୋର୍ଟ କର୍ମଚାରୀଙ୍କ ସାମ୍ନାରେ ପ୍ରତିକ୍ରିୟା ଜଣାଇଥିବା ANI ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିକ୍ରିୟାରେ ତୁମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିଦେବ ବୋଲି ମୋଦି କହିଥିବା ଜଣାପଡ଼ିଛି। ମୁଁ ଭଟିଣ୍ଡା ଏୟାରପୋର୍ଟ ପର୍ଯ୍ୟନ୍ତ ଜୀବନ୍ତ ଫେରିଥିବାରୁ ଧନ୍ୟବାଦ ଜଣାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିବା ସୂଚନା ରହିଛି।

Advertisment
Narendra Modi Ferozepur
Advertisment
Advertisment