• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Solar Eclipse
ଭାରତରେ ଦୃଶ୍ୟମାନ ହେବନି ସୂର୍ଯ୍ୟୋପରାଗ, ତଥାପି ଦେଖିବେ ଭାରତୀୟ; ଜାଣନ୍ତୁ କେମିତି

ଆସନ୍ତା ଏପ୍ରିଲ ୮ ତାରିଖରେ ଲାଗିବାକୁ ଯାଉଛି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ । ମା ଦୁର୍ଗାଙ୍କ ନବରାତ୍ରୀ ଏପ୍ରିଲ ୯ ତାରିଖରୁ ଆରମ୍ଭ ହେଉଥିବା ବେଳେ ଏହାର ଦିନକ ପୂର୍ବରୁ ଲାଗିବାକୁ ଯାଉଛି ସୂର୍ଯ୍ୟୋପରାଗ ।

BJP Foundation Day
ବିଜେପିର ୪୪ତମ ପ୍ରତିଷ୍ଠା ଦିବସ, ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

୬ ଏପ୍ରିଲ ୧୯୮୦ ମସିହାରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ଜନତା ପାର୍ଟି । କଂଗ୍ରେସ ବିରୋଧରେ ଦେଶରେ ଗଢ଼ି ଉଠିଥିବା ରାଜନୈତିକ ଶକ୍ତି ଭାବେ ଭାରତୀୟ ଜନସଂଘର ଜନ୍ମ ହୋଇଥିଲା ।

Strict colleague
ବସ୍‌ଙ୍କୁ ପାନେ ଦେବାକୁ ଭଡ଼ାରେ ଗୁଣ୍ଡା ଆଣିଲେ ସହକର୍ମୀ, ମାରିଲେ ନିସ୍ତୁକ ମାଡ଼

ଏକ ଘରୋଇ ସଂସ୍ଥାର ଅଡିଟର ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ । ଗତ ଶୁକ୍ରବାରରେ ଆକ୍ରମଣ ହୋଇଥିଲା । ତେବେ ଏହି ଆକ୍ରମଣରେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିନେଇଛି ।

Sun disappear
୩ ହଜାର ବର୍ଷ ପୂର୍ବେ ଉଭାନ ହୋଇଯାଇଥିଲେ ସୂର୍ଯ୍ୟ, ମାଟି ଟାବଲେଟ୍‌ରୁ ମିଳିଲା ତଥ୍ୟ

୨୦୨୪ ମସିହା ଏପ୍ରିଲ ୮ରେ ଆମେରିକାର କିଛି ଅଂଶ ଦିନ ସମୟରେ ଏହିପରି ଅନ୍ଧାର ହେବ। ତେବେ ସୂର୍ଯ୍ୟ ଅସ୍ତ ହେବେ ନାହିଁ ବରଂ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଚନ୍ଦ୍ର ଆସିବେ।

  • Friday, 05 April 2024
  • Syria
Matsutake mushrooms
ବିଶ୍ୱର ସବୁଠୁ ଦାମୀ ଛତୁ...୧ କେଜିର ମୂଲ୍ୟ ଦେଢ଼ ଲକ୍ଷ, ଜାଣନ୍ତୁ ଏହାର ଦାମ୍‌ କାହିଁକି ଅଧିକ...

ମ୍ୟାଟସୁଟେକ୍ ଛତୁକୁ ‘ଛତୁମାନଙ୍କର ରାଜା' କୁହାଯାଏ। ଏହାକୁ 'ପାଇନ୍ ମଶରୁମ୍' ମଧ୍ୟ କୁହାଯାଏ।

Love Story
ଏମିତି ପ୍ରେମ; ଦେଢ଼ ବର୍ଷ ହେବ ଏକାଠି ରହୁଥିଲେ, ଏବେ ହତ୍ୟା କରି ଫେରାର !

ବୁଧବାର ରାତି ପ୍ରାୟ ସାଢ଼େ ଦଶଟା ବେଳେ ଜଣେ ଅଜଣା ବ୍ୟକ୍ତି ପୋଲିସକୁ କଲ କରିଥିଲେ । ଆଉ କହିଲେ ସେହି ଝିଅକୁ ହତ୍ୟା କରାଯାଇଛି । ଏହି ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ଏକ ଟିମ୍‌ ପଠାଇଥିଲା ।

