Advertisment

ଏହି ଦିନ ଶପଥ ନେବେ ପ୍ରଧାନମନ୍ତ୍ରୀ, ଦେଶ ବିଦେଶରୁ ଅନେକ ଅତିଥିଙ୍କୁ ନିମନ୍ତ୍ରଣ...

ସର୍ବସମ୍ମତିକ୍ରମେ ଏନଡିଏର ନେତା ନିର୍ବାଚିତ ହେବା ପରେ ରାଷ୍ଟ୍ରପତିଙ୍କୁ ଭେଟି ପାଇଁ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରଛନ୍ତି ମୋଦି । ତା’ସହ ଆସନ୍ତା ୯ ତାରିଖ ସଂଧ୍ୟା ୭ଟା ୧୫ରେ ଶପଥ ପାଇଁ ରାଷ୍ଟ୍ରପତି ତାଙ୍କୁ ଆମନ୍ତ୍ରଣ ଜଣାଇଥିବା ମୋଦି କହିଛନ୍ତି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Narendra Modi

Narendra Modi

ସର୍ବସମ୍ମତିକ୍ରମେ ଏନଡିଏର ନେତା ନିର୍ବାଚିତ ହେବା ପରେ ରାଷ୍ଟ୍ରପତିଙ୍କୁ ଭେଟି ପାଇଁ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରଛନ୍ତି ମୋଦି । ତା’ସହ ଆସନ୍ତା ୯ ତାରିଖ ସଂଧ୍ୟା ୭ଟା ୧୫ରେ ଶପଥ ପାଇଁ ରାଷ୍ଟ୍ରପତି ତାଙ୍କୁ ଆମନ୍ତ୍ରଣ ଜଣାଇଥିବା ମୋଦି କହିଛନ୍ତି । ଏହିଦିନ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଶପଥ ଗ୍ରହଣ କରିବେ ।

Advertisment

ଅପରପକ୍ଷେ ଏନଡିଏ ନେତା ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିର୍ବାଚିତ କରାଯାଇଥିବା ସଂକ୍ରାନ୍ତୀୟ ଏକ ଚିଠି ମଧ୍ୟ ବିଜେପି ଏବଂ ଅଂଶୀଦାର ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଯାଇ ଏହି ଚିଠି ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି । ସେପଟେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩.୦ ସରକାର ଗଠନ ହେବ ।

ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେବା ସହ ଶପଥ ନେବେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ । ତେବେ କାହାକୁ ମିଳିବ କେଉଁ ମନ୍ତ୍ରୀ ପଦ ସେନେଇ ଆଜି NDA ବୈଠକ ବସୁଥିବା ନେଇ ସୂଚନା ମିଳିଛି । ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୨୭୨ ଥିବା ବିଜେପି ହାତରେ ରହିଛି ୨୪୦ ସିଟ୍ । ଏନଡିଏ ମେଣ୍ଟରେ ବଡ ଅଂଶୀଦାର ଭାବେ ଉଭା ହୋଇଛନ୍ତି ଟିଡିପି ଏବଂ ଜେଡିୟୁ ।

Advertisment

ଜେଡିୟୁ ନିକଟରେ ୧୨ ସାଂସଦ ଥିବା ବେଳେ ଟିଡିପି ନିକଟରେ ରହିଛି ୧୬ ସିଟ୍ । ତେଣୁ ଜେଡିୟୁ ଏବଂ ଟିଡିପିକୁ ମିଳିପାରେ କେତେକ ବିଭାଗର ମନ୍ତ୍ରୀପଦ ବୋଲି ଜଣାପଡ଼ିଛି । ଅନ୍ୟପଟେ ଗଣମାଧ୍ୟମକୁ ସମ୍ବୋଧନ କରି ମୋଦି କହିଛନ୍ତି, ଏନଡିଏକୁ ତୃତୀୟ ଥର ସେବା କରିବାକୁ ଦେଶବାସୀ ଅବସର ଦେଇଛନ୍ତି । ଏଥିପାଇଁ ଦେଶବାସୀଙ୍କ ଆଗରେ କୃତଜ୍ଞ ।

ଦେଶବାସୀଙ୍କୁ ବିଶ୍ୱାସ ଦେଉଛି, ଗତ ୨ଟି ପାଳିରେ ଯେଉଁ ଗତିରେ ଦେଶ ଆଗକୁ ବଢ଼ିଛି, ସେଭଳି ଗତି ଏବଂ ସମର୍ପଣ ଭାବ ସହ ଆଶା ଆକାଂକ୍ଷା ପୂରଣ ଦିଗରେ ତୃତୀୟ ପାଳିରେ ବି କୌଣସି କମି ରହିବ ନାହିଁ ବୋଲି ମୋଦି କହିଛନ୍ତି । ସେପଟେ ଗତକାଲି ଏନ୍‌ଡିଏ ନେତା ନିର୍ବାଚିତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ବୟାନ ଦେଇଥିଲେ । ଓଡ଼ିଶାରେ ନିର୍ବାଚନ ଫଳାଫଳକୁ ନେଇ ବଡ଼ କଥା କହିଥିଲେ ପ୍ରଧାନମନ୍ତ୍ରୀ ।

ଦେଶର ବିକାଶରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ ବୋଲି କହିଛନ୍ତି ମୋଦି । ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଗରିବଙ୍କ ଦେବତା । ଓଡ଼ିଶାର ଫଳାଫଳ ବିକଶିତ ଭାରତର ସ୍ୱପ୍ନକୁ ନୂଆ ଗତି ଦେବ । ଓଡ଼ିଶାରେ କ୍ରାନ୍ତି ଆସିଛି । ଏହି କ୍ରାନ୍ତି ହିଁ ବିକାଶକୁ ନୂଆ ଦିଶା ଦେବ । ଦିନ ରାତି ପରିଶ୍ରମ କରି ଦେଶକୁ ନୂଆ ଦିଗ ଦେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶ ଇଂଜିନରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ । ଓଡ଼ିଶା ହେବ ଦେଶର ବିକଶିତ ଇଂଜିନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Narendra Modi BJP Oath Taking Ceremony
Advertisment
Advertisment