Advertisment

ଆତଙ୍କୀଙ୍କ ଟାର୍ଟେଟ୍‌ରେ ଜମ୍ମୁ-କାଶ୍ମୀର; ସେନା ଗାଡ଼ି ଉପରେ ହମଲା, ୫ଯବାନ ସହିଦ

କଠୁଆରେ ସେନା ଗାଡି ଉପରେ ଅତର୍କିତ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଏଥିରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ୫ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Terrorist Attack

Terrorist Attack

ଜମ୍ମୁ କାଶ୍ମୀରରେ ପୁଣି ଆତଙ୍କୀ ହମଲା। କଠୁଆରେ ସେନା ଗାଡି ଉପରେ ଅତର୍କିତ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଏଥିରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ୫ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ପଠାନକୋଟ ମିଲିଟାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କଠୁଆର ମାଚେଡ଼ି ଅଞ୍ଚଳରେ ଇଣ୍ଡିଆନ୍ ଆର୍ମିର ୯ କର୍ପସ ଯବାନଙ୍କ ପାଟ୍ରୋଲିଂ ଚାଲିଥିବା ବେଳେ ଗାଡି ଉପରେ ଅତର୍କିତ ହମଲା କରିଥିଲେ ଆତଙ୍କବାଦୀ। ପରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି।

Advertisment

ଏହି ପ୍ରସଙ୍ଗରେ ସୂଚନା ପ୍ରଦାନ କରି ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, କଠୁଆର ମାଚେଡି ଅଞ୍ଚଳରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ସେନାର ୫ ଜଣ ଯବାନ ଶହୀଦ ହୋଇଥିବା ୫ ଜଣ ଆହତ ହୋଇଛନ୍ତି। ଏହି ଏନକାଉଣ୍ଟର ଚାଲିଛି। ଅଧିକାରୀ କହିଛନ୍ତି ଯେ ପ୍ରାରମ୍ଭିକ ଆକ୍ରମଣରେ ଆତଙ୍କବାଦୀମାନେ ଗ୍ରେନେଡ ଫିଙ୍ଗିଥିଲେ ଏବଂ ପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ଆକ୍ରମଣ ପରେ ଆତଙ୍କବାଦୀମାନେ ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡିଛି। ତେବେ ଆତଙ୍କବାଦୀଙ୍କ ନିକଟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଥିବା ସୂଚନା ମିଳିଛି।

ଗୋଟିଏ ମାସରେ ଜାମ୍ମୁ ଅଞ୍ଚଳରେ ଏହା ପଞ୍ଚମ ଆତଙ୍କବାଦୀ ଆକ୍ରମଣ ଘଟଣା। ତେବେ ଏହି ଆକ୍ରମଣ ପରେ ସେହି ଅଂଚଳରେ ଜୋର୍‌ଦାର୍‌ ସର୍ଚ୍ଚ ଅପରେଶନ ଚାଲିଛି। ସେପଟେ ରବିବାର ରାଜୌରୀର ମାଜାକୋଟ୍ ଅଂଚଳରେ ଆତଙ୍କୀଙ୍କ ଗୁଳିରେ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ। ସେହିପରି ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ଜୁନ୍‌ ୧୧ ଓ ୧୨ ତାରିଖରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଜୁନ୍‌ ୧୧ରେ ଛତରଗାଲାର ମିଳିତ ଚେକ୍ ପୋଷ୍ଟରେ ଆତଙ୍କବାଦୀଙ୍କ ଆକ୍ରମଣରେ ୬ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବାବେଳେ ଜୁନ୍ ୧୨ ରେ ଗାନ୍ଧୋ ଅଞ୍ଚଳର କୋଟା ଟପ୍ ଠାରେ ହୋଇଥିବା ଏନକାଉଣ୍ଟରରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ।

Advertisment

Terrorist Attack Army Personnel
Advertisment
Advertisment