H5N1 Virus
ଆସୁଛି ଆଉ ଏକ ମହାମାରୀ ! କରୋନାଠୁ ୧୦୦ ଗୁଣ ଅଧିକ ହୋଇପାରେ ମାରାତ୍ମକ

ଏକ ରିପୋର୍ଟରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ H5N1 ଭାଇରସ୍‌ ଏକ ଗୁରୁତର ସ୍ଥିତି ଆଡକୁ ଗତି କରୁଛି । ଏହା ବିଶ୍ୱ ପାଇଁ ମହାମାରୀ ସ୍ଥିତି ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକମାନେ ଆଶା ପ୍ରକଟ କରିଛନ୍ତି।

Repo Rate
୬.୫%ରେ ରେପୋରେଟ୍ ଅପରିବର୍ତ୍ତିତ ରଖିଲା RBI

କ୍ରମାଗତ ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ । ଗତ ଫେବୃଆରୀରେ ଶେଷ ଥର ରେପୋ ରେଟରେ ପରିବର୍ତ୍ତନ ହୋଇଥିଲା ।

Congress Politics
ନିର୍ବାଚନ ଇସ୍ତାହାରରେ ୫ ନ୍ୟାୟ ଏବଂ ୨୫ ଗ୍ୟାରେଣ୍ଟି ଦେଲା କଂଗ୍ରେସ

କିଷାନ ନ୍ୟାୟରେ MSP ବା ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ମାନ୍ୟତା ଦେବା ଏବଂ ଋଣଛାଡ଼ ପାଇଁ ଆୟୋଗ ଗଠନ କରିବା ସହ କୃଷିକୁ GST ମୁକ୍ତ କରିବା ନେଇ ପ୍ରତିଶ୍ରୁତି ଦେଇଛି।

Tamilnadu Independent Candidate
ସ୍ୱାଧୀନ ପ୍ରାର୍ଥୀଙ୍କ ନିଆରା ପ୍ରଚାର, ପ୍ରଥମେ ଦାଢ଼ି କାଟିଲେ ତା’ପରେ ଭୋଟ୍ ମାଗିଲେ

ତାମିଲନାଡୁ ରାମେଶ୍ବରମ୍ ଅଞ୍ଚଳର ଘଟଣା । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ।

Himachal Pradesh
ହିମାଚଳ ପ୍ରଦେଶରେ ଭୂକଂପ ଝଟକା, ଚମ୍ବାରୁ ମନାଲୀ ଯାଏଁ ଥରିଲା ମାଟି

୧୨୦ ବର୍ଷ ତଳେ କାଲିର ଦିନରେ ଏପ୍ରିଲ ୪ରେ କାଙ୍ଗ୍ରାରେ ପ୍ରଳୟ ରଚିଥିଲା ଭୟଙ୍କର ଭୂମିକଂପ। ଏଥିରେ ୨୦ ହଜାର ଲୋକଙ୍କ ଜୀବନ ଯାଇଥିଲା।

Train Accident
ଅଜବ ଯାତ୍ରୀ !! ଟ୍ରେନ୍‌ ସିଟ୍‌ରେ ଶୋଇବା ବଦଳରେ ଛାତ ଉପରେ ଶୋଇ ଯାଉଥିଲେ ୪୦୦ କି.ମି..

ଅଳ୍ପକେ ବର୍ତ୍ତିଗଲା ଯାତ୍ରୀଙ୍କ ଜୀବନ। ଦୁଃସାହାସିକ ପଦକ୍ଷେପ ପାଇଁ ଜୀବନ ଯାଇଥାନ୍ତା।

PM Modi
ପଶ୍ଚିମବଙ୍ଗରେ ମୋଦିଙ୍କ ପ୍ରଚାର; କହିଲେ, ‘ସନ୍ଦେଶଖାଲି ମାମଲାର ଦୋଷୀଙ୍କୁ ଦିଆଯିବ କଡାଦଣ୍ଡ’...

ପଶ୍ଚିମବଙ୍ଗର କୁଚବେହାରରେ ଏକ ବିରାଟ ଜନସଭାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସନ୍ଦେଶଖାଲି ମାମଲାର ଅଭିଯୁକ୍ତଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ରାଜ୍ୟର ଟିଏମସି ସରକାର ବୋଲି କହିଲେ ମୋଦି ।

Judge
ନ୍ୟାୟାଧୀଶଙ୍କ ଅନ୍ୟାୟ, ମହିଳାଙ୍କୁ କହିଲେ ପୋଷାକ ଖୋଲି କ୍ଷତ ଚିହ୍ନ ଦେଖାଅ..!

