Advertisment

ସତ କହିଲେ କି ସତ୍ୟେନ୍ଦ୍ର ? ବିଗୁଡ଼ିଛି ଦିଲ୍ଲୀ...

ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କଟକଣା ଲାଗିବା ସତ୍ତ୍ୱେ ସଂକ୍ରମଣ ଥମିବାର ନାଁ ଧରୁନି। ଏସବୁ ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏକ ବଡ଼ ସୂଚନା ଦେଇଛନ୍ତି। ଦିଲ୍ଲୀରେ କରୋନାର ପଞ୍ଚମ ଲହର ଆସି ଗଲାଣି ବୋଲି ସେ କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Covid Cases In Delhi

Covid Cases In Delhi

ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କଟକଣା ଲାଗିବା ସତ୍ତ୍ୱେ ସଂକ୍ରମଣ ଥମିବାର ନାଁ ଧରୁନି। ଏସବୁ ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏକ ବଡ଼ ସୂଚନା ଦେଇଛନ୍ତି। ଦିଲ୍ଲୀରେ କରୋନାର ପଞ୍ଚମ ଲହର ଆସି ଗଲାଣି। ଆଜି ଦିଲ୍ଲୀରେ ୧୦ ହଜାର କରୋନା କେସ୍‌ ଆସିପାରେ ବୋଲି ସତ୍ୟେନ୍ଦ୍ର ଜୈନ କହିଛନ୍ତି। ଦେଶରେ କରୋନାର ତୃତୀୟ ଲହର ଆସି ଥିବାବେଳେ ଦିଲ୍ଲୀରେ ୫ମ ଲହର ଆସିଗଲାଣି। ଆଜି ଦିଲ୍ଲୀରେ ପାଖାପାଖି ୧୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇପାରନ୍ତି ଓ ପଜିଟିଭିଟି ରେଟ୍‌ ପାଖାପାଖି ୧୦% ରହିପାରେ ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। 

Advertisment

ସୂଚନାଥାଉ କି, ଜାନୁଆରୀ ୪ରେ ଦିଲ୍ଲୀରେ ୫,୪୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ପୂର୍ବରୁ ଜାନୁଆରୀ ୩ରେ ୪, ୦୯୯ ଓ ଜାନୁଆରୀ ୨ରେ ୩,୧୯୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହାର ଲକ୍ଷଣ Mild, ଅର୍ଥାତ୍‌ ଲକ୍ଷଣ କମ୍‌ ରହିଛି। ତେଣୁ କୋଭିଡ୍‌ ନିୟମକୁ ପାଳନ କରିବା ସହ ଭୟଭୀତ କରିବାର କୌଣସି ଆବଶ୍ୟକତା ନାହିଁ। ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଅଛି। ଏବେ ସେ ଆଇସୋଲେସନ୍‌ରେ ଅଛନ୍ତି। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ସୂଚନା ଦେଇଛନ୍ତି।

Advertisment

ସୂଚନାଥାଉ କି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ପଜିଟିଭ୍ ହୋଇଥିବା ନେଇ ସେ ଟ୍ୱିଟ୍ କରିଛନ୍ତି। ସ୍ୱଳ୍ପ ଲକ୍ଷଣ ଥିବାରୁ ଘରେ ଆଇସୋଲେସନରେ ରହିଛନ୍ତି। ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି। 

ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି, ଘରୋଇ ହସ୍ପିଟାଲ୍‌ରେ ୪୦% ବେଡ୍‌ ସଂରକ୍ଷଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୧୦% ବେଡ୍‌ ସଂରକ୍ଷଣ ଥିଲା। ଏହାସହ କରୋନା ଟେଷ୍ଟିଂ କ୍ଷମତା ବଢ଼ାଇ ଦିଆଯାଇଛି। ପୂର୍ବରୁ ପ୍ରତ୍ୟେକ ଦିନ ୫୦-୬୦ ହଜାର ଟେଷ୍ଟିଂ କରାଯାଉଥିଲା। ହେଲେ ଏବେ ୩ ଲକ୍ଷ ଟେଷ୍ଟିଂ କରିବାର କ୍ଷମତା ରହିଛି। 

COVID19 Covid Cases In Delhi
Advertisment
Advertisment