Advertisment

IAS ମାଆଙ୍କ ଦାଦାଗିରି; ବନ୍ଧୁକ ଧରି ଚାଷୀଙ୍କୁ ଧମକ, ଜମି ନଦେଲେ..

ପୂଜା ଖେଡକରଙ୍କ ମାଆଙ୍କ ଦବଙ୍ଗଗିରିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

author-image
Manoranjan Behera
ଅଦ୍ୟତନ ହୋଇଛି
Puja Khedkar's mother

Puja Khedkar's mother

ପୁଣି ଚର୍ଚ୍ଚାରେ IAS ପୂଜା ଖେଡକର। ଏଥର ସିଏ ନୁହେଁ, ବରଂ ତାଙ୍କ ମାଆଙ୍କ ଦବଙ୍ଗଗିରିକୁ ନେଇ ଚର୍ଚ୍ଚା ବଢ଼ିଛି। ପୂଜା ଖେଡକରଙ୍କ ମାଆଙ୍କ ଦବଙ୍ଗଗିରିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ହାତରେ ବନ୍ଧୁକ ଧରି ଚାଷୀଙ୍କୁ ଧମକାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଗତବର୍ଷ ସୁଟ୍‌ ହୋଇଥିବା ଜଣାପଡ଼ିଛି।

Advertisment

ପୂଜା ଖେଡ଼କରଙ୍କ ପରିବାରର ମୁମ୍ବାଇର ଚାରିଆଡ଼େ ଜମି ପଡ଼ିରହିଛି। ଗତବର୍ଷ ସେ ପୁଣେର ମୁଲସି ତହସିଲରେ ୨୫ ଏକର ଜାଗା କିଣିଥିଲେ। ସେ ପଡ଼ୋଶୀ ଜମିର କିଛି ଅଂଶକୁ ଜବରଦଖଲ କରିଥିଲେ। ପଡ଼ୋଶୀ ଜମିର ମାଲିକ ଏନେଇ ତାଙ୍କୁ ପଚାରିବାରୁ ପୂଜାଙ୍କ ମାଆ ମନୋରମା ବନ୍ଧୁକ ମୁନ୍‌ରେ ଚାଷୀଙ୍କୁ ଧମକ ଦେଇଥିଲେ। ସାଙ୍ଗରେ ତାଙ୍କ ସହିତ ଜଣେ ବାହୁବଳୀ ବାଉନ୍ସର ମଧ୍ୟ ଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବାସ୍ତବରେ ଜବରଦଖଲ ଜମିର ମାମଲା କୋର୍ଟରେ ଚାଲିଛି। ଚାଷୀ ଜଣକ ମନୋରମାଙ୍କୁ କହିଥିଲେ, କୋର୍ଟରେ ମାମଲା ଚାଲିଛି, ଏଯାଏଁ ଫଇସଲା ଆସିନାହିଁ। ଜବାବରେ ମନୋରମା କହିଥିଲେ, ତମେ ଏହି ଜମିର ମାଲିକ ହୋଇଥାଇ ପାର କିନ୍ତୁ ଏ ଜମି ମୋ ନାଁରେ ଅଛି। ଯଦି କୋର୍ଟରେ କେସ୍‌ ଚାଲିଛି, ମୁଁ ଦେଖିବି ତମେ କେମିତି ଏସବୁ ନେଇଯିବ। ମୁଁ କାହାକୁ ବି ଡରିନି।

Advertisment

ସେପଟେ ଝିଅ ପ୍ରଥମେ କ୍ଷମତାର ଅପବ୍ୟବହାର ଆଉ ଜଏନ କରିବା ପୂର୍ବରୁ ନିଜ ପାୱାର ଦେଖାଇବାକୁ ନେଇ ଚର୍ଚ୍ଚାରେ। କ୍ଷମତାର ଅପବ୍ୟବହାର ଅଭିଯୋଗରେ ମହାରାଷ୍ଟ୍ର ପ୍ରୋବେସନାରୀ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଦଳି କରାଯାଇଥିଲା। ତେବେ ଟ୍ରାନ୍ସଫର୍‌ ପରେ ପୁଣେରେ ଆସିଷ୍ଟାଣ୍ଟ କଲେକ୍ଟର ଭାବରେ ଯୋଗଦେବା ପୂର୍ବରୁ ପୂଜା ଖେଡକାର ନିଜ ପାଇଁ ଅଲଗା କାର୍ଯ୍ୟାଳୟ, କାର ଏବଂ ଘର ମାଗିଥିଲେ ବୋଲି କଲେକ୍ଟର ଅଫିସ୍‌ର ଜଣେ ଅଧିକାରୀଙ୍କ ସହ ତାଙ୍କ ହ୍ୱାଟସ୍ ଆପ୍ ଚାଟ୍ ସାମ୍ନାକୁ ଆସିଛି। ଜୁନ୍‌ ୩ ପୂର୍ବରୁ ଏହି ସବୁ ବ୍ୟବସ୍ଥା କରିବାକୁ କଲେକ୍ଟର ଅଫିସର ସେହି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ପୂଜା।

ସାମ୍ନାକୁ ଆସିଥିବା ହ୍ୱାଟ୍ସଆପ୍‌ ଚାଟ୍‌ରେ ସେ ଅଧିକାରୀ ଜଣଙ୍କୁ କହୁଛନ୍ତି ଯେ, ‘ମୁଁ ଜୁନ୍‌ ୩ରେ ଯୋଗଦେବା ପୂର୍ବରୁ ଦୟାକରି କ୍ୟାବିନ୍‌ ଓ ଗାଡ଼ି ବ୍ୟବସ୍ଥା କର। ପରେ ସମୟ ମିଳିବ ନାହିଁ। ଯଦି ଏହା ସମ୍ଭବ ନୁହେଁ ମୋତେ ଜଣାନ୍ତୁ, ମୁଁ ସେହି ଅନୁଯାୟୀ କଲେକ୍ଟର ସାରଙ୍କ ସହ କଥା ହେବି’।

ପୂଜା ଖେଡକରଙ୍କ ଏଭଳି ଦାବିକୁ ନେଇ ପୁଣେ ଜିଲ୍ଲାପାଳ ଡ.ସୁହାସ ଦିୱାସ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ। ପୁଣେରେ ଖେଡକରଙ୍କ ପ୍ରଶିକ୍ଷଣ ଜାରି ରଖିବା ଅନୁଚିତ ବୋଲି ସେ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ। ଏହାପରେ ପୁଣିଥରେ ଟ୍ରେନି ଆଇଏଏସ୍‌ ଅଧିକାରୀ ପୂଜା ଖେଡକରଙ୍କୁ ମହରାଷ୍ଟ୍ର ସରକାର ବଦଳି କରିଛନ୍ତି। ଏବେ ସେ ୱାଶିମ୍ ଜିଲ୍ଲାର ​​ସହାୟକ ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିବେ।

Threat Audio Clip
Advertisment
Advertisment