ଅପ୍ରାକୃତିକ ଯୌନ ସମ୍ପର୍କରେ ଲିପ୍ତ ଥିବା ପଞ୍ଜାବ ମନ୍ତ୍ରୀ ବାଲକର ସିଂଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ଉଦ୍ବେଗ ପ୍ରକାଶ କରିଛନ୍ତି ।
ପିଲାଙ୍କ ଭବିଷ୍ୟତ ସହ ଖେଳିଲେ ଶିକ୍ଷୟିତ୍ରୀ। ରିଲ୍ସ କରିବା ସହ ଦେଖୁଥିଲେ ପରୀକ୍ଷା ଖାତା। ଉତ୍ତର ନ ପଢ଼ି ଦେଉଥିଲେ ମାର୍କ।
ବଢିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦର ବୃଦ୍ଧି ପାଇଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ମିଜୋରାମରେ ପ୍ରବଳ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ଘଟିଛି। ଜାତୀୟ ରାଜପଥରେ ୬ ରେ ମଧ୍ୟ ଭୂସ୍ଖଳନ ହେବା ସହ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି।
ଯାଞ୍ଚ ପାଇଁ ଆଇସୋଲେସନ୍ ବେକୁ ସ୍ଥାନାନ୍ତର କରାଯାଇଛି ବିମାନ। ଘଟଣାସ୍ଥଳରେ ପହଞ୍ଚିଛି କୁଇକ୍ ରିଆକ୍ସନ ଟିମ୍। ସେହିପରି ବିମାନ ଚଳାଚଳ ସୁରକ୍ଷା ଓ ବୋମା ନିଷ୍କ୍ରିୟକାରୀ ଟିମ୍ ବି ଘଟଣାସ୍ଥଳରେ ଅଛନ୍ତି।
୧୪ ଶହରୁ ଅଧିକ ଡାକ୍ତରୀ ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ସେହିପରି ପଶ୍ଚିମବଙ୍ଗରେ ରେମାଲ ପ୍ରଭାବରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସେହିପରି ପଶ୍ଚିମବଙ୍ଗରେ ରେମାଲ ପ୍ରଭାବରେ ୨୯ ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି।
ଯୌନ ନିର୍ଯାତନା ଭଳି ସାଂଘାତିକ ମାମଲାରେ ଫସିଥିବା କର୍ଣ୍ଣାଟକାର ଜେଡିଏସ୍ ସାଂସଦ ପ୍ରଜ୍ଜ୍ୱଳ ରେବନ୍ନା ଶେଷରେ କ୍ଷମା ମାଗିଛନ୍ତି।
ଚଳିତ ବର୍ଷ ମାତ୍ର ୧୮ ଦିନରେ ପାଞ୍ଚ ଲକ୍ଷରୁ ଅଧିକ ଭକ୍ତ କେଦାରନାଥ ଯାଇ ବାବା କେଦାରଙ୍କ ଦର୍ଶନ କରିଛନ୍ତି । ଯାହା ପୂର୍ବ ବର୍ଷଗୁଡ଼ିକର ଥିବା ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି ।
ପୂରା ଘଟଣା ସୋମବାର ବିହାରରେ ଆୟୋଜିତ ଲୋକସଭା ନିର୍ବାଚନୀ ସଭାରେ ଘଟିଛି। ପାଟନା ଉପକଣ୍ଠ ପଲିଗଞ୍ଜ ଠାରେ ଆରଜେଡି ନେତ୍ରୀ ମିଶା ଭାରତୀଙ୍କ ପାଇଁ ନିର୍ବାଚନୀ ସଭାର ଆୟୋଜନ କରାଯାଇଥିଲା।
ପୁଣେ ହିଟ୍ ଆଣ୍ଡ ରନ୍ ମାମଲାରେ ଡାକ୍ତରଙ୍କ ଚଞ୍ଚକତା ନେଇ ସାଂଘାତିକ ଦିଗ ସାମ୍ନାକୁ ଆସିଛି । ଅଭିଯୁକ୍ତ ନାବାଳର ରକ୍ତ ନମୂନା ପରୀକ୍ଷା ବେଳେ ବଡ଼ ଧରଣର ଚଞ୍ଚକତା କରାଯାଇଥିବା ଅଭିଯୋଗରେ ଦୁଇ ଜଣ ଡାକ୍ତରଙ୍କୁ ଗିରଫ କରାଯାଇଛି ।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ଯୁବକ ତ୍ରିଚେର କୋଲିଡାମ ନଦୀ ବ୍ରିଜ୍ ଉପରେ ଥିବା ରୋଡ୍ ଡିଭାଇଡର ଉପରେ ବାଇକ୍ ଚଲାଉଛନ୍ତି ।
ବଢିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦର ବୃଦ୍ଧି ପାଇଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ସିସିଟିଭି ଫୁଟେଜରୁ ସାମନାକୁ ଆସିଲା ରାଜକୋଟ ଟିଆରପି ଗେମିଂ ଜୋନରେ ଅଗ୍ନିକାଣ୍ଡର କାରଣ । ଏକ୍ସଟେନସନ ଏରିଆରେ ବିଲଡିଂ କାରଣରୁ ନିଆଁ ଲାଗିଥିବା ସୂଚନା ।
ପ୍ରବଳ ବର୍ଷିଲା । ଉପୁଡ଼ିଲା ଗଛ । ବାତ୍ୟା ରେମାଲ ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି ।
ଭୀଷଣ ରୂପ ଧାରଣ କରି ବାଂଲାଦେଶ ଏବଂ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ୍ । ପ୍ରାୟ ୪ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବ ।
ରାମ ମନ୍ଦିର ପରିସରକୁ ଏବେ ମୋବାଇଲ୍ ଫୋନ୍ ନେବା ନିଷେଧ କରାଯାଇଛି। ପୂର୍ବରୁ ସାଧାରଣ ଜନତାଙ୍କୁ ମନ୍ଦିର ପରିସରକୁ ମୋବାଇଲ ନେବା ମନା ହୋଇଥିଲା।
ଗତକାଲି ରାତି ପ୍ରାୟ ୧୧.୩୨ସମୟରେ ପୂର୍ବ ଦିଲ୍ଲୀର ବିବେକ ବିହାରର ଏକ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁଚାହୁଁ ପୁରା ବିଲଡିଂ ହୁତ୍ ହୁତ୍ ହେଇ ଜଳିବାରେ ଲାଗିଥିଲା। ପରେ ତୁରନ୍ତ ୧୬ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପଠାଯାଇଥିଲା।
ଗେମିଂ ଜୋନ୍ ମାଲିକଙ୍କ ବିରୋଧରେ ଏଫଆଇଆର ହୋଇଛି। ଗେମିଂ ଜୋନ୍ ମାଲିକ ଏବଂ ମ୍ୟାନେଜରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।
ଗଣତନ୍ତ୍ରର ମହାପର୍ବ, ପୁଣି ମହା ଉତ୍ସାହରେ ସାମିଲ ହେଲା ସାରା ଦେଶ। ସାଧାରଣ ନିର୍ବାଚନ ୨୦୨୪ ଲାଗି ସରିଲା ଷଷ୍ଠ ପର୍ଯ୍ୟାୟ ଭୋଟ୍। ଏହି ପର୍ଯ୍ୟାୟରେ ମତଦାନ କରିଛି ଦିଲ୍ଲୀ। ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ମତଦାନ କରିଛନ୍ତି ଦେଶର ପ୍ରଥମ ନାଗରିକ।
ପ୍ରଥମେ ଦଳ ହାରିଲା, ଆଉ ବର୍ତ୍ତମାନ ସ୍ତ୍ରୀ ମଧ୍ୟ ଛାଡ଼ି ଯିବେ । ଟିମ୍ ଇଣ୍ତିଆର ଷ୍ଟାର୍ କ୍ରିକେଟର୍ ହାର୍ଦ୍ଦିକ୍ ପାଣ୍ତ୍ୟାଙ୍କ ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି ।
ମୁସଲମାନ ଶିଳ୍ପୀ ନିର୍ମାଣ କରୁଛନ୍ତି ପ୍ରଭୁ ଜଗନ୍ନାଥଙ୍କ ରଥ। ଦୀର୍ଘ ୪୦ ବର୍ଷ ପରେ ନିର୍ମାଣ ହେଉଛି ମହାବାହୁ ଜଗନ୍ନାଥଙ୍କ ରଥ।
ଡ୍ରାଇଭର ମୁଣ୍ତରେ ଢ଼ାଳୁଥିଲେ ଦୋଷ । ପୁଣେ ସ୍ପୋର୍ଟ୍ସ କାର୍ ଦୁର୍ଘଣାରେ ସାମ୍ନାକୁ ଆସିଲା ସାଙ୍ଘାତିକ୍ ସତ୍ୟ । ନାତି ମୁଣ୍ତରୁ ହତ୍ୟାର ଦୋଷ କାଢ଼ିବା ପାଇଁ ଡ୍ରାଇଭରକୁ ବଳି ପକାଉଥିଲେ ।
ସମୟ ସଜାଇ ଦେଲା ଭିନ୍ନକ୍ଷମ । ଏବେ ଦୁଇ ଗୋଡ ନାହିଁ । କି ଗୋଟିଏ ହାତ ମଧ୍ୟ ନାହିଁ । ତଥାପି ରଚିଛନ୍ତି ବିଶ୍ୱ ରେକର୍ଡ ।
ହିନ୍ଦୁ ବିବାହରେ ପାରସ୍ପରିକ ସମ୍ମତିରେ ଛାଡପତ୍ର ହୋଇପାରିବ ନାହିଁ । ମଧ୍ୟପ୍ରଦେଶ ହାଇକୋର୍ଟର ଜଷ୍ଟିସ ଜିଏସ୍ ଅହଲୁୱାଲିଆ ଏକ ମାମଲା ଶୁଣାଣି ବେଳେ ଏହା କହିଛନ୍ତି ।
କୃତ୍ରିମ ଅଙ୍ଗ ଦ୍ୱାରା ଏଭରେଷ୍ଟ ଚଢ଼ି ବିଶ୍ୱ ରେକର୍ଡ କରିଛନ୍ତି ଟିଙ୍କେଶ କୌଶିକ ।