Advertisment

ମସ୍କୋରେ ମୋଦିଙ୍କ କ୍ରେଜ୍; ‘ମୋଦି-ମୋଦି’ ନାରାରେ କମ୍ପିଲା ସଭାସ୍ଥଳ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଭାରତୀୟଙ୍କୁ ଅଭିବାଦନ ଜଣାଇ କହିଛନ୍ତି, ‘ମୁଁ ଏକୁଟିଆ ଆସି ନାହିଁ, ମୋ ସହ ଅନେକ କିଛି ଆଣିଛି। ମୁଁ ଭାରତର ମାଟିର ସୁଗନ୍ଧ ଆଣିଛି। ମୁଁ ମୋ ସହ ୧୪୦ କୋଟି ଦେଶବାସୀଙ୍କ ପ୍ରେମ ଓ ଭଲ ପାଇବା ନେଇ ଆସିଛି। ’

author-image
Sonali Ojha
ଅଦ୍ୟତନ ହୋଇଛି
MODI

MODI

ରୁଷ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମସ୍କୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ କଥା ଶୁଣିବା ପାଇଁ ସମାରୋହରେ ଅନେକ ଭାରତୀୟ ଉପସ୍ଥିତ ଥିଲେ। ସେମାନଙ୍କୁ ଉଦବୋଧନ ଦେବା ଅବସରରେ ମୋଦି ଭାରତର ବିକାଶ ଉପରେ ଆଲୋକପାତ କରିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଭାରତର ବିକାଶର ଗତି ଦେଖି ବିଶ୍ୱ ଚକିତ ହୋଇ ଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ସେଠାରେ ମଧ୍ୟ ମୋଦିଙ୍କ କ୍ରେଜ୍‌ ଦେଖବାକୁ ମିଳିଛି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଭାରତୀୟଙ୍କୁ ଅଭିବାଦନ ଜଣାଇ କହିଛନ୍ତି, ‘ମୁଁ ଏକୁଟିଆ ଆସି ନାହିଁ, ମୋ ସହ ଅନେକ କିଛି ଆଣିଛି। ମୁଁ ଭାରତର ମାଟିର ସୁଗନ୍ଧ ଆଣିଛି। ମୁଁ ମୋ ସହ ୧୪୦ କୋଟି ଦେଶବାସୀଙ୍କ ପ୍ରେମ ଓ ଭଲ ପାଇବା ନେଇ ଆସିଛି। ’ ଏହାପରେ ଲଭ୍ ୟୁ ..ନାରାରେ କମ୍ପିଥିଲା ସଭାସ୍ଥଳ। ସେ ଆହୁରି କହିଛନ୍ତି ଯେ ଜୁଲାଇ ୯, ମୋର ଶପଥ ଗ୍ରହଣ କରିବାର ଏକ ମାସ ବିତିଗଲାଣି। ଠିକ ଗୋଟିଏ ମାସ ପୂର୍ବରୁ ଆଜି ଦିନରେ ମୁଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲି। ସେହି ଦିନ, ମୁଁ ଏକ ଶପଥ ନେଇଥିଲି ଯେ ମୋର ଏହି ତୃତୀୟ ପାଳିରେ ତିନି ଗୁଣ ଶକ୍ତି ଏବଂ ତିନି ଗୁଣ ବେଗର ସହିତ କାମ କରିବି।

Advertisment

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଯେତେବେଳେ ବିଶ୍ୱରୁ ଲୋକମାନେ ଭାରତ ଆସନ୍ତି ସେମାନେ କହନ୍ତି, ଭାରତ ବଦଳୁଛି। ତେବେ କଣ ଆପଣମାନଙ୍କୁ ବି ଏପରି ଲାଗୁଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଆଜି ଭାରତ ଜି-୨୦ ପରି ଏକ ସଫଳ କାର୍ଯ୍ୟକ୍ରମ ଆୟୋଜନ କରିପାରୁଛି। ଏହାକୁ ଦେଖି ଭାରତ ଗୋଟିଏ ସ୍ୱରରେ କହେ- ଦେଖ, ଭାରତ ବଦଳୁଛି । ଭାରତ ୧୦ ବର୍ଷ ମଧ୍ୟରେ ୪୦ ହଜାର କିଲୋମିଟରରୁ ଅଧିକ ରେଳ ଲାଇନକୁ ବିଦ୍ୟୁତ୍ ସଂଯୋଗ କରିଛି। 

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏହା ମଧ୍ୟ ଏକ ସଂକେତ ଯେ ସରକାରଙ୍କ ଅନେକ ଲକ୍ଷ୍ୟରେ ୩ ନମ୍ବର ସଂଖ୍ୟା। ତୃତୀୟ ପର୍ଯ୍ୟାୟରେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି କରିବା ପାଇଁ ସରକାରଙ୍କର ଲକ୍ଷ୍ୟ ରହିଛି। ତୃତୀୟ ଅବଧିରେ ଗରିବଙ୍କ ପାଇଁ ୩ କୋଟି ଘର ନିର୍ମାଣ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ତୃତୀୟ ପାଳିରେ ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ଗତ ୧୦ବର୍ଷ ମଧ୍ୟରେ ଦେଶ ହାସଲ କରିଥିବା ବିକାଶର ଗତି ଦେଖି ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଉଛି। ସେ ଭାରତର ନବୀକରଣ, ଭାରତର ପୁନଃ ନିର୍ମାଣକୁ ସ୍ପଷ୍ଟ ଭାବରେ ଦେଖିବାକୁ ସକ୍ଷମ ।

ଆଜି ଡିଜିଟାଲ ପେମେଣ୍ଟରେ ଭାରତ ନୂଆ ରେକର୍ଡ ସୃଷ୍ଟି କରୁଛି, ଆଜିର ଭାରତ ସୂର୍ଯ୍ୟ ମିଶନରେ ସଫଳ ହେଉଛି, ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ନିର୍ମାଣ କରୁଛି, ସର୍ବବୃହତ ଷ୍ଟାଚ୍ୟୁ ନିର୍ମାଣ କରିଛି। ସେତେବେଳେ ବିଶ୍ୱ କହୁଛି ଯେ ଭାରତ ବଦଳୁଛି। ଭାରତ ବଦଳୁଛି କାରଣ ଏହାର ୧୪୦ କୋଟି ନାଗରିକଙ୍କ ସାମର୍ଥ୍ୟ ଉପରେ ବିଶ୍ୱାସ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟିମ୍ ଇଣ୍ଡିଆର ଟି-୨୦ ବିଶ୍ୱକପ୍ ବିଜୟ ଉପରେ ଆଲୋଚନା କରିଛନ୍ତି।

PM Modi Moscow
Advertisment
Advertisment