Advertisment

ଅନ୍‌ ଡ୍ୟୁଟି CISF ଯବାନଙ୍କୁ ଶକ୍ତ ଚାପୁଡ଼ା ମାରିଲେ ସ୍ପାଇସଜେଟ୍‌ର ମହିଳା କର୍ମଚାରୀ..ଭିଡିଓ ଭାଇରାଲ..

ରାଜସ୍ଥାନ ଜୟପୁର ବିମାନବନ୍ଦରରେ ଏହି ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଯେଉଁଠି ଜଣେ ସ୍ପାଇସଜେଟ୍ ଏୟାରଲାଇନ୍ସର ମହିଳା କର୍ମଚାରୀ ବିମାନବନ୍ଦରରେ ନିୟୋଜିତ ଥିବା ଜଣେ CISF ଯବାନଙ୍କୁ ସମସ୍ତଙ୍କ ଆଗରେ ଶକ୍ତ ଚାପୁଡ଼ା ମାରିଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Spicejet Employee Slaps CISF

CISF Jawan

CISF ଯବାନଙ୍କୁ ଚାପୁଡ଼ା ମାରିଲେ ସ୍ପାଇସଜେଟ୍‌ ଏୟାରଲାଇନ୍ସର ଜଣେ ମହିଳା କର୍ମଚାରୀ। ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ରାଜସ୍ଥାନ ଜୟପୁର ବିମାନବନ୍ଦରରେ ଏହି ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଯେଉଁଠି ଜଣେ ସ୍ପାଇସଜେଟ୍ ଏୟାରଲାଇନ୍ସର ମହିଳା କର୍ମଚାରୀ ବିମାନବନ୍ଦରରେ ନିୟୋଜିତ ଥିବା ଜଣେ CISF ଯବାନଙ୍କୁ ସମସ୍ତଙ୍କ ଆଗରେ ଶକ୍ତ ଚାପୁଡ଼ା ମାରିଛନ୍ତି।

Advertisment

ଭାଇରାଲ୍ ହେଉଥିବା ଭିଡିଓରେ CISF ଯବାନ ଏବଂ ସ୍ପାଇସଜେଟ୍ ବିମାନର ଜଣେ ମହିଳା କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିବାର ଦେଖିବାକୁ ମିଳିଛି। ଏହି ସମୟରେ ମହିଳା ଜଣକ ପୋଲିସକୁ ଚାପୁଡ଼ା ମାରିଛନ୍ତି। ସେଠାରେ ଅନ୍ୟମାନେ ଉପସ୍ଥିତ ଥିଲେ ମଧ୍ୟ କେହି କୌଣସି ପ୍ରତିକ୍ରିୟା ଦେଇନଥିଲେ।

ଅଧିକ ପଢ଼ନ୍ତୁ: ପଶ୍ଚିମବଙ୍ଗରେ ଅରାଜକତା; ସର୍ବ ସମ୍ମୁଖରେ ଯେତେ ପାରିଲେ ଛେଚିଲେ, ଭିଡିଓ ଭାଇରାଲ

Advertisment

CISF କର୍ମଚାରୀଙ୍କ କହିବାନୁଯାୟୀ ସ୍ପାଇସଜେଟର ମହିଳା କର୍ମଚାରୀ ଅନୁରାଧା ରାଣୀ ଏବଂ ଅନ୍ୟ କ୍ରୁ ସଦସ୍ୟ ସକାଳ ୪ଟାରେ ବିମାନବନ୍ଦରର ଏକ ଫାଟକ ଦେଇ ପ୍ରବେଶ କରୁଥିଲେ। ଏହି ସମୟରେ CISF ସବ୍ ଇନ୍ସପେକ୍ଟର ଗିରିଜା ପ୍ରସାଦ ଉକ୍ତ ଗେଟ୍ ଦେଇ ପ୍ରବେଶ କରିବା ପାଇଁ ଅନୁମତି ନଥିବା କହି ସେମାନଙ୍କୁ ଅଟକାଇଥିଲେ। ଏହାକୁ ନେଇ ଅନୁରାଧା ଏବଂ ଗିରିଜା ପ୍ରସାଦଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେହି ସମୟରେ ଅନୁରାଧା ରାଗି ଯାଇ ଗିରିଜା ପ୍ରସାଦଙ୍କୁ ଚାପୁଡ଼ା ମାରିଥିଲେ। ସକାଳେ ବିମାନବନ୍ଦରରେ କୌଣସି ମହିଳା କର୍ମଚାରୀ ବିମାନବନ୍ଦରରେ ନିୟୋଜିତ ନଥିଲେ। ଯାଞ୍ଚ ପାଇଁ ମହିଳା କର୍ମଚାରୀ ନଥିବାରୁ ତାଙ୍କୁ କିଛି ସମୟ ଅପେକ୍ଷା କରିବାକୁ କୁହାଯାଇଥିଲା।

ସେପଟେ ସ୍ପାଇସଜେଟ୍ ପକ୍ଷରୁ ମହିଳା କର୍ମଚାରୀଙ୍କୁ ପୂର୍ଣ୍ଣ ସମର୍ଥନ ଦିଆଯାଇଛି। ଏୟାରଲାଇନ୍ସ ମୁଖପାତ୍ର କହିଛନ୍ତି ଯେ, ଅନୁରାଧାଙ୍କ ପାଖରେ ଭାରତର ବେସାମରିକ ବିମାନ ଚଳାଚଳ ସୁରକ୍ଷା ନିୟାମକ ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି (BCAS) ଦ୍ୱାରା ଜାରି ବୈଧ ବିମାନବନ୍ଦର ପ୍ରବେଶ ପାସ୍ ଥିଲା। ତଥାପି CISF ପୋଲିସ ତାଙ୍କୁ ଅଟକାଇଥିଲେ। ଯୁକ୍ତିତର୍କ ସମୟରେ ସବ୍ ଇନ୍ସପେକ୍ଟର ଗିରିଜା ପ୍ରସାଦ ମହିଳାଙ୍କୁ ଖରାପ ବ୍ୟବହାର କରିଥିଲେ। ଯାହା ଆଦୌ ଗ୍ରହଣୀୟ ନୁହେଁ। ଗିରିଜା ମହିଳାଙ୍କୁ ଡ୍ୟୁଟି ସରିବା ପରେ ଘରେ ଆସି ଭେଟିବାକୁ କହିଥିବାର ଅଭିୟୋଗ କରିଛନ୍ତି। ଆମେ ଆମ କର୍ମଚାରୀଙ୍କ ସହ ଅଛୁ ବୋଲି ସ୍ପାଇସଜେଟ୍ ମୁଖପାତ୍ର କହିଛନ୍ତି।

ପୋଲିସ ମହିଳା କର୍ମଚାରୀ ବିରୋଧରେ ଏକାଧିକ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରିଛି। ଡ୍ୟୁଟି ଉପରେ କାର୍ଯ୍ୟରତ ପୋଲିସଙ୍କୁ ହାତ ଉଠାଇବା ଓ ଖରାପ ବ୍ୟବହାର କରିବା ଆଧାରରେ ମାମଲା ରୁଜୁ କରିଛି।

CISF Jawan CISF Spicejet Airlines
Advertisment
Advertisment