ମାର୍ଚ୍ଚ ୩୦ ତାରିଖରେ ରାଜସ୍ଥାନ ହିଣ୍ଡାଉନ୍‌ ସହରରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଗ୍ୟାଙ୍ଗରେପ୍‌ର ଶିକାର ହୋଇଥିବା ଜଣେ ଯୁବତୀ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ବୟାନ ରେକର୍ଡ କରିବାକୁ ଆସିଥିବା ବେଳେ, ଜଜ୍‌ ତାଙ୍କୁ ପୋଷାକ ଖୋଲି କ୍ଷତ ଚିହ୍ନ ଦେଖାଇବାକୁ କହିଥିଲେ । ଏନେଇ ବାର ଓ ବେଞ୍ଚ ପକ୍ଷରୁ ମଧ୍ୟ କୁହାଯାଇଛି ।

  • Thursday, 04 April 2024
2-Year-Old Rescued From 16-Feet Deep Borewell In Karnataka After 20 Hours
୧୮ ଘଣ୍ଟା ପରେ ବୋରୱେଲ ଭିତରୁ ଉଦ୍ଧାର ହେଲା ଦେଢ଼ ବର୍ଷର ଶିଶୁ

ବୋରୱେଲରେ ପଡିଥିବା ଶିଶୁଟିର ନାଁ ସତ୍ୟଭିକ୍ ମୁଜାଗୋଣ୍ଡ। ପିଲାଟି ଘର ପାଖରେ ଖେଳୁଥିବା ସମୟରେ ଅସାବଧାନତା ବଶତଃ ବୋରୱେଲରେ ପଡ଼ିଯାଇଥିଲା । ଏହି ବୋରୱେଲଟିକୁ ଶିଶୁର ପିତା ସତୀଶ ମୁଜାଗୋଣ୍ଡ ନିଜ ଜମିରେ ଖୋଳାଇଥିଲେ।

Rahul Gandhi
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସଂପତ୍ତିର ମୂଲ୍ୟ କେତେ ? ଜାଣନ୍ତୁ...

ରାହୁଲଙ୍କ ବ୍ୟାଙ୍କରେ ୨୬ ଲକ୍ଷ ୨୫ ହଜାର ଟଙ୍କା ଜମା ଥିବା ବେଳେ ୪ କୋଟି ୩୩ ଲକ୍ଷର ବଣ୍ଡ, ମ୍ୟୁଚୁଆଲ୍ ଫଣ୍ଡରେ ୩ କୋଟି ୮୧ ଲକ୍ଷ ଟଙ୍କାର ନିବେଶ କରିଛନ୍ତି । 

Gourav Vallabh
‘କଂଗ୍ରେସରେ ରହିଲେ ସନାତନ ଧର୍ମକୁ ଗାଳିଦେବାକୁ ପଡ଼ିବ, ମୁଁ ତାହା କରିପାରିବିନି’

ଏହି ଅବସରରେ ସେ କହିଛନ୍ତି କଂଗ୍ରେସରେ ରହିଲେ, ସବୁବେଳେ ସନାତନ ବିରୋଧରେ ମନ୍ତବ୍ୟ ଦେବାକୁ ହେବ । ଯାହାକି ମୋର ଇଚ୍ଛା ବିରୁଦ୍ଧ । କଂଗ୍ରେସରେ ରହିଲେ ପ୍ରତିଦିନ ସକାଳୁ ଉଠି ଦେଶର ବିକାଶରେ ଲାଗିଥିବା ବ୍ୟକ୍ତିଙ୍କୁ ଗାଳି କରିବାକୁ ପଡ଼େ ।

boy trapped in 20feet deep borewell
ବୋରୱେଲ ଟ୍ରାଜେଡି: ୨୦ଫୁଟ ଗଭୀର ଗର୍ତ୍ତରେ ପଡ଼ିଲା ଦେଢ ବର୍ଷର ଶିଶୁ

ଗତକାଲି ସଂଧ୍ୟାରେ ବିଜୟପୁରା ଜିଲ୍ଲାର ଲଚୟାନ୍ ଗାଁରେ ଏହି ଅଘଟଣ ଘଟିଛି। ବୋରୱେଲରେ ପଡିଥିବା ଶିଶୁଟିର ନାଁ ସତ୍ୟଭିକ୍ ମୁଜାଗୋଣ୍ଡ। ସେ ପଡିଥିବା ବୋରୱେଲର ଗଭୀରତା ପ୍ରାୟ ୨୦ଫୁଟ ହେବ। ଶିଶୁଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଛି।

Dead Bodies Of 20 Monkeys Found In Water Tank
ଗୋଟିଏ କି ଦୁଇଟି ନୁହେଁ, ପାଣି ଟାଙ୍କିରୁ ମିଳିଲା ୩୦ମାଙ୍କଡ଼ଙ୍କ ମୃତଦେହ; ୨୦୦ପରିବାର ପିଉଥିଲେ ପାଣି

ନାଗାର୍ଜୁନ ସାଗର ନିକଟରେ ଥିବା ଏହି ପାଣି ଟାଙ୍କିରୁ ପ୍ରାୟ ୨୦୦ ପରିବାରକୁ ଜଳ ଯୋଗାଣ ହେଉଥିଲା। ପାଣି ଦୁର୍ଗନ୍ଧ ହେବାରୁ ଲୋକମାନଙ୍କର ସନ୍ଦେହ ବଢିଥିଲା। ଏନେଇ ସେମାନେ ମ୍ୟୁନିସିପାଲିଟିରେ ଅଭିଯୋଗ କରିଥିଲେ।

Randeep Surjewala
ହେମା ମାଲିନୀଙ୍କ ବିରୋଧରେ ସୂର୍ଯୋୱାଲା ଦେଲେ ଆପତ୍ତିଜନକ ମନ୍ତବ୍ୟ, କହିଲେ....

ବିଜେପି ନେତା ତଥା ମଥୁରା ସାଂସଦ ହେମା ମାଲିନୀଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ରଣଦୀପ ସୂର୍ଯୋୱାଲା ।

Sanjay Singh
୬ ମାସ ପରେ ତିହାର ଜେଲ୍‌ରୁ ବାହାରିଲେ ଆପ୍‌ ସାଂସଦ ସଞ୍ଜୟ ସିଂହ

ସଞ୍ଜୟଙ୍କୁ ନିର୍ବାଚନ ପ୍ରଚାରରେ ଭାଗ ନେବାକୁ ମିଳିଛି ଅନୁମତି । ତଦନ୍ତ ଉପରେ କୌଣସି ମନ୍ତବ୍ୟ ନରଖିବା ପାଇଁ ଚେତାବନୀ ।

Taiwan Earthquake
୭.୫ ତୀବ୍ରତାର ଭୂମିକମ୍ପରେ ଥରିଲା ତାଇୱାନ

୨୫ ବର୍ଷରେ ଦେଶର ସବୁଠୁ ବଡ଼ ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ।

Chandrachur Goswami
ଅଖିଳ ଭାରତ ହିନ୍ଦୁ ମହାସଭା ନାଁରେ ଲୋକଙ୍କୁ ଠକୁଥିଲେ ସାଧୁ ଚନ୍ଦ୍ରଚୁଡ଼ ଗୋସ୍ୱାମୀ !

ସେ ୨୦୨୨ ମସିହାରେ ସଂଗଠନର ଏକ୍ଜିକ୍ୟୁଟିଭ୍ ସଭାପତି ଥିଲେ । କିନ୍ତୁ ଏବେ ସେ ନାହାନ୍ତି ।

  • Wednesday, 03 April 2024
Growth rate
ଘରୋଇ ନିବେଶ ସହ ତାଳ ଦେଇ ବଢ଼ୁଛି ଭାରତର ଅଭିବୃଦ୍ଧି, ୨୦୨୪ରେ ୭.୫%

୨୦୨୪ରେ ଭାରତର ଅଭିବୃଦ୍ଧି ହାର ରହିବ ୭.୫ ପ୍ରତିଶତ । ଏଭଳି ଆକଳନ କରିଛି ୱାର୍ଲଡ ବ୍ୟାଙ୍କ । ଏହି ଆର୍ଥିକ ବର୍ଷରେ ଦକ୍ଷିଣ ଏସିଆରେ ୬ ପ୍ରତିଶତ ଅଭିବୃଦ୍ଧି ହେବ ।

Airline
ସଂକଟରେ ଭିସ୍ତାରା ! ସପ୍ତାହକ ମଧ୍ୟରେ ୧୦୦ ବିମାନ ଉଡ଼ାଣ ବାତିଲ...

ତେବେ ବିମାନ ଉଡ଼ାଣ ରଦ୍ଦ ହେଲେ, ଯାତ୍ରୀମାନେ ସେମାନଙ୍କ ପୈଠ ଟଙ୍କା ଫେରିପାରିବେ କି ନାହିଁ ? ଯଦି ଫେରିପାଇବେ ତେବେ କେମିତି ? ଆଉ କେତେ ଟଙ୍କା ଫେରିପାଇବେ ଆସନ୍ତୁ ଜାଣିବା କ’ଣ ରହିଛି ନିୟମ...