Advertisment

ମୋଦିଙ୍କ କାନ୍ଧରେ ଓଡ଼ିଶାର କୁମ୍ଭପକା ଉତ୍ତରୀୟ; ବଖାଣୁଛି ଓଡ଼ିଆ ପ୍ରୀତିର...

ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପୂର୍ବରୁ ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି। ତେବେ ଏଥିରେ ଓଡ଼ିଶାର ଉତ୍ତରୀୟ ମୋଦି କାନ୍ଧରେ ପକାଇଥିଲେ।

author-image
Sujit kumar Swain
ଅଦ୍ୟତନ ହୋଇଛି
PM Modi

PM Modi

ଆଜିଠୁ ଆରମ୍ଭ ହେବାକୁ ଯାଉଛି ମୋଦିଙ୍କ ତୃତୀୟ ଇନିଂସ। ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ଦାମୋଦର ଦାସ ମୋଦି। ଏଥିପାଇଁ ରାଷ୍ଟ୍ରପତି ଭବନରେ ହୋଇଛି ଭବ୍ୟ ଆୟୋଜନ। ସନ୍ଧ୍ୟା ୭ଟା ୧୫ରେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ  ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପୂର୍ବରୁ ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି। ଏଥିରେ ଓଡ଼ିଶାର ଉତ୍ତରୀୟ ମୋଦି କାନ୍ଧରେ ପକାଇଥିଲେ। ଏଥିରୁ ମୋଦିଙ୍କ ଓଡ଼ିଶା ପ୍ରତି ଥିବା ଅପୂର୍ବ ଭଲପାଇବା ସ୍ପଷ୍ଟ ଅନୁମେୟ ହେଉଛି । 

Advertisment

କୋଟି ଓଡ଼ିଆର ଗୋଟିଏ ସ୍ପନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଯାହାଙ୍କ ନାଁ ନେଇ ମୋଦି ଓଡ଼ିଶାର ମନ କିଣିଛନ୍ତି। ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ହେଉ ଅଥବା ନିର୍ବାଚନୀ ସଭା । ସବୁଠି ମୋଦିଙ୍କ ମୁହଁରେ ଜୟ ଜଗନ୍ନାଥ। 

ଅନେକ ସମୟରେ ଓଡ଼ିଆରେ ଭାଷଣ ଦେଇଛନ୍ତି ମୋଦି। ଓଡ଼ିଶାକୁ ଏକ ନମ୍ୱର ରାଜ୍ୟ କରିବାର ସ୍ୱପ୍ନ ଦେଖିବା ସହ ଓଡ଼ିଆ ଲୋକଙ୍କୁ ଆତ୍ମବିଭୋର ବି କରିଛନ୍ତି। ସାରା ଦେଶରେ ଓଡିଶାକୁ ପ୍ରମୁଖ ଭୁମିକାରେ ଠିଆ କରିଛନ୍ତି ପ୍ରଧାନମନ୍ତ୍ରୀ। ରାଷ୍ଟ୍ରୀୟ ସ୍ତରରେ ଓଡ଼ିଶାର ପ୍ରାଧାନ୍ୟ ମଧ୍ୟ ବାରି ହୋଇପଡୁଛି। ରାଷ୍ଟ୍ରପତି ଦୌପଦୀ ମୁର୍ମୁ ହେଉଛନ୍ତି ଏହାର ପ୍ରକୃଷ୍ଟ ଉଦାହରଣ। ଏହା ବ୍ୟତିତ ଆଜି ରିଜର୍ଭ ବ୍ୟାଙ୍କ ଗଭର୍ନର ପଦବୀ ହେଉ ଅଥବା ଆଇଏମଡି ମହାନିର୍ଦ୍ଦେଶ। ପିମଓର ପ୍ରମୁଖ ସଚିବ ହୁଅନ୍ତୁ ଅଥବା ଭାରତର ପୂର୍ବତନ ସିଏଜି ସବୁଠି ଓଡ଼ିଆଙ୍କ ଦବଦବା।

Advertisment

ଖାଲି ସେତିକି ନୁହେଁ, ମୋଦି ଜୀଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ଆଗ ଅପେକ୍ଷା ଅଧିକ ପ୍ରତିଭାଙ୍କୁ ମିଳିଛି ପଦ୍ମ ପୁରସ୍କାର। ଓଡ଼ିଶାର ପ୍ରତିକ ଚିହ୍ନ ବୈଶ୍ବିକ ସ୍ତରରେ ଚର୍ଚ୍ଚିତ ହୋଇଛି। ଆମେ କହୁଛୁ ଆମ ପ୍ରିୟ କୋଣାର୍କ ଚକ୍ର କଥା। ଯାହାକୁ G20 ସମ୍ମିଳନୀରେ ସାମିଲ କରି ଓଡ଼ିଶା ପ୍ରତି ଭଲ ପାଇବାକୁ ପ୍ରମାଣିତ କରିଛନ୍ତି ମୋଦି। 
୨୦୨୪ ସାଧାରଣ ନିର୍ବାଚନରେ ଘନଘନ ଓଡ଼ିଶା ଗସ୍ତ କରିଛନ୍ତି ମୋଦି । ସମୁଦାୟ ୪ଥର ଓଡ଼ିଶା ଆସି ସେ କରିଥିଲେ ମାରାଥନ ପ୍ରଚାର। ବୋଧହୁଏ ଏହି ଭଲପାଇବା ଓଡ଼ିଶାରେ ଆଣିଦେଇଛି ପଦ୍ମ ସୁନାମୀ। ୨୫ବର୍ଷର ବିଜେଡ଼ି ଶାସନକୁ ଧ୍ୱସ୍ତ କରି ଓଡ଼ିଶାରେ ଫୁଟିଛି ପଦ୍ମ। ୨୧ ଲୋକସଭା ଆସନରୁ ୨୦ ବିଜେପି କରିଛି କ୍ୟାପଚର। 

Narendra Modi Prime Minister Narendra Modi General Election 2024
Advertisment
Advertisment