Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଲିଲା ଅନ୍ତରୀଣ ଜାମିନ...

ଅରବିନ୍ଦ କେଜ୍ରିୱାଲଙ୍କୁ ମିଲିଲା ଅନ୍ତରୀଣ ଜାମିନ । ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ ।

author-image
Sujit kumar Swain
ଅଦ୍ୟତନ ହୋଇଛି
SC grants Kejriwal interim bail in ED case

Delhi chief minister Arvind Kejriwal

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ମିଳିଛି । ମାନ୍ୟବର ସୁପ୍ରିମକୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି। ଏଥିସହ ବଡ଼ ବେଞ୍ଚକୁ ମାମଲା ହସ୍ତାନ୍ତର କରିଛନ୍ତି ସୁପ୍ରିମକୋର୍ଟ ।ଏଣିକି ୩ ଜଣିଆ ବେଞ୍ଚରେ କେଜ୍ରିୱାଲଙ୍କ ମାମଲାର ଶୁଣାଣି କରାଯିବ ।

Advertisment

ସୂଚନାଯୋଗ୍ୟ, ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଥିଲା ଇଡି। ଦିଲ୍ଲୀ ବାସଭବନରେ ପଚରାଉଚରା ପରେ କେଜରିୱାଲଙ୍କୁ ଗିରଫ କରାଯାଇଥିଲା। ଇଡିର ଏସିପି ରାଙ୍କର ବହୁ ଅଧିକାରୀ ରେଡରେ ସାମିଲ ହୋଇଥିଲେ। ଦଶମ ସମନ ପରେ ମନିଲଣ୍ଡ୍ରିଂ ଆକ୍ଟ ଧାରା ୫୦ ଅନୁଯାୟୀ ତାଙ୍କୁ ଜେରା କରାଯାଇଥିଲା। ପରେ ଶେଷରେ ମାର୍ଚ୍ଚ ୨୧ରେ ଗିରଫ କରାଯାଇଥିଲା।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବରୁ ତତ୍କାଳୀନ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବଂ ସାଂସଦ ସଞ୍ଜୟ ସିଂହ ଗିରଫ ହୋଇଥିବା ବେଳେ, ଏହି ଲିଙ୍କରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା BRS ନେତ୍ରୀ କେ.କବିତା ମଧ୍ୟ ଗିରଫ ହୋଇଥିଲେ ।

Advertisment

ଅଧିକ ପଢ଼ନ୍ତୁ: ଲୋକଙ୍କ ସମସ୍ୟା ବୁଝୁଛନ୍ତି କଙ୍ଗନା; ଭେଟିବାକୁ ହେଲେ ଦରକାର ଆଧାର କାର୍ଡ଼, କିନ୍ତୁ କାହିଁକି...

ତେବେ କ’ଣ ଏହି ଦିଲ୍ଲୀ ମଦ ଦୁର୍ନୀତି ଜାଣନ୍ତୁ...

୨୦୨୧ରେ ଦିଲ୍ଲୀରେ ଏକ ନୂଆ ଅବକାରୀ ନୀତି ଲାଗୁ କରିଥିଲେ କେଜ୍ରିୱାଲ୍ ସରକାର । କିନ୍ତୁ ବିବାଦ ଦେଖାଦେବା ପରେ ୨୦୨୨ରେ ଏହାକୁ ପ୍ରତ୍ୟାହାର କରାଯାଇଥିଲା । ଏହି ନୂଆ ନୀତି ଅନୁସାରେ ମଦ ବିକ୍ରି ସହ ସରକାରଙ୍କ କୌଣସି ସଂପର୍କ ରହିବ ନାହିଁ ବୋଲି ଘୋଷଣା କରାଯାଇଥିଲା । ମଦ ବ୍ୟବସାୟୀଙ୍କ ହାତକୁ ଚାଲିଯାଇଥିଲା ଏ ସଂପର୍କିତ ସମସ୍ତ ନିୟନ୍ତ୍ରଣ । ଭୋର ୩ଟା ଯାଏଁ ମଦ ଦୋକାନ ଖୋଲିବା ଏବଂ ମଦ ହୋମ୍ ଡେଲିଭରି ପାଇଁ ଅନୁମତି ଥିଲା ।

ଏଣୁ ଲାଇସେନ୍ସ ପ୍ରାପ୍ତ ମଦ ବ୍ୟବସାୟୀ ନିଜ ଇଚ୍ଛା ଅନୁସାରେ ରିହାତି ଦେଇପାରୁଥିଲେ । ପରେ ଏନେଇ ଇଓଡବ୍ଲୁ ସ୍କାନରକୁ ଆସିଥିଲେ ତତ୍କାଳୀନ ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ । ନିଜ ଲୋକଙ୍କୁ ଅନୁଚିତ ଅନୁଗ୍ରହ ଦେବାକୁ ସେ ନିୟମ ବଦଳାଇଥିବା ଅଭିଯୋଗ ହୋଇଥିଲା । ଲାଇସେନ୍ସ ବଦଳରେ ଅନୈତିକ ଭାବେ ଟଙ୍କା କାରବାର ହୋଇଥିବା ଅଭିଯୋଗ ହୋଇଥିଲା । ଏହା ସହ ରାଜକୋଷଙ୍କୁ ବିପୁଳ ଆର୍ଥିକ କ୍ଷତି ସହିବାକୁ ପଡ଼ିଥିବା ନେଇ ଆସିଥିଲା ଅଭିଯୋଗ ।

ପରେ ବିଭିନ୍ନ ଆଇନ ଉଲ୍ଲଂଘନ ହୋଇଥିବା ନେଇ ରିପୋର୍ଟ ଦେଇଥିଲେ ଦିଲ୍ଲୀ ମୁଖ୍ୟ ସଚିବ । ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକ୍ସେନା । କୋଟି କୋଟି ଟଙ୍କାର କିକ୍ ବ୍ୟାକ୍ ହୋଇଥିବା ଦାବି କରିଥିଲା ସିବିଆଇ । ଗୋଆ ନିର୍ବାଚନରେ ଆପ୍ ଦଳୀୟ ପ୍ରଚାର ପାଇଁ ଏହି ଟଙ୍କା ଉପଯୋଗ ହୋଇଥିବା ଅଭିଯୋଗ । ବର୍ତ୍ତମାନ ପର୍ଯ୍ୟନ୍ତ ମାମଲା ହାତକୁ ନେଇ ୩୦ରୁ ଅଧିକ ସ୍ଥାନରେ ରେଡ୍ କରିସାରିଛି ଇଡି । ୯ ଥର ସମନ ଟାଳିବା ପରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଗିରଫ କରିଥିଲା ଇଡି ।

ଅଧିକ ପଢ଼ନ୍ତୁ: ଜଏନିଂ ପୂର୍ବରୁ ଟ୍ରେନି IAS ଅଫିସରଙ୍କ ଭିଆଇପି ଡିମାଣ୍ଡ, ସାମ୍ନାକୁ ଆସିଲା ହ୍ୱାଟ୍ସଆପ୍‌ ଚାଟ୍‌....

Delhi CM Supreme Court Arvind Kejriwal
Advertisment
Advertisment