Advertisment

କାଲିଠୁ ମୋଦିଙ୍କ ତୃତୀୟ ଇନିଂସ; ଦିଲ୍ଲୀରେ ହାଇଆଲର୍ଟ

ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହେଲାଣି। ଶପଥ ସମାରୋହରେ ସାମିଲ ହେବେ ଦେଶ ବିଦେଶର ଅତିଥି।

author-image
Manoranjan Behera
PM Modi

PM Modi

ମୋଦି 3.O ସରକାର ଶପଥ ଗ୍ରହଣ ପାଇଁ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି। କର୍ତ୍ତବ୍ୟପଥ ପୋଲିସ ଷ୍ଟେସନ ଅଧିନରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜର ତନ୍ନ ତନ୍ନ କରି ଯାଞ୍ଚ କରିଛି ପୋଲିସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସାରା ବିଶ୍ୱର ବଡ଼ ବଡ଼ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କର୍ତ୍ତବ୍ୟପଥକୁ ଲାଗିଥିବା କେତେକ ରାସ୍ତାରେ ଜାରି ହୋଇଛି ୧୪୪ ଧାରା। ଅନେକ ଦେଶର ମୁଖ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଥିବାରୁ ସମସ୍ତ ପ୍ରୋଟୋକଲ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ।

Advertisment

କାଲିଠୁ ମୋଦିଙ୍କ ତୃତୀୟ ଇନିଂସ। ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହେଲାଣି। ଶପଥ ସମାରୋହରେ ସାମିଲ ହେବେ ଦେଶ ବିଦେଶର ଅତିଥି। ଭାରତ ସମେତ ପଡ଼ୋଶୀ ରାଷ୍ଟ୍ର ଓ ଭାରତ ମହାସାଗର କ୍ଷେତ୍ର ଅନ୍ତର୍ଗତ ଦେଶର ନେତା ବିଶିଷ୍ଟ ଅତିଥି ଭାବରେ ସାମିଲ ହେବେ।

ସେମାନଙ୍କ ଭିତରେ ଅଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ୍ ବିକ୍ରମସିଂଘେ, ମାଳଦୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପ୍ରମୁଖ। ଆଜି ଦିଲ୍ଲୀରେ ଶେଖ୍ ହସିନା ପହଞ୍ଚି ସାରିଛନ୍ତି। ସେହିପରି ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ୍, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ୍ ଦହଲ୍, ଭୁଟାନ ପ୍ରଧାନମନ୍ତ୍ରୀ ସେରିଙ୍ଗ୍ ଟୋବଗେଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। ଏହି ସମସ୍ତଙ୍କ ଅତିଥ ଶପଥ ସମାରୋହ ପରେ ପରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆହୂତ ନୈଶ ଭୋଜିରେ ସାମିଲ ହେବେ।

Advertisment

NEIGHBOUR FIRST ପଲିସି ଆଧାରରେ ପଡ଼ୋଶୀ ରାଷ୍ଟ୍ରର ଅତିଥିଙ୍କୁ ଏହି ସମାରୋହ ପାଇଁ ପ୍ରାଥମିକତା ଦିଆଯାଇଛି। କେବଳ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ନୁହଁନ୍ତି, ସେଣ୍ଟ୍ରାଲ୍ ଭିଷ୍ଟା ପ୍ରୋଜେକ୍ଟରେ କାମ କରୁଥିବା ଶ୍ରମିକ, ସଫେଇ କର୍ମଚାରୀଙ୍କୁ ମଧ୍ୟ ,ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ସେହିପରି ବନ୍ଦେ ଭାରତ ଏବଂ ମେଟ୍ରୋ ଟ୍ରେନ୍ କର୍ମଚାରୀଙ୍କୁ ମଧ୍ୟ ଡକାଯାଇଛି।

PM Modi Security Forces Oath Taking Ceremony
Advertisment
Advertisment