/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720801848.jpg)
Anant Amabani
ଆଣ୍ଟେଲିଆରେ ବାଜିଲା ସାହାନାଇ, ଅନନ୍ତ ଅମ୍ବାନୀ ଆଜି ଧରିବେ ରାଧିକା ମର୍ଚ୍ଚାଣ୍ଟଙ୍କ ହାତ । ଆଜି ରାତିରେ ହିନ୍ଦୁ ରୀତିନୀତି ଅନୁସାରେ ପଡ଼ିବ ହାତଗଣ୍ଠି । ଏହ ପୂର୍ବରୁ ଅମ୍ବାନୀଙ୍କ ଘର ଆଣ୍ଟେଲିଆ ଫୁଲ ସମ୍ଭାରରେ ଛାଇଯାଇଛି । ଏହି ବ୍ୟୟ ବହୁଳ ବିବାହ ପାଇଁ ଉଠୁଛି ପଡ଼ୁଛି ମୁମ୍ବାଇ ।
ବାହାଘର ପାଇଁ ଆଣ୍ଟେଲିଆରୁ ଏକ ସୁସଜ୍ଜିତ କାରରେ ଅନନ୍ତ ଅମ୍ବାନୀ ବାହାରି ମୁମ୍ବାଇ ସ୍ଥିତ ଜିଓ ସେଣ୍ଟରକୁ ଯାଇଛନ୍ତି । ଆଗରେ ବାରାତି ପଞ୍ଜାବୀ ନାଗାଡ଼ାରେ ନାଚି ନାଚି ଗଲେ ଆଉ ବର ବେଶରେ ଅମ୍ବାନୀ ସୁନା ରଙ୍ଗରେ ଛାଉଣୀ ହୋଇଥିବା କାରରେ ବସିଥିଲେ । ମୁମ୍ବାଇର ଜିଓ ସେଣ୍ଟରରେ ଏହି ବାହାଘର ଚାଲିଛି ।
ଏହି ବିବାହରେ ଭାରତ ସମେତ ବିଭନ୍ନ ଦେଶର ଷ୍ଟାର ଯୋଗ ଦେଇଛନ୍ତି । ହଲିଉଡ ସହ ବଲିଉଡ ଷ୍ଟାର, କ୍ରିକେଟର ଏହି ବିବାହରେ ଯୋଗ ଦେଇଛନ୍ତି । ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ସାମସଙ୍ଗର ସିଇଓ ଲି ଜେ ୟଙ୍ଗ । ସଚିନ ତେନ୍ଦୁଲକର, କ୍ରିଷ୍ଣାମାଚାରି ଶ୍ରୀକାନ୍ତ, ଆମେରିକାନ ସେଲିବ୍ରିଟି କିମ କାର୍ଡିସିଆନ ବିବାହ ଉତ୍ସବରେ ଯୋଗ ଦେଇଛନ୍ତି । ଏମାନଙ୍କ ବ୍ୟତୀତ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଏହି ବିବାହ ଉତ୍ସବରେ ସାମିଲ ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)