Advertisment

ଆସିଲା ଓମିକ୍ରନ୍‌ ଟେଷ୍ଟ୍‌ କିଟ୍‌, ୪ ଘଣ୍ଟାରେ ଜାଣିପାରିବେ ରେଜଲ୍ଟ

ଏଣିକି ଓମିକ୍ରନ୍‌ ଭ୍ୟାରିଆଣ୍ଟ ଚିହ୍ନଟ ପାଇଁ ଆଉ ଜିନୋମ୍‌ ସିକ୍ୱେନ୍ସିଂ କରିବାକୁ ପଡ଼ିବ ନାହିଁ। ଟେଷ୍ଟ୍‌ କିଟ୍‌ ମାଧ୍ୟମରେ ୪ ଘଣ୍ଟାରେ ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ହୋଇପାରିବ। ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ପାଇଁ ଏହି ଟେଷ୍ଟିଂ କିଟ୍‌କୁ ବିକଶିତ କରାଯାଇଛି।

author-image
Rajalaxmi Sahoo
Omicron Test Kit

Omicron Test Kit

ଏଣିକି ଓମିକ୍ରନ୍‌ ଭ୍ୟାରିଆଣ୍ଟ ଚିହ୍ନଟ ପାଇଁ ଆଉ ଜିନୋମ୍‌ ସିକ୍ୱେନ୍ସିଂ କରିବାକୁ ପଡ଼ିବ ନାହିଁ। ଟେଷ୍ଟ୍‌ କିଟ୍‌ ମାଧ୍ୟମରେ ୪ ଘଣ୍ଟାରେ ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ହୋଇପାରିବ। ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ପାଇଁ ଏହି ଟେଷ୍ଟିଂ କିଟ୍‌କୁ ବିକଶିତ କରାଯାଇଛି। ଓମିକ୍ରନ୍‌ ଭ୍ୟାରିଆଣ୍ଟ ଚିହ୍ନଟ ପାଇଁ ଏହି ଟେଷ୍ଟିଂ କିଟ୍‌କୁ ଅନୁମୋଦନ ମିଳିଛି। ଟାଟା ମେଡିକାଲ୍‌ ଆଣ୍ଡ୍‌ ଡାଇଗ୍ନୋଷ୍ଟିକ୍‌ସ୍‌ ଦ୍ୱାରା ଟେଷ୍ଟିଂ କିଟ୍ ‘OmiSure'କୁ ବିକଶିତ କରାଯାଇଛି। 

Advertisment

ମାନ୍ୟୁଫାକ୍‌ଚର୍‌ର ନିର୍ଦ୍ଦେଶାବଳୀ ଅନୁସାରେ, ଟେଷ୍ଟିଂ କରାଯିବ। RT-PCR ଟେଷ୍ଟ୍‌ ସମୟରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ଆକ୍ରାନ୍ତ କି ନୁହେଁ ତାହା ଏହି ଟେଷ୍ଟିଂ କିଟ୍‌ରୁ ଜଣାପଡ଼ିବ।  ‘OmiSure' ଟେଷ୍ଟିଂ କିଟ୍‌ କେବଳ ଓମିକ୍ରନ୍‌ ଭ୍ୟାରିଆଣ୍ଟ ଚିହ୍ନଟ କରିବ ନାହିଁ ବରଂ କରୋନା ଭାଇରସ୍‌ର ଅନ୍ୟ ଭ୍ୟାରିଆଣ୍ଟ ମଧ୍ୟ ଚିହ୍ନଟ କରିବ। ଏହି କିଟ୍‌ରେ ଟେଷ୍ଟିଂ ସମୟ ୮୫ ମିନିଟ୍‌ । ଏହାପରେ ୧୩୦ ମିନିଟ୍‌ ଅର୍ଥାତ୍‌ ୪ ଘଣ୍ଟାରେ ଟେଷ୍ଟିଂ କିଟ୍ ‘OmiSure' ରେଜଲ୍ଟ ଜଣାଇବ। ଅର୍ଥାତ୍ ସମ୍ପୃକ୍ତ ବ୍ୟକ୍ତି ଓମିକ୍ରନ୍‌ ଆକ୍ରାନ୍ତ କି ନୁହେଁ ତାହା ଜଣାପଡ଼ିବ।

ସୂଚନାଥାଉ କି, ଦେଶରେ ମୋଟ୍‌ ୨,୧୩୫ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରୁ ସର୍ବାଧିକ ୬୫୩ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରୁ ୪୬୪, କେରଳରୁ ୧୮୫, ରାଜସ୍ଥାନରୁ ୧୭୪, ଗୁଜରାଟରୁ ୧୫୪ ଓ ତାମିଲନାଡୁରୁ ୧୨୧ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

Advertisment
Omicron Omicron Variant Omicron Variant Test Kit
Advertisment
Advertisment