• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଋଷରେ ଗୁଞ୍ଜରଣ ହେଲା ଜୟ ଜଗନ୍ନାଥ । ମୋସ୍କୋରେ ଭାରତୀୟଙ୍କୁ ସମ୍ବୋଧନ ବେଳେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଛି ବୋଲି କହିଥିଲେ ମୋଦି । ଏଥର ଲୋକସଭା ନିର୍ବାଚନ ସହ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହୋଇଥିଲା । ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକ୍କିମ ଏବଂ ଓଡ଼ିଶା ।

୪ଟି ଯାକ ରାଜ୍ୟରେ ଏନଡିଏ ବହୁମତ ସହ ବିଜୟ ହୋଇଛି । ଓଡ଼ିଶା ଏଥର ବିପ୍ଳବ ଆଣିଛି ବୋଲି ମୋଦି କହିଛନ୍ତି । ଏହି ଅବସରରେ ମୋଦି କାନ୍ଧରେ ପକାଇଥିବା ଓଡ଼ିଶା ସ୍କ୍ରାପ ମଧ୍ୟ ଦେଖାଇଥିଲେ । ଏବେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଚାଲିଛି ବୋଲି ମୋଦି କହିଥିଲେ । ଋଷ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମସ୍କୋରେ ଭାରତୀୟମାନଙ୍କୁ ସମ୍ବୋଧିତ କରିଛନ୍ତି ।

ଗତ ୧୦ ବର୍ଷ ମଧ୍ୟରେ ଭାରତର ବିକାଶର ଗତି ଦେଖି ବିଶ୍ୱ ଚକିତ ହୋଇ ଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଋଷରେ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ସାରା ବିଶ୍ୱର ଲୋକେ ଭାରତ ଆସିଲେ ସେମାନେ କୁହନ୍ତି ଯେ ଭାରତ ବଦଳୁଛି । ଭାରତର ନବୀକରଣ ଏବଂ ପୁନଃନିର୍ମାଣକୁ ସ୍ପଷ୍ଟ ଭାବରେ ଦେଖୁଛି ସାରା ବିଶ୍ୱ ।

ଆଜି ଭାରତ ଜି-୨୦ ପରି ଏକ ସଫଳ କାର୍ଯ୍ୟକ୍ରମ ଆୟୋଜନ କରିପାରୁଛି । ଯେତେବେଳେ ଭାରତ ବିମାନ ବନ୍ଦର ସଂଖ୍ୟାକୁ ଦ୍ୱିଗୁଣିତ କରେ, ସେତେବେଳେ ବିଶ୍ୱ କହେ ଭାରତ ପ୍ରକୃତରେ ପରିବର୍ତ୍ତନ ହେଉଛି । ଭାରତ ୧୦ ବର୍ଷ ମଧ୍ୟରେ ୪୦ ହଜାର କିଲୋମିଟରରୁ ଅଧିକ ରେଳ ଲାଇନକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି ।

ଭାରତର ଶକ୍ତିକୁ ବିଶ୍ୱ ହୃଦୟଙ୍ଗମ କରୁଛି ବୋଲି ମୋଦି କହିଛନ୍ତି । ଆଜି ଡିଜିଟାଲ ପେମେଣ୍ଟରେ ଭାରତ ନୂଆ ରେକର୍ଡ ସୃଷ୍ଟି କରୁଛି, ଆଜିର ଭାରତ ସୂର୍ଯ୍ୟ ମିଶନରେ ସଫଳ ହେଉଛି, ଭାରତ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ନିର୍ମାଣ କରୁଛି, ବିଶ୍ୱର ସର୍ବବୃହତ ଷ୍ଟାଚ୍ୟୁ ମଧ୍ୟ ନିର୍ମାଣ କରୁଛି ।

ଭାରତ ବଦଳୁଛି କାରଣ ଏହାର ୧୪୦ କୋଟି ନାଗରିକଙ୍କ ସାମର୍ଥ୍ୟ ଉପରେ ବିଶ୍ୱାସ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଟିମ୍ ଇଣ୍ଡିଆର ଟି-୨୦ ବିଶ୍ୱକପ୍ ବିଜୟ ଉପରେ ଆଲୋଚନା କରିଛନ୍ତି । ତୃତୀୟ ପାଳିରେ କେନ୍ଦ୍ର ସରକାର କଣ ଲକ୍ଷ୍ୟ ରଖିଛନ୍ତି ତାକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି ମୋଦି ।

OTV is now on Whatsapp

Join and get latest news update delivered to you via whatsapp

Join